ଓଡ଼ିଶାରେ ମାଓ ଦମନ ଅଭିଯାନକୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ୧୦ ହାର୍ଡକୋର ମାଓବାଦୀ

Madhusudan Das Picture
Published On

ଫୁଲବାଣୀ: ଓଡ଼ିଶାରେ ମାଓ ଦମନ ଅଭିଯାନ କ୍ଷେତ୍ରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଆତ୍ମସମର୍ପଣ କଲେ ୧୦ ହାର୍ଡକୋର ମାଓବାଦୀ । ରାଜ୍ୟ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ଲଗାତାର ପ୍ରୟାସ ଫଳରେ ମାଓବାଦୀ ସଙ୍ଗଠନକୁ ଲାଗିଛି ଶକ୍ତ ଝଟକା । ୧୦ ଜଣ ହାର୍ଡକୋର ମାଓବାଦୀ ହିଂସାପଥ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ଆଣ୍ଟି-ନକ୍ସଲ ଅପରେସନ୍ ଚିଫ୍ ଶ୍ରୀ ସଞ୍ଜୀବ ପଣ୍ଡା, ଆଇଜିପି ଅପରେସନ୍ସ ଡ. ଦୀପକ କୁମାର, ଏସଆଇଡବ୍ଲ୍ୟୁ ଡିଆଇଜି ଶ୍ରୀ ଅଖିଳେଶ୍ୱର ସିଂ ଏବଂ କନ୍ଧମାଳ ଏସପି ହରୀଶା ବି.ସି.ଙ୍କ ରଣନୀତି ଏବଂ ମିଳିତ ଉଦ୍ୟମରେ ଏହି ସଫଳତା ମିଳିପାରିଛି। ଆତ୍ମସମର୍ପଣ କରିଥିବା ୧୦ ଜଣଙ୍କ ମଧ୍ୟରେ ଜଣେ ଷ୍ଟେଟ୍ କମିଟି ମେମ୍ବର, ଜଣେ ଡିଭିଜନାଲ୍ କମିଟି ମେମ୍ବର ଏବଂ ଦୁଇ ଜଣ ଏରିଆ କମିଟି ମେମ୍ବର ରହିଛନ୍ତି। ସେମାନଙ୍କ ନିକଟରୁ ଇନସାସ୍ (INSAS) ଏବଂ ଏସଏଲଆର (SLR) ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। କେକେବିଏନ୍ (KKBN) ଡିଭିଜନରେ ମାଓବାଦୀଙ୍କ ନେତୃତ୍ୱ ଏବଂ କାର୍ଯ୍ୟକ୍ଷମତା ଏହାଦ୍ୱାରା ବହୁଳ ଭାବରେ ଦୁର୍ବଳ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ସରକାରଙ୍କ ଥଇଥାନ ନୀତି ଏବଂ ସୁରକ୍ଷା ବାହିନୀର କ୍ରମାଗତ ଚାପ ଯୋଗୁଁ ନକ୍ସଲମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଶାନ୍ତିର ପଥ ବାଛୁଛନ୍ତି। ଓଡ଼ିଶା ରାଜ୍ୟ ପୋଲିସର ଡିଜିପିଙ୍କ ପକ୍ଷରୁ ସକ୍ରିୟ ଥିବା ଅନ୍ୟ ମାଓବାଦୀ କ୍ୟାଡର ଏବଂ ନେତାମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରିଆସିବାକୁ ଆହ୍ୱାନ ଦିଆଯାଇଛି। ଆତ୍ମସମର୍ପଣ କରୁଥିବା ମାଓବାଦୀମାନଙ୍କୁ ଓଡ଼ିଶା ସରକାରଙ୍କ ବିସ୍ତୃତ ଥଇଥାନ କାର୍ଯ୍ୟକ୍ରମ ଅଧୀନରେ ପୂର୍ଣ୍ଣ ସମର୍ଥନ ଏବଂ ସୁରକ୍ଷା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଏହାଦ୍ୱାରା ସେମାନେ ଏକ ଶାନ୍ତିପୂର୍ଣ୍ଣ ଏବଂ ସମ୍ମାନଜନକ ଜୀବନ ଯାପନ କରିପାରିବେ। 

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର