ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

Madhusudan Das Picture
Published On

ନୂଆଦିଲ୍ଲୀ: ମଧ୍ୟ ପ୍ରାଚ୍ୟ ସଙ୍କଟ ମଧ୍ୟରେ ଏୟାର ଇଣ୍ଡିଆ ଏହାର ଭଡ଼ା ବୃଦ୍ଧି କରିବ । ବିମାନ କମ୍ପାନୀ ଘରୋଇ ବିମାନ ଟିକଟ ଉପରେ ଇନ୍ଧନ ସରଚାର୍ଜ ଲାଗୁ କରିବ। ଇରାନ୍‌ ଯୁଦ୍ଧ ଯୋଗୁଁ ବିମାନ ଟର୍ବାଇନ୍‌ ଇନ୍ଧନ (ଏଟିଏଫ୍‌)ର ମୂଲ୍ୟ ବୃଦ୍ଧି ପରେ, ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ମାର୍ଚ୍ଚ ୧୨ରୁ ପ୍ରତ୍ୟେକ ଘରୋଇ ବିମାନ ଟିକଟ ଉପରେ ୩୯୯ ଟଙ୍କାର ଇନ୍ଧନ ସରଚାର୍ଜ ଲାଗୁ କରିବେ। ଅନ୍ତର୍ଜାତୀୟ ବିମାନ କ୍ଷେତ୍ରରେ ମଧ୍ୟ  ଇନ୍ଧନ ସରଚାର୍ଜ ବୃଦ୍ଧି କରାଯିବ। 

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ମଙ୍ଗଳବାର ଜାରି ଏକ ବିବୃତ୍ତିରେ ବିମାନ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ନୂତନ ସରଚାର୍ଜ ବ୍ୟବସ୍ଥା ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ। ପ୍ରଥମ ପର୍ଯ୍ୟାୟରେ, ମାର୍ଚ୍ଚ ୧୨ରୁ ଘରୋଇ ଏବଂ ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଘ (ସାର୍କ) ବିମାନ ପାଇଁ ପ୍ରତି ଟିକଟରେ ୩୯୯ ଟଙ୍କାର  ଇନ୍ଧନ ସରଚାର୍ଜ ଲାଗୁ ହେବ। ବିବୃତ୍ତିରେ ଆହୁରି କୁହାଯାଇଛି ଯେ ପଶ୍ଚିମ ଏସିଆକୁ ଉଡ଼ାଣ ପାଇଁ ଏହି ସରଚାର୍ଜ ୧୦ ଡଲାର, ଆଫ୍ରିକା ପାଇଁ ୯୦ ଡଲାର ଏବଂ ଦକ୍ଷିଣ ପୂର୍ବ ଏସିଆ ପାଇଁ ୬୦ ଡଲାର ହେବ। ସିଙ୍ଗାପୁରକୁ ଉଡ଼ାଣ ସମେତ ଏହି ସମସ୍ତ ପରିବର୍ତ୍ତନ ମାର୍ଚ୍ଚ ୧୨ ତାରିଖରୁ କାର୍ଯ୍ୟକାରୀ ହେବ। ବର୍ତ୍ତମାନ, ସିଙ୍ଗାପୁର ସେବାରେ କୌଣସି ଇନ୍ଧନ ସରଚାର୍ଜ ଲାଗିନାହିଁ। ଏକ ବିମାନ କମ୍ପାନୀର ପରିଚାଳନା ଖର୍ଚ୍ଚର ପ୍ରାୟ ୪୦% ଥ଄ବା ବିମାନ ଟର୍ବାଇନ୍ ଇନ୍ଧନ ମୂଲ୍ୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଇଛି। ଏଡାଛଡା ଭାରତରେ, ଦିଲ୍ଲୀ ଏବଂ ମୁମ୍ବଇ ଭଳି ପ୍ରମୁଖ ମେଟ୍ରୋ ସହରଗୁଡ଼ିକରେ ଏଟିଏଫ୍‌ ଉପରେ ଉଚ୍ଚ ଉତ୍ପାଦ ଶୁଳ୍କ ଏବଂ ଭାଟ୍‌ ଲାଗୁ ଏହି ଚାପକୁ ଆହୁରି ବୃଦ୍ଧି କରୁଛି, ଯାହା ଦ୍ୱାରା ଖର୍ଚ୍ଚ ଉପରେ ପ୍ରଭାବ ବଢ଼ୁଛି। 

ଆହୁରି ପଢ଼ନ୍ତୁ: ଆସନ୍ତା ୧୭ ତାରିଖରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବାଦ୍‌ ପଡ଼ିପାରନ୍ତି ଡଜନେ ମନ୍ତ୍ରୀ

11 Mar 2026 By Madhusudan Das

ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

ନୂଆଦିଲ୍ଲୀ: ମଧ୍ୟ ପ୍ରାଚ୍ୟ ସଙ୍କଟ ମଧ୍ୟରେ ଏୟାର ଇଣ୍ଡିଆ ଏହାର ଭଡ଼ା ବୃଦ୍ଧି କରିବ । ବିମାନ କମ୍ପାନୀ ଘରୋଇ ବିମାନ ଟିକଟ ଉପରେ ଇନ୍ଧନ ସରଚାର୍ଜ ଲାଗୁ କରିବ। ଇରାନ୍‌ ଯୁଦ୍ଧ ଯୋଗୁଁ ବିମାନ ଟର୍ବାଇନ୍‌ ଇନ୍ଧନ (ଏଟିଏଫ୍‌)ର ମୂଲ୍ୟ ବୃଦ୍ଧି ପରେ, ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ମାର୍ଚ୍ଚ ୧୨ରୁ ପ୍ରତ୍ୟେକ ଘରୋଇ ବିମାନ ଟିକଟ ଉପରେ ୩୯୯ ଟଙ୍କାର ଇନ୍ଧନ ସରଚାର୍ଜ ଲାଗୁ କରିବେ। ଅନ୍ତର୍ଜାତୀୟ ବିମାନ କ୍ଷେତ୍ରରେ ମଧ୍ୟ  ଇନ୍ଧନ ସରଚାର୍ଜ ବୃଦ୍ଧି କରାଯିବ। 

ମଙ୍ଗଳବାର ଜାରି ଏକ ବିବୃତ୍ତିରେ ବିମାନ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ନୂତନ ସରଚାର୍ଜ ବ୍ୟବସ୍ଥା ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ। ପ୍ରଥମ ପର୍ଯ୍ୟାୟରେ, ମାର୍ଚ୍ଚ ୧୨ରୁ ଘରୋଇ ଏବଂ ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଘ (ସାର୍କ) ବିମାନ ପାଇଁ ପ୍ରତି ଟିକଟରେ ୩୯୯ ଟଙ୍କାର  ଇନ୍ଧନ ସରଚାର୍ଜ ଲାଗୁ ହେବ। ବିବୃତ୍ତିରେ ଆହୁରି କୁହାଯାଇଛି ଯେ ପଶ୍ଚିମ ଏସିଆକୁ ଉଡ଼ାଣ ପାଇଁ ଏହି ସରଚାର୍ଜ ୧୦ ଡଲାର, ଆଫ୍ରିକା ପାଇଁ ୯୦ ଡଲାର ଏବଂ ଦକ୍ଷିଣ ପୂର୍ବ ଏସିଆ ପାଇଁ ୬୦ ଡଲାର ହେବ। ସିଙ୍ଗାପୁରକୁ ଉଡ଼ାଣ ସମେତ ଏହି ସମସ୍ତ ପରିବର୍ତ୍ତନ ମାର୍ଚ୍ଚ ୧୨ ତାରିଖରୁ କାର୍ଯ୍ୟକାରୀ ହେବ। ବର୍ତ୍ତମାନ, ସିଙ୍ଗାପୁର ସେବାରେ କୌଣସି ଇନ୍ଧନ ସରଚାର୍ଜ ଲାଗିନାହିଁ। ଏକ ବିମାନ କମ୍ପାନୀର ପରିଚାଳନା ଖର୍ଚ୍ଚର ପ୍ରାୟ ୪୦% ଥ଄ବା ବିମାନ ଟର୍ବାଇନ୍ ଇନ୍ଧନ ମୂଲ୍ୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଇଛି। ଏଡାଛଡା ଭାରତରେ, ଦିଲ୍ଲୀ ଏବଂ ମୁମ୍ବଇ ଭଳି ପ୍ରମୁଖ ମେଟ୍ରୋ ସହରଗୁଡ଼ିକରେ ଏଟିଏଫ୍‌ ଉପରେ ଉଚ୍ଚ ଉତ୍ପାଦ ଶୁଳ୍କ ଏବଂ ଭାଟ୍‌ ଲାଗୁ ଏହି ଚାପକୁ ଆହୁରି ବୃଦ୍ଧି କରୁଛି, ଯାହା ଦ୍ୱାରା ଖର୍ଚ୍ଚ ଉପରେ ପ୍ରଭାବ ବଢ଼ୁଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp