Friday Horoscope: ଶୁକ୍ରବାର ରାଶିଫଳ ( ୦୬-୦୩-୨୦୨୬ )

Madhusudan Das Picture
Published On

ମେଷ: ଜରୁରି କାମକୁ ଧ୍ୟାନ ଦିଅନ୍ତୁ। ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହାୟତା ମିଳିପାରେ। 

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୦୨-୦୩-୨୦୨୬ )

ବୃଷ: ପରିବାର ସହିତ ସମୟ ବିତାଇବେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ପୈତୃକ ସମ୍ପତ୍ତିକୁ ନେଇ କିଛି ବିବାଦ ଦେଖାଯାଇପାରେ। ଦୂରସ୍ଥାନକୁ ଯାତ୍ରା ଯୋଗ ଅଛି। କୌଣସି ଶୁଭ ଖବର ମିଳିବ। 

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୦୭-୦୩-୨୦୨୬)

ମିଥୁନ: ସାମାଜିକ କାର୍ଯ୍ୟରେ ସାମିଲ ରହିବେ। ଲୋକସମ୍ପର୍କ ବୃଦ୍ଧି ପାଇବ। ନୂତନ ଯାନବାହନ କିଣିପାରନ୍ତି।  ଧାର୍ମିକ ପୁସ୍ତକ ପ୍ରତି ଆଗ୍ରହ ବଢ଼ିବ। ମନ ପ୍ରସନ୍ନ ରହିବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। 

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

କର୍କଟ: ଅଫିସ୍‌ରେ କାର୍ଯ୍ୟଭାର ବଢ଼ିବ। କୌଣସି କାର୍ଯ୍ୟରେ ସମସ୍ୟା ଦେଖା ଦେବ। ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ। ବିବାହରେ ସମସ୍ୟା ଆସିବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

ସିଂହ: ଚାକିରିରେ ସଫଳତା ମିଳିବ। ବ୍ୟବସାୟରେ ଆଶାଜନକ ପରିଣାମ ମିଳିବ ନାହିଁ। ଜୀବନସାଥୀଙ୍କ ସହଯୋଗ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

କନ୍ୟା: ଚାକିରିକୁ ନେଇ କୌଣସି ସମସ୍ୟା ଦେଖା ଦେବ। ପାରିବାରିକ ଜୀବନ ସୁଖମୟ ହେବ। ଘରେ ପୂଜାପାଠ ଆୟୋଜନ କରିବେ। ଅଟକିଥିବା କାର୍ଯ୍ୟ ପୂରା ହେବ। ଆୟର ନୂଆ ସୁଯୋଗ ମିଳିବ। 

ତୁଳା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଆର୍ଥିକ ସ୍ଥିତି ମଜଭୁତ୍ ହେବ। ଛାତ୍ରଛାତ୍ରୀ କ୍ୟାରିୟର ପାଇଁ ନୂଆ ଯୋଜନା କରିବେ। ପିଲାମାନେ ଖେଳକୁଦରେ ସମୟ ଅତିବାହିତ କରିବେ। 

ବିଛା: ଆଇଟି ଓ ବ୍ୟାଙ୍କ କ୍ଷେତ୍ରରେ ସଫଳତା ମିଳିବ। ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିପାରେ । ଅଚାନକ ଖୁସି ଖବର ମିଳିପାରେ। ବୈବାହିକ ଜୀବନ ସୁଖଶାନ୍ତିରେ କଟିବ। 

ଧନୁ: ପରିବାର ଲୋକଙ୍କ ସହଯୋଗ ମିଳିବ। ସ୍ବାସ୍ଥ୍ୟରେ ସୁଧାର ଆସିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। କଥାରେ ମଧୁରତା ରକ୍ଷା କରିବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ।  

ମକର: ଦିନଟିରେ କର୍ମଚଞ୍ଚଳ ରହିବେ। ବ୍ୟବସାୟରେ ଲାଭ ମିଳିପାରେ। ଭାଇ–ଭାଇ ମଧ୍ୟରେ କଳହ ଦେଖାଦେବ। ପଡ଼ୋଶୀଙ୍କ ସହ ମତାନ୍ତର ହେବ। ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ। 

କୁମ୍ଭ: ବ୍ୟବସାୟକୁ ନେଇ ଦୂରସ୍ଥାନକୁ ଯାତ୍ରା କରିବେ। ନିବେଶରୁ ଦୂରେଇ ରୁହନ୍ତୁ। ଘରେ ପୂଜାପାଠ ଆୟୋଜନ ହେବ। ବିବାହ ସମସ୍ୟା ସମାଧାନ ହେବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ଯୋଗ ଅଛି। 

ମୀନ: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ପଢ଼ା ପାଇଁ ଅର୍ଥ ନିବେଶ କରିବେ। ଦୂରସ୍ଥାନକୁ ଯାତ୍ରା କରିବେ। ଧାର କରଜ କରିପାରନ୍ତି। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp