ଓଡ଼ିଶା ସରକାରୀ ବିଶ୍ୱବିଦ୍ୟାଳୟ ବିଧେୟକ-୨୦୨୬କୁ ମିଳିଲା ରାଜ୍ୟପାଳଙ୍କ ସ୍ୱୀକୃତି

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶାରେ ଲାଗୁହେଲା ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱ ବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ,୨୦୨୬। ଓଡ଼ିଶାର ରାଜ୍ୟପାଳ ଡ଼. ହରିବାବୁ କମ୍ଭମ୍‌ପାଟି ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱ ବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ବିଧେୟକ-୨୦୨୬କୁ ସ୍ୱୀକୃତି ପ୍ରଦାନ କରିବା ପରେ ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱ ବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ, ୨୦୨୬କୁ ଓଡ଼ିଶାରେ ଲାଗୁ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଗାମୀ ୨୪ ଘଣ୍ଟା ମଧ୍ୟରେ କୁଆପଥର ବର୍ଷା ପାଇଁ ସାରା ରାଜ୍ୟକୁ ଚେତାବନୀ, ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ବିଗତ ମାର୍ଚ୍ଚ ୩୧ ତାରିଖରେ ବିଧାନସଭାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଲୋଚନା ହେବା ପରେ ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱ ବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ବିଧେୟକ,୨୦୨୬କୁ ବିଧାନସଭାରେ ପାରିତ କରାଯାଇଥିଲା। ଏହି ବିଧେୟକ ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରିବା ପରେ ସାରା ରାଜ୍ୟରେ ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ, ୨୦୨୬ ଲାଗୁ ହୋଇଛି।

ଆହୁରି ପଢ଼ନ୍ତୁ: ପୁଣି ବିବାଦରେ ନାଣ୍ଡୁ ବାବୁ ! ଆଡଭାନ୍ସ ନେଇ ଯାତ୍ରା କରୁନଥିବା ଅଭିଯୋଗ କଲେ ପୂଜା କମିଟି ସଦସ୍ୟ

ଏହି ଅଧିନିୟମ ଲାଗୁ ହେବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏଥିସହ ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ, ୨୦୨୬ ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ସେ ମତପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଫକୀର ମୋହନ କଲେଜରେ ପୁଣି ଜଣେ ଅଧ୍ୟାପକଙ୍କ ନାମରେ ସାଂଘାତିକ ଅଭିଯୋଗ, HOD ପଦରୁ ହେଲେ ବହିଷ୍କାର

ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, "ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ, ୨୦୨୬ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ଏସଇବିସି ବର୍ଗଙ୍କ ପ୍ରତିନିଧିତ୍ବକୁ ସୁନିଶ୍ଚିତ କରିବ। ରାଜ୍ୟରେ ସରକାରୀ ବିଶ୍ୱ ବିଦ୍ୟାଳୟରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିରେ ସଂରକ୍ଷଣ କାର୍ଯ୍ୟକାରୀ କରିବା ପାଇଁ ପ୍ରତ୍ୟେକ ବିଶ୍ୱ ବିଦ୍ୟାଳୟକୁ ଏକକ ଭାବେ (University as a single Unit) ବିଚାର କରାଯିବ। ବିଭାଗ ଭିତ୍ତିକ ସଂରକ୍ଷଣ ପ୍ରଣାଳୀକୁ ଉଚ୍ଛେଦ କରାଯାଇଛି। ଏହାଫଳରେ ଶିକ୍ଷକମାନଙ୍କର ପ୍ରତ୍ୟକ୍ଷ ନିଯୁକ୍ତି ସମୟରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଆଦି ପଦବୀରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ଏସଇବିସି ବର୍ଗଙ୍କ ପ୍ରତିନିଧିତ୍ବକୁ ସୁନିଶ୍ଚିତ କରାଯାଇପାରିବ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ରାଜ୍ୟର ସରକାରୀ ବିଶ୍ୱ ବିଦ୍ୟାଳୟରେ ବହୁଦିନ ଧରି ଖାଲି ରହିଥିବା କୁଳପତି ପଦବୀକୁ ମଧ୍ୟ ପୂରଣ କରାଯାଇଛି। ଏକାସହ ୧୪ଟି ବିଶ୍ୱ ବିଦ୍ୟାଳୟରେ କୁଳପତିଙ୍କୁ ନିଯୁକ୍ତ କରାଯାଇଛି। ଶିକ୍ଷାବିତ୍‌ମାନେ ଆମ ଶୈକ୍ଷିକ ସମାଜର ନେତୃତ୍ୱ ନେଇଛନ୍ତି ଏବଂ ୧୪ଟି ବିଶ୍ୱ ବିଦ୍ୟାଳୟରେ କୁଳପତି ଭାବେ ଆମ ଓଡ଼ିଶାର ଶିକ୍ଷାବିତ୍‌ମାନେ ନିଯୁକ୍ତି ପାଇଛନ୍ତି। ଓଡ଼ିଆ ମାନେ ହିଁ ଓଡ଼ିଶାର ଶୈକ୍ଷିକ ସମାଜର ବିକାଶ ପାଇଁ ଦାୟିତ୍ୱ ନିର୍ବାହ କରୁଛନ୍ତି । ନବ ନିଯୁକ୍ତ କୁଳପତିମାନଙ୍କ ନେତୃତ୍ୱରେ ବିଶ୍ୱ ବିଦ୍ୟାଳୟମାନଙ୍କରେ ଗୁଣାତ୍ମକ, ପ୍ରୟୋଗାତ୍ମକ ଓ ଗବେଷଣାତ୍ମକ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ। ଏଥିସହ ଓଡ଼ିଶା ବିଶ୍ୱ ବିଦ୍ୟାଳୟ (ସଂଶୋଧନ) ଅଧିନିୟମ, ୨୦୨୪ ଏବଂ ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ, ୨୦୨୬ ଲାଗୁ ହେବା ପରେ ରାଜ୍ୟର ସରକାରୀ ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀକୁ ପୂରଣ କରିବା ପ୍ରକ୍ରିୟାକୁ ତ୍ୱରାନିତ୍ବ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।

13 Apr 2026 By Madhusudan Das

ଓଡ଼ିଶା ସରକାରୀ ବିଶ୍ୱବିଦ୍ୟାଳୟ ବିଧେୟକ-୨୦୨୬କୁ ମିଳିଲା ରାଜ୍ୟପାଳଙ୍କ ସ୍ୱୀକୃତି

ଭୁବନେଶ୍ୱର: ଓଡ଼ିଶାରେ ଲାଗୁହେଲା ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱ ବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ,୨୦୨୬। ଓଡ଼ିଶାର ରାଜ୍ୟପାଳ ଡ଼. ହରିବାବୁ କମ୍ଭମ୍‌ପାଟି ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱ ବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ବିଧେୟକ-୨୦୨୬କୁ ସ୍ୱୀକୃତି ପ୍ରଦାନ କରିବା ପରେ ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱ ବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ, ୨୦୨୬କୁ ଓଡ଼ିଶାରେ ଲାଗୁ କରାଯାଇଛି।

ବିଗତ ମାର୍ଚ୍ଚ ୩୧ ତାରିଖରେ ବିଧାନସଭାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଲୋଚନା ହେବା ପରେ ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱ ବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ବିଧେୟକ,୨୦୨୬କୁ ବିଧାନସଭାରେ ପାରିତ କରାଯାଇଥିଲା। ଏହି ବିଧେୟକ ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରିବା ପରେ ସାରା ରାଜ୍ୟରେ ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ, ୨୦୨୬ ଲାଗୁ ହୋଇଛି।

ଏହି ଅଧିନିୟମ ଲାଗୁ ହେବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏଥିସହ ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ, ୨୦୨୬ ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ସେ ମତପ୍ରକାଶ କରିଛନ୍ତି।

ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, "ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ, ୨୦୨୬ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ଏସଇବିସି ବର୍ଗଙ୍କ ପ୍ରତିନିଧିତ୍ବକୁ ସୁନିଶ୍ଚିତ କରିବ। ରାଜ୍ୟରେ ସରକାରୀ ବିଶ୍ୱ ବିଦ୍ୟାଳୟରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିରେ ସଂରକ୍ଷଣ କାର୍ଯ୍ୟକାରୀ କରିବା ପାଇଁ ପ୍ରତ୍ୟେକ ବିଶ୍ୱ ବିଦ୍ୟାଳୟକୁ ଏକକ ଭାବେ (University as a single Unit) ବିଚାର କରାଯିବ। ବିଭାଗ ଭିତ୍ତିକ ସଂରକ୍ଷଣ ପ୍ରଣାଳୀକୁ ଉଚ୍ଛେଦ କରାଯାଇଛି। ଏହାଫଳରେ ଶିକ୍ଷକମାନଙ୍କର ପ୍ରତ୍ୟକ୍ଷ ନିଯୁକ୍ତି ସମୟରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଆଦି ପଦବୀରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ଏସଇବିସି ବର୍ଗଙ୍କ ପ୍ରତିନିଧିତ୍ବକୁ ସୁନିଶ୍ଚିତ କରାଯାଇପାରିବ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ରାଜ୍ୟର ସରକାରୀ ବିଶ୍ୱ ବିଦ୍ୟାଳୟରେ ବହୁଦିନ ଧରି ଖାଲି ରହିଥିବା କୁଳପତି ପଦବୀକୁ ମଧ୍ୟ ପୂରଣ କରାଯାଇଛି। ଏକାସହ ୧୪ଟି ବିଶ୍ୱ ବିଦ୍ୟାଳୟରେ କୁଳପତିଙ୍କୁ ନିଯୁକ୍ତ କରାଯାଇଛି। ଶିକ୍ଷାବିତ୍‌ମାନେ ଆମ ଶୈକ୍ଷିକ ସମାଜର ନେତୃତ୍ୱ ନେଇଛନ୍ତି ଏବଂ ୧୪ଟି ବିଶ୍ୱ ବିଦ୍ୟାଳୟରେ କୁଳପତି ଭାବେ ଆମ ଓଡ଼ିଶାର ଶିକ୍ଷାବିତ୍‌ମାନେ ନିଯୁକ୍ତି ପାଇଛନ୍ତି। ଓଡ଼ିଆ ମାନେ ହିଁ ଓଡ଼ିଶାର ଶୈକ୍ଷିକ ସମାଜର ବିକାଶ ପାଇଁ ଦାୟିତ୍ୱ ନିର୍ବାହ କରୁଛନ୍ତି । ନବ ନିଯୁକ୍ତ କୁଳପତିମାନଙ୍କ ନେତୃତ୍ୱରେ ବିଶ୍ୱ ବିଦ୍ୟାଳୟମାନଙ୍କରେ ଗୁଣାତ୍ମକ, ପ୍ରୟୋଗାତ୍ମକ ଓ ଗବେଷଣାତ୍ମକ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ। ଏଥିସହ ଓଡ଼ିଶା ବିଶ୍ୱ ବିଦ୍ୟାଳୟ (ସଂଶୋଧନ) ଅଧିନିୟମ, ୨୦୨୪ ଏବଂ ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ, ୨୦୨୬ ଲାଗୁ ହେବା ପରେ ରାଜ୍ୟର ସରକାରୀ ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀକୁ ପୂରଣ କରିବା ପ୍ରକ୍ରିୟାକୁ ତ୍ୱରାନିତ୍ବ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର