Monday Horoscope: ସୋମବାର ରାଶିଫଳ ( ୦୯-୦୩-୨୦୨୬ )
ମେଷ: ଅଚାନକ ଖୁସି ଖବର ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଦୀର୍ଘ ଦିନର ଆଶା ପୂରଣ ହେବ। ରାଜନେତାଙ୍କ ପାଇଁ ଦିନଟି ଭଲ। ଧାର୍ମିକ କାର୍ଯ୍ୟରେ ସାମିଲ ରହିବେ।
ବୃଷ: କୋର୍ଟ କଚେରୀ ମାମଲାର ଶୁଣାଣି ହେବ। ମହିଳାମାନେ ଘର କାର୍ଯ୍ୟରେ ବ୍ୟସ୍ତ ରହିବେ। ପରିବାର ସହିତ ସମୟ ଅତିବାହିତ କରିବେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।
ମିଥୁନ: ଅଫିସ୍ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଅପ୍ରିୟ ସତ କହି ସମସ୍ୟାରେ ପଡ଼ିପାରନ୍ତି। ବିଦ୍ୟାର୍ଥୀ ଖେଳକୁଦରେ ଅଧିକ ସମୟ ବିତାଇବେ। ନିଜ ଲୋକ ଶତ୍ରୁ ସାଜିପାରନ୍ତି।
କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ। ପାରିବାରିକ ଜୀବନ ସୁଖମୟ ହେବ।
ସିଂହ: ବ୍ୟବସାୟରୁ କ୍ଷତି ସହିପାରନ୍ତି। ପୈତୃକ ସମ୍ପତ୍ତିକୁ ନେଇ ବାଦ ବିବାଦ ଦେଖା ଦେଇପାରେ। ଧୈର୍ଯ୍ୟ ରଖି ଚାଲନ୍ତୁ। ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ। ବ୍ୟବହାରରେ ସଂଯମତା ରକ୍ଷା କରିବେ।
କନ୍ୟା: ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାର ସଦସ୍ୟଙ୍କ ସହ ଖୁସିର ସମୟ ବିତାଇବେ। ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
ତୁଳା: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଶା କରିଥିବା ଦିଗରୁ ଧନ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନୂତନ ଜମି କିଣି ପାରନ୍ତି। ସମ୍ପର୍କୀୟଙ୍କଠାରୁ ଉପହାର ପାଇବେ।
ବିଛା: ପିଲାମାନଙ୍କ ସହିତ ସମୟ ବିତାଇବେ। ଚିନ୍ତା ମୁକ୍ତ ହେବେ। ମହିଳାମାନେ ସାମାଜିକ କାର୍ଯ୍ୟରେ ସାମିଲ ହେବେ। ହାତେ ମାପି ଚାଖଣ୍ଡେ ଚାଲନ୍ତୁ। ଅଫିସ୍ ସହକର୍ମୀଙ୍କ ସହଯୋଗ ମିଳିପାରେ।
ଧନୁ: ବିନା କାରଣରେ ଉଦାସ ରହିପାରନ୍ତି। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ଯୋଗ ରହିଛି। ବ୍ୟବସାୟ ଜନିତ ସମସ୍ୟାର ସମାଧାନ ହେବ। ଆର୍ଥିକ ଉନ୍ନତିକୁ ନେଇ ପ୍ରସନ୍ନ ରହିବେ।
ମକର: ନୂତନ କାମରେ ଯୋଗ ଦେଇପାରନ୍ତି। ଅନ୍ୟମାନଙ୍କୁ ସାହାଯ୍ୟ କରି ପ୍ରଶଂସିତ ହୋଇପାରନ୍ତି। ଦୀର୍ଘ ଦିନରୁ ଲାଗିରହିଥିବା ବିବାଦର ସମାଧାନ ହେବ। ଉଧାର ଟଙ୍କା ଫେରିପାଇବେ।
କୁମ୍ଭ: ଗର୍ଭବତୀ ମହିଳା ସତର୍କ ରୁହନ୍ତୁ। ବନ୍ଧୁଙ୍କୁ ଉଦ୍ଧାର ଦେଇପାରନ୍ତି। ସମୟର ସଦୂପଯୋଗ କରନ୍ତୁ। ପଡୋଶୀଙ୍କ ସହିତ ସୁସମ୍ପର୍କ ରହିବ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ସାମିଲ ହେବେ।
ମୀନ: ବିଚାରଧାରାକୁ ସକାରାତ୍ମକ ରଖନ୍ତୁ। ଦାନ ଧର୍ମ କରନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ନେଇ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଧର୍ମପତ୍ନୀଙ୍କୁ ଦାମୀ ଉପହାର ଦେବେ।





