Saturday Horoscope: ଶନିବାର ରାଶିଫଳ (୦୭-୦୩-୨୦୨୬)
ମେଷ: ବ୍ୟବସାୟରେ ଆଶାଜନକ ପରିଣାମ ମିଳିବ ନାହିଁ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ। ବନ୍ଧୁଙ୍କ ସହାୟତା ମିଳିବ।
ବୃଷ: ଉଧାର ଟଙ୍କା ଫେରି ପାଇବେ। ଦୂର ସ୍ଥାନକୁ ଯାତ୍ରା ଯୋଗ ଅଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନୂତନ ଯାନବାହନ କିଣିପାରନ୍ତି। ମନ ପ୍ରସନ୍ନ ରହିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ।
ମିଥୁନ: ସଫଳତା ପାଇବା ପାଇଁ ପରିଶ୍ରମ କରନ୍ତୁ। ଛାତ୍ରଛାତ୍ରୀ ମନପସନ୍ଦ କାର୍ଯ୍ୟରେ ସମୟ ଅତିବାହିତ କରିବେ। ବନ୍ଧୁଙ୍କ ସହ ମନୋମାଳିନ୍ୟ ଦେଖା ଦେବ। ଦୀର୍ଘ ଦିନର ଆଶା ପୂରଣ ହେବ।
କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଅଫିସ୍ରେ କାର୍ଯ୍ୟଭାର ବଢ଼ିପାରେ। ପୁରୁଣା ବନ୍ଧୁ ଦେଖା ହୋଇପାରନ୍ତି। ଅଯଥା ଖର୍ଚ୍ଚ ବୃଦ୍ଧି ପାଇପାରେ।
ସିଂହ: କୌଣସି କଥାକୁ ନେଇ ଚିନ୍ତା ବଢ଼ିପାରେ। ଲୋକ ସମ୍ପର୍କ ବୃଦ୍ଧି ପାଇବ। ଚାକିରିରେ ସଫଳତା ମିଳିବ। ଦୀର୍ଘ ଦିନର ଆଶା ପୂରଣ ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ।
କନ୍ୟା: ପାରିବାରିକ ଜୀବନ ସୁଖମୟ ହେବ। ଘରେ ପୂଜାପାଠ ଆୟୋଜନ କରିବେ। ଅଟକିଥିବା କାର୍ଯ୍ୟ ପୂରା ହେବ। ଆୟର ନୂଆ ଅବସର ପ୍ରାପ୍ତ ହେବ। ଅଚାନକ ଖୁସି ଖବର ପାଇପାରନ୍ତି।
ତୁଳା: ସକାରାତ୍ମକ ଚିନ୍ତାଧାରା ସହିତ ଆଗକୁ ବଢ଼ିବେ। ମହିଳାମାନେ ଘର କାର୍ଯ୍ୟରେ ବ୍ୟସ୍ତ ରହିବେ। ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ମଜଭୁତ୍ ହେବ। ବିବାହ ପ୍ରସ୍ତାବ ଆସିପାରେ।
ବିଛା: ଅଫିସ୍ରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ଗୁରୁଜନଙ୍କ ଆଶୀର୍ବାଦ ନେଇ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ବୈବାହିକ ଜୀବନ ସୁଖଶାନ୍ତିରେ କଟିବ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ।
ଧନୁ: ଅତ୍ୟଧିକ ଚିନ୍ତା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଯୋଜନା ମୁତାବକ କାମ ହେବ। ପରିବାର ଲୋକଙ୍କ ସହଯୋଗ ମିଳିବ। ସ୍ବାସ୍ଥ୍ୟରେ ସୁଧାର ଆସିବ।
ମକର: ମଜାମସ୍ତିରେ ଦିନ ବିତିବ। ରାଜନେତାଙ୍କ ପାଇଁ ଦିନଟି ଭଲ। ସାମାଜିକ କାର୍ଯ୍ୟରେ ସାମିଲ ହେବେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ଧୈର୍ଯ୍ୟ ରଖି କାମ କରିବା ଭଲ।
କୁମ୍ଭ: ବ୍ୟବସାୟକୁ ନେଇ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଅଫିସ୍ ସହକର୍ମୀଙ୍କ ସହଯୋଗ ମିଳିବ। ଘରେ ପୂଜାପାଠ ଆୟୋଜନ ହେବ। ଯାନବାହନ କ୍ରୟର ଯୋଗ ଅଛି।
ମୀନ: ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ। ବନ୍ଧୁଙ୍କ ସହାୟତା ମିଳିବ। ନକାରାତ୍ମକ ଚିନ୍ତା ଦୂର ହେବ। ଉଧାର ଦେଇଥିବା ଟଙ୍କା ଫେରି ପାଇବେ। ଧାର୍ମିକ କାର୍ଯ୍ୟରେ ସାମିଲ ରହିବେ।





