ସାବଧାନ! ଅତ୍ୟଧିକ ମାଉଥୱାଶ୍ ବ୍ୟବହାର ଡାକିପାରେ ବିପଦ; ବଢିପାରେ ରକ୍ତଚାପ ଓ ହୃଦ୍‌ରୋଗ ସମସ୍ୟା

Sakala Desk Picture
Published On

ମୁଖ ସ୍ବଚ୍ଛତା ବଜାୟ ରଖିବା ପାଇଁ ଅନେକ ଲୋକ ନିୟମିତ ବ୍ରଶ୍ କରିବା ସହ ମାଉଥ୍‌ୱାଶ୍‌ (Mouthwash) ବ୍ୟବହାର କରିଥାନ୍ତି। ତେବେ ସଦ୍ୟତମ ଅଧ୍ୟୟନ ଅନୁଯାୟୀ, ଆଣ୍ଟିସେପ୍ଟିକ୍‌ ମାଉଥ୍‌ୱାଶ୍‌ର ଅତ୍ୟଧିକ ବ୍ୟବହାର ଶରୀର ପାଇଁ କ୍ଷତିକାରକ ହୋଇପାରେ। ଏହାଦ୍ୱାରା ଉଚ୍ଚ ରକ୍ତଚାପ ଏବଂ ହୃଦ୍‌ରୋଗ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ଡାଇବେଟିସ୍ କି ଇନଫେକସନ୍ ନଥାଇ ବି ବାରମ୍ବାର ପରିସ୍ରା ଲାଗୁଛି କି? ହୋଇପାରେ ଏହି ଗମ୍ଭୀର ସମସ୍ୟା

ଦନ୍ତ ବିଶେଷଜ୍ଞଙ୍କ ମତରେ, ମାଉଥୱାଶ୍‌ରେ ଥିବା କଡା ରାସାୟନିକ ଉପାଦାନ ମୁଖ ଗହ୍ୱରରେ ଥିବା ଉପକାରୀ ଜୀବାଣୁଗୁଡିକୁ ମାରିଦେଇଥାଏ। ଏହି ଜୀବାଣୁଗୁଡିକ ମନୁଷ୍ୟ ଶରୀରରେ ନାଇଟ୍ରିକ୍‌ ଅକ୍ସାଇଡ୍‌ ତିଆରି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ନାଇଟ୍ରିକ୍‌ ଅକ୍ସାଇଡ୍‌ ରକ୍ତନାଳୀକୁ ସୁସ୍ଥ ରଖିବା ସହ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। କିନ୍ତୁ ମାଉଥୱାଶ୍ ବ୍ୟବହାର ଦ୍ୱାରା ଯେତେବେଳେ ଏହି ଜୀବାଣୁ ନଷ୍ଟ ହୋଇଯାଆନ୍ତି, ଶରୀରରେ ନାଇଟ୍ରିକ୍‌ ଅକ୍ସାଇଡ୍‌ର ସ୍ତର ହ୍ରାସ ପାଏ ଏବଂ ରକ୍ତନଳୀ ସଙ୍କୁଚିତ ହେବାକୁ ଲାଗେ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯେଉଁ ବ୍ୟକ୍ତିମାନେ ଦିନକୁ ଦୁଇଥର ଜୀବାଣୁମୁକ୍ତ ମାଉଥୱାଶ୍ ବ୍ୟବହାର କରନ୍ତି, ସେମାନଙ୍କ ଠାରେ ଉଚ୍ଚ ରକ୍ତଚାପ ଆଶଙ୍କା ପ୍ରାୟ ଦୁଇଗୁଣ ବୃଦ୍ଧି ପାଇଥାଏ। ବିଶେଷକରି ଯେଉଁମାନେ ପୂର୍ବରୁ ହୃଦ୍‌ରୋଗ କିମ୍ବା ରକ୍ତଚାପ ଜନିତ ସମସ୍ୟାରେ ପୀଡିତ ଅଛନ୍ତି, ସେମାନଙ୍କ ପାଇଁ ଏହା ଅଧିକ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ତେଣୁ କେବଳ ସତେଜତା ପାଇଁ ଏହାକୁ ପ୍ରତିଦିନ ବ୍ୟବହାର କରିବା ଅନୁଚିତ।

ମୁଖ ସ୍ବଚ୍ଛତା ପାଇଁ ଦିନରେ ଦୁଇ ଥର ସଠିକ୍‌ ଭାବରେ ବ୍ରଶ୍ କରିବା ଏବଂ ପାଣିରେ କୁଳି କରିବା ଯଥେଷ୍ଟ। ଡାକ୍ତରଙ୍କ ପରାମର୍ଶ କ୍ରମେ କେବଳ ଦନ୍ତ ସଂକ୍ରମଣ, ସର୍ଜରୀ କିମ୍ବା ମାଢ଼ିଜନିତ ସମସ୍ୟା ସମୟରେ ହିଁ ମାଉଥୱାଶ୍ ବ୍ୟବହାର କରିବା ଉଚିତ। ସପ୍ତାହକୁ ୨ରୁ ୩ ଥରରୁ ଅଧିକ ଏହା ବ୍ୟବହାର କରିବା ଅନୁଚିତ ଏବଂ ଯଥାସମ୍ଭବ ଆଲକହଲମୁକ୍ତ ମାଉଥୱାଶ୍ ବାଛିବା ସ୍ୱାସ୍ଥ୍ୟ ପକ୍ଷେ ହିତକର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp