କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

Madhusudan Das Picture
Published On

ନୂଆଦିଲ୍ଲୀ: କରୁର ଦଳାଚକଟା ମାମଲାରେ ଅଭିନେତା ତଥା ଟିଭିକେ (TVK) ମୁଖ୍ୟ ବିଜୟଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଏହି ମାମଲାର ଅଧିକ ପଚରାଉଚରା ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇ (CBI) ମଙ୍ଗଳବାର ଦିନ ହାଜର ହେବାକୁ ତାଙ୍କୁ ନୂଆ ସମନ ଜାରି କରିଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଏହାପୂର୍ବରୁ ଗତ ଜାନୁଆରୀ ୧୨ ଏବଂ ୧୯ ତାରିଖରେ ମଧ୍ୟ ସିବିଆଇ ମୁଖ୍ୟାଳୟରେ ଅଭିନେତାଙ୍କୁ ପଚରାଉଚରା କରାଯାଇଥିଲା। ତଦନ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ସଂଗ୍ରହ କରାଯାଇଥିବା ତଥ୍ୟ ଆଧାରରେ କିଛି ଦିଗ ଉପରେ ଅଧିକ ସ୍ପଷ୍ଟୀକରଣ ଆବଶ୍ୟକ ଥିବାରୁ ତାଙ୍କୁ ପୁଣିଥରେ ନୋଟିସ ପଠାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ସୂଚନାଯୋଗ୍ୟ ଯେ, ଗତ ୨୦୨୫ ମସିହା ସେପ୍ଟେମ୍ବର ୨୭ ତାରିଖରେ ତାମିଲନାଡୁର କରୁରଠାରେ ବିଜୟଙ୍କ ଏକ ରାଲି ଚାଲିଥିବା ବେଳେ ଭୟଙ୍କର ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଅଘଟଣରେ ୪୧ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଠାରୁ ଏହି ମାମଲା ସିବିଆଇ ହାତକୁ ଯାଇଥିଲା। ଗତ ବର୍ଷ ଅକ୍ଟୋବର ମାସରେ ସୁପ୍ରିମକୋର୍ଟ ଏହି ମାମଲାର ତଦନ୍ତ ଭାର ଜଣେ ବରିଷ୍ଠ ଅଧିକାରୀଙ୍କୁ ଦେବାକୁ ସିବିଆଇ ନିର୍ଦ୍ଦେଶକଙ୍କୁ କହିଥିଲେ। ଏଥିସହ ସିବିଆଇ ତଦନ୍ତ ଉପରେ ନଜର ରଖିବା ପାଇଁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅଜୟ ରସ୍ତୋଗୀଙ୍କ ନେତୃତ୍ୱରେ ଏକ ତଦାରଖ କମିଟି ମଧ୍ୟ ଗଠନ କରାଯାଇଥିଲା।

ବିଚାରପତି ଜଷ୍ଟିସ ଜେ. କେ. ମାହେଶ୍ୱରୀ ଏବଂ ଏନ. ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ ଯେ, ଏହି ଘଟଣା ସାରା ଦେଶର ନାଗରିକଙ୍କ ମନରେ ଗଭୀର ରେଖାପାତ କରିଛି। ତେଣୁ ନିରପେକ୍ଷ ତଥା ସ୍ୱାଧୀନ ତଦନ୍ତ ମାଧ୍ୟମରେ ଅପରାଧିକ ନ୍ୟାୟ ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ବିଶ୍ୱାସ ଫେରାଇ ଆଣିବା ନିହାତି ଆବଶ୍ୟକ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱାରୋପ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର