‘ଦ କେରଳ ଷ୍ଟୋରୀ ୨’ ବିବାଦ: ରେଡ୍ ମିଟ୍ ସିନ୍ ପାଇଁ ମିଳୁଛି ହତ୍ୟା ଧମକ, ମୁହଁ ଖୋଲିଲେ ଅଭିନେତ୍ରୀ ଉଲ୍‌କା ଗୁପ୍ତା

Suryakanta Picture
Published On

‘ଦ କେରଳ ଷ୍ଟୋରୀ ୨’ (The Kerala Story 2) ବକ୍ସ ଅଫିସରେ ମୁକ୍ତିଲାଭ କରିବା ପରେ ପୁଣି ଥରେ ବିବାଦ ଘେରକୁ ଆସିଛି। ଫିଲ୍ମର ବିଷୟବସ୍ତୁ ଏବଂ ଏକ ନିର୍ଦ୍ଦିଷ୍ଟ ଦୃଶ୍ୟକୁ ନେଇ ମୁଖ୍ୟ ଅଭିନେତ୍ରୀ ଉଲ୍‌କା ଗୁପ୍ତା (Ulka Gupta) ଙ୍କୁ ସୋସିଆଲ ମିଡିଆରେ ତୀବ୍ର ବିରୋଧର ସାମ୍ନା କରିବାକୁ ପଡୁଛି। ତାଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ (Death Threats) ମିଳୁଥିବା ନେଇ ସେ ଖୁଲାସା କରିଛନ୍ତି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

କାହିଁକି ହେଉଛି ବିବାଦ?

ଫିଲ୍ମର ଏକ ଦୃଶ୍ୟରେ ଉଲ୍‌କା ଗୁପ୍ତାଙ୍କ ଚରିତ୍ର ‘ସୁରେଖା’ଙ୍କୁ ଜୋରଜବରଦସ୍ତି ରେଡ୍ ମିଟ୍ (Red Meat) ବା ଗୋମାଂସ ଖୁଆାଯାଉଥିବା ଦେଖାଯାଇଛି। ଟ୍ରେଲର ଏବଂ ଫିଲ୍ମରେ ଏହି ଦୃଶ୍ୟ ଆସିବା ପରେ କିଛି ଲୋକ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି। ଉଲ୍‌କା କହିଛନ୍ତି ଯେ, ଲୋକମାନେ ତାଙ୍କ ଇନଷ୍ଟାଗ୍ରାମ ଡିଏମ୍‌ରେ (DM) ଘୃଣ୍ୟ ମେସେଜ ପଠାଉଛନ୍ତି ଏବଂ ତାଙ୍କ ଫଟୋ ତଳେ ବିଭିନ୍ନ ନନ୍-ଭେଜ୍ ରେସିପି ପୋଷ୍ଟ କରି ଟ୍ରୋଲ୍ କରୁଛନ୍ତି।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ମୁହଁ ଖୋଲିଲେ ଉଲ୍‌କା ଗୁପ୍ତା

ଏହି ବିବାଦ ଉପରେ ପ୍ରତିକ୍ରିୟା ଦେଇ ଉଲ୍‌କା କହିଛନ୍ତି, "ଟ୍ରେଲର ରିଲିଜ୍ ପରଠାରୁ ମୋତେ ବହୁତ ଘୃଣା ମିଳୁଛି। ମୁଁ ସାଧାରଣତଃ ପରିସ୍ଥିତିର ସାମ୍ନା କରେ, କିନ୍ତୁ ଏଥର ମୋତେ ଚୁପ୍ ରହିବାକୁ ପଡିଲା କାରଣ ମାମଲା ଗମ୍ଭୀର ଥିଲା।" ସେ ଆହୁରି ମଧ୍ୟ କହିଛନ୍ତି ଯେ ଫିଲ୍ମର ସୁଟିଂ ସମୟରେ ପୀଡ଼ିତାଙ୍କ କାହାଣୀ ଶୁଣି ସେ ମାନସିକ ସ୍ତରରେ ବହୁତ ଆଘାତ ପାଇଥିଲେ ଏବଂ ତାଙ୍କୁ ଠିକ୍‌ରେ ନିଦ ମଧ୍ୟ ହେଉନଥିଲା।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

ଫିଲ୍ମ ବିଷୟରେ ତଥ୍ୟ

କାମାକ୍ଷା ନାରାୟଣ ସିଂହଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଗତ ଫେବୃଆରୀ ୨୭, ୨୦୨୬ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏଥିରେ ଉଲ୍‌କା ଗୁପ୍ତାଙ୍କ ସହ ଅଦିତି ଭାଟିଆ ଏବଂ ଐଶ୍ୱର୍ଯ୍ୟା ଓଝା ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମଟି ଧର୍ମ ପରିବର୍ତ୍ତନ ଏବଂ ମହିଳାଙ୍କ ଉପରେ ହେଉଥିବା ମାନସିକ ଓ ଶାରୀରିକ ଅତ୍ୟାଚାର ଉପରେ ପର୍ଯ୍ୟବସିତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp