ଏଟିଏମ୍ ଲୁଟ ଘଟଣାର ଡେମୋ ଦେଖାଇଲେ ଲୁଟେରା

The Sakala Picture
Published On

ଭୁବନେଶ୍ୱର: ରାଜଧାନୀ ବଢ଼େଇବାଙ୍କ ଛକ ଏସବିଆଇ ଏଟିଏମ୍ ଲୁଟ ଘଟଣାରେ ପୋଲିସକୁ ବଡ଼ ସଫଳତା । ଲୁଟରେ ସଂଶ୍ଲିଷ୍ଟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କେମତି ସେମାନେ ଏହି ଲୁଟ ଘଟଣା ଭିଆଇଥିଲେ ତାହାର ଡେମୋ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ସହ ୩ ଜଣକୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାଡ଼ । ଭୁବନେଶ୍ୱର ବଢ଼େଇବାଙ୍କ ଛକ ନିକଟରେ ଥିବା ଏସବିଆଇ ଏଟିଏମ୍ ଲୁଟ ବେଳେ ଧରାପଡିଥିବା ଲୁଟେରାଙ୍କ […]

ଭୁବନେଶ୍ୱର: ରାଜଧାନୀ ବଢ଼େଇବାଙ୍କ ଛକ ଏସବିଆଇ ଏଟିଏମ୍ ଲୁଟ ଘଟଣାରେ ପୋଲିସକୁ ବଡ଼ ସଫଳତା । ଲୁଟରେ ସଂଶ୍ଲିଷ୍ଟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କେମତି ସେମାନେ ଏହି ଲୁଟ ଘଟଣା ଭିଆଇଥିଲେ ତାହାର ଡେମୋ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ସହ ୩ ଜଣକୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାଡ଼ ।

ଆହୁରି ପଢ଼ନ୍ତୁ: ରାଜସ୍ଥାନରେ ଚାଞ୍ଚଲ୍ୟ: ମାଟି ତଳୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ପରେ ପୋତି ଦେଇଥିବା ସନ୍ଦେହ

ଭୁବନେଶ୍ୱର ବଢ଼େଇବାଙ୍କ ଛକ ନିକଟରେ ଥିବା ଏସବିଆଇ ଏଟିଏମ୍ ଲୁଟ ବେଳେ ଧରାପଡିଥିବା ଲୁଟେରାଙ୍କ ଠାରୁ କାର୍‌ ଓ ଟଙ୍କା ଜବତ ହୋଇଛି । ନାଲି ରଙ୍ଗର ହେକ୍ଟର କାର ହୋଇଛି । କାରର ଦାମ ୨୫ଲକ୍ଷ ଟଙ୍କା ହେବା ଜଣାପଡିଛି । ଏହି କାରରେ ବୁଲି ବୁଲି ପୁରୁଣା ଏଟିଏମ୍‌କୁ ଟାର୍ଗେଟ କରୁଥିଲେ ଲୁଟେରା । ଲୁଟେରା ମାନେ କିଭଳି ଟେକନିକରେ ଲୁଟ କରୁଥିଲେ ତାକୁ ନେଇ ଡେମୋ ଦେଖାଇଛି ପୋଲିସ ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ମୁଖ୍ୟତଃ ଲୁଟେରାମାନେ ଉତ୍ତରପ୍ରଦେଶର ହୋଇଥିବା ଜଣାପଡିଛି । କିଛି ନିର୍ଦ୍ଧିଷ୍ଟ ଏଟିଏମ ଲୁଟ କରିବା ଏମାନଙ୍କ ପ୍ରମୁଖ ଟାର୍ଗେଟ ରହିଥିଲା । ପୁରୁଣା ଏଟିଏମ ଗୁଡ଼ିକୁ ଟାର୍ଗେଟରେ ରଖିଥିଲେ ଏହି ଲୁଟେରା ଗ୍ୟାଙ୍ଗ । ଲିଙ୍ଗରାଜ ଥାନା ପୋଲିସ ଏବଂ ଏକ ସ୍ପେସାଲ ସ୍ୱାର୍ଡ ଲୁଟେରା ମାନଙ୍କୁ ଧରିବାରେ ସଫଳ ହୋଇଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp