Monalisa Bhosale: ପ୍ରେମିକଙ୍କ ସହ ରହିବାକୁ ଜିଦ୍: ପରିବାରକୁ ଭୟ କରି କେରଳରେ ଆଶ୍ରୟ ନେଲେ ଭାଇରାଲ୍ ଗାର୍ଲ ମୋନାଲିସା

Tapas Ranjan Nanda Picture
Published On

ଥିରୁଭାନନ୍ତପୁରମ୍: କୁମ୍ଭମେଳାର ଭାଇରାଲ୍ ଗାର୍ଲ ମୋନାଲିସା ଭୋସଲେ ନିଜ ପ୍ରେମିକ ଫରମାନ ଖାନଙ୍କ ସହ କେରଳରେ ପହଞ୍ଚିଛନ୍ତି। ପରିବାର ଲୋକଙ୍କ ବିରୋଧରୁ ବର୍ତ୍ତିବା ପାଇଁ ଏବଂ ସୁରକ୍ଷା ଦାବି କରି ସେ ଥିରୁଭାନନ୍ତପୁରମର ଥମ୍ପାନୁର ପୋଲିସ ଷ୍ଟେସନରେ ଆଶ୍ରୟ ନେଇଛନ୍ତି। ପ୍ରେମ ସମ୍ପର୍କକୁ ନେଇ ପରିବାର ଲୋକେ ବାଧା ସୃଷ୍ଟି କରିବାରୁ କେରଳକୁ ଏକ ସୁରକ୍ଷିତ ସ୍ଥାନ ଭାବି ଉଭୟ ଏଠାକୁ ପଳାଇ ଆସିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଫେସବୁକରୁ ଆରମ୍ଭ ହୋଇଥିଲା ପ୍ରେମ

ମଧ୍ୟପ୍ରଦେଶର ଇନ୍ଦୋର ବାସିନ୍ଦା ମୋନାଲିସା ଭୋସଲେ ଏବଂ ମହାରାଷ୍ଟ୍ରର ଫରମାନ ଖାନଙ୍କ ମଧ୍ୟରେ ଗତ ଦେଢ଼ ବର୍ଷ ଧରି ପ୍ରେମ ସମ୍ପର୍କ ରହିଛି। ଫେସବୁକ୍ ମାଧ୍ୟମରେ ଉଭୟଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଏବଂ ପରେ ଏହା ପ୍ରେମରେ ପରିଣତ ହୋଇଥିଲା। ତେବେ ଉଭୟଙ୍କ ସମ୍ପର୍କକୁ ମୋନାଲିସାଙ୍କ ପରିବାର ଲୋକେ ବିରୋଧ କରିବା ସହ ଅନ୍ୟ ଜଣେ ଯୁବକଙ୍କ ସହ ତାଙ୍କର ବିବାହ ସ୍ଥିର କରିଥିଲେ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଏହାପରେ ଉଭୟ କେରଳ ପଳାଇ ଆସିବାକୁ ନିଷ୍ପତ୍ତି ନେଇଥିଲେ। ଅନ୍ୟ ରାଜ୍ୟରେ ସେମାନଙ୍କ ସମ୍ପର୍କକୁ ନେଇ ବଡ଼ ଧରଣର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆଶଙ୍କା କରି ସେମାନେ କେରଳ ବାଛିଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଫିଲ୍ମ ସୁଟିଂ ବେଳେ ପୋଲିସର ଦ୍ୱାରସ୍ଥ

ପୁଭାରରେ ଏକ ଫିଲ୍ମ ସୁଟିଂ ପାଇଁ ଆସିଥିବା ବେଳେ ମୋନାଲିସା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ଥମ୍ପାନୁର ପୋଲିସ ତାଙ୍କ ପିତା ଜୟ ସିଂ ଭୋସଲେ ଏବଂ ଫିଲ୍ମ ସୁଟିଂ ଟିମକୁ ଷ୍ଟେସନକୁ ଡକାଇଥିଲା। ପୋଲିସ ଆଗରେ ମୋନାଲିସା ନିଜ ପ୍ରେମିକ ଫରମାନଙ୍କ ସହ ଜୀବନ ବିତାଇବାକୁ ଇଚ୍ଛା ପ୍ରକାଶ କରିଥିବା ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର