ମୁମ୍ବାଇରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡମ୍ପର-କାର୍ ଧକ୍କାରେ ୧୧ ମୃତ

Madhusudan Das Picture
Published On

ମୁମ୍ବାଇ: ମୁମ୍ବାଇର କଲ୍ୟାଣ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଡମ୍ପର ଏବଂ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଅତିକମରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ଏକ ସିମେଣ୍ଟ ମିକ୍ସର ଗାଡି ସହ ଦ୍ରୁତଗତିରେ ଆସୁଥିବା କାର ଧକ୍କା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଶାସନର ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ସକାଳ ପ୍ରାୟ ୧୧ଟା ସମୟରେ କଲ୍ୟାଣ-ମୁରବାଦ ରୋଡ୍‌ରେ ଥିବା ରାୟତା ବ୍ରିଜ୍ ଉପରେ ଘଟିଥିଲା। ପ୍ରାଥମିକ ତଥ୍ୟ ଅନୁଯାୟୀ, ଏକ କାର୍ କଲ୍ୟାଣ ଆଡୁ ଆସୁଥିବା ବେଳେ ଏକ ମିକ୍ସର୍ ଟ୍ରକ୍ ସହ ତାର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ସମୟରେ କାର୍‌ରେ ମୋଟ ୧୨ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ବ୍ରିକ୍ସ ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଲେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ: ଆଜି ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା

ଖବର ପାଇବା ମାତ୍ରେ ସ୍ଥାନୀୟ ଲୋକେ ଏବଂ ଟିଟୱାଲା ପୋଲିସ୍ ଷ୍ଟେସନ୍ର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଥାନେ ପୋଲିସ୍ ଅଧୀକ୍ଷକ ଡି.ଏସ୍. ସ୍ୱାମୀ ଏହି ଘଟଣାରେ ମୃତାହତଙ୍କ ସଂଖ୍ୟାକୁ ନିଶ୍ଚିତ କରିଛନ୍ତି। ପୋଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛି। ଅତ୍ୟଧିକ ବେଗ କିମ୍ବା ନିୟନ୍ତ୍ରଣ ହରାଇବା କାରଣରୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଏହି ଘଟଣା ଯୋଗୁଁ ରାୟତା ବ୍ରିଜ୍ ନିକଟରେ ରାଜପଥରେ ପ୍ରବଳ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ହୁଥିଙ୍କ କବଜାରେ ମୋଚା ବନ୍ଦର: ବିଶ୍ୱ ତୈଳ ବଜାର ଓ ନୌବାଣିଜ୍ୟ ପାଇଁ ବଢ଼ିଲା ବିପଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର