ଗିରଫ ହେଲେ ଜଳସେଚନ ବିଭାଗର କୁବେର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଚଢ଼ାଉ ବେଳେ ଠାବ ହୋଇଥିଲା ବିପୁଳ ସଂପତ୍ତି

Madhusudan Das Picture
Published On

ଭୁବନେଶ୍ୱର: ଗିରଫ ହେଲେ ଜଳସେଚନ ବିଭାଗର କୁବେର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ ବିଭାଗ । ଗତକାଲି ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରିବା ପରେ ବିପୁଳ ପରିମାଣରେ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ। ରେଡ୍ ବେଳେ ବାବୁଙ୍କ ଘରୁ ମିଳିଥିଲା ନଗଦ ୬.୨୩ ଲକ୍ଷ ଟଙ୍କା । ୧.୮୧ କୋଟିର ବ୍ୟାଙ୍କ ଡିପୋଜିଟ୍‌ ସହ ୩୫୦ ଗ୍ରାମ ସୁନା ଠାବ ହୋଇଥିଲା । ବହୁତଳ କୋଠା ସହ ୮ଟି ପ୍ଲଟ୍ ଓ ଗୋଟିଏ ଫାର୍ମ ହାଉସ୍‌ ମଧ୍ୟ ଠାବ ହୋଇଥିଲା । 

ଆହୁରି ପଢ଼ନ୍ତୁ: ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ହଜାର ଲୋକ, ଅଧିକରୁ ଅଧିକ ସାମିଲ ହେବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅପିଲ

ଭିଜିଲାନ୍ସ ତଥ୍ୟ ଅନୁଯାୟୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କର ଭୁବନେଶ୍ୱରର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀର ୮ ନମ୍ବର ଲେନ୍‌ରେ ଏକ ତିନି ମହଲା କୋଠା ରହିଛି। ଏହା ପ୍ରାୟ ୩ ହଜାର ବର୍ଗଫୁଟ ଜାଗା ଉପରେ ତିଆରି ହୋଇଛି। ଢେଙ୍କାନାଳର ଭାପୁରର ବିମ୍ବୋଳରେ ଏକ ଫାର୍ମ ହାଉସ୍ ରହିଛି। ୧ ଏକର ୭୧ ଡିସିମିଲ୍‌ର ଜାଗାରେ ଏହି ଫାର୍ମ ହାଉସ୍‌ଟି ରହିଛି। ଫାର୍ମ ହାଉସ୍‌ରେ ଥିବା ଦ୍ୱିମହଲା କୋଠାଟି ୪୦୦୦ ବର୍ଗଫୁଟ୍ ଜାଗାରେ ନିର୍ମାଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଋଷିକେଶରୁ ଗିରଫ ହେଲା ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିବା ହାର୍ଡକୋର ଅପରାଧୀ ରାଜା ସାହାଣୀ

09 Apr 2026 By Madhusudan Das

ଗିରଫ ହେଲେ ଜଳସେଚନ ବିଭାଗର କୁବେର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଚଢ଼ାଉ ବେଳେ ଠାବ ହୋଇଥିଲା ବିପୁଳ ସଂପତ୍ତି

ଭୁବନେଶ୍ୱର: ଗିରଫ ହେଲେ ଜଳସେଚନ ବିଭାଗର କୁବେର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ ବିଭାଗ । ଗତକାଲି ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରିବା ପରେ ବିପୁଳ ପରିମାଣରେ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ। ରେଡ୍ ବେଳେ ବାବୁଙ୍କ ଘରୁ ମିଳିଥିଲା ନଗଦ ୬.୨୩ ଲକ୍ଷ ଟଙ୍କା । ୧.୮୧ କୋଟିର ବ୍ୟାଙ୍କ ଡିପୋଜିଟ୍‌ ସହ ୩୫୦ ଗ୍ରାମ ସୁନା ଠାବ ହୋଇଥିଲା । ବହୁତଳ କୋଠା ସହ ୮ଟି ପ୍ଲଟ୍ ଓ ଗୋଟିଏ ଫାର୍ମ ହାଉସ୍‌ ମଧ୍ୟ ଠାବ ହୋଇଥିଲା । 

ଭିଜିଲାନ୍ସ ତଥ୍ୟ ଅନୁଯାୟୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କର ଭୁବନେଶ୍ୱରର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀର ୮ ନମ୍ବର ଲେନ୍‌ରେ ଏକ ତିନି ମହଲା କୋଠା ରହିଛି। ଏହା ପ୍ରାୟ ୩ ହଜାର ବର୍ଗଫୁଟ ଜାଗା ଉପରେ ତିଆରି ହୋଇଛି। ଢେଙ୍କାନାଳର ଭାପୁରର ବିମ୍ବୋଳରେ ଏକ ଫାର୍ମ ହାଉସ୍ ରହିଛି। ୧ ଏକର ୭୧ ଡିସିମିଲ୍‌ର ଜାଗାରେ ଏହି ଫାର୍ମ ହାଉସ୍‌ଟି ରହିଛି। ଫାର୍ମ ହାଉସ୍‌ରେ ଥିବା ଦ୍ୱିମହଲା କୋଠାଟି ୪୦୦୦ ବର୍ଗଫୁଟ୍ ଜାଗାରେ ନିର୍ମାଣ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର