ଜଳିବ ଅଭ୍ୟନ୍ତର, ସିଝିବ ଉପକୂଳ; ୪୪ଡିଗ୍ରୀ ମଧ୍ୟ ଛୁଇଁପାରେ ଦିନ ତାପମାତ୍ରା

Madhusudan Das Picture
Published On

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ସହ ବାୟୁମଣ୍ଡଳରେ ରହୁଥିବା ଆର୍ଦ୍ରତା ହେତୁ ଭୀଷଣ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗକୁ କାଳବୈଶାଖୀ ଜନିତ ବର୍ଷା ଆଶଙ୍କା କମ୍‌ ଥିବାରୁ ଏହି ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ସୋମବାର ୪୧ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ରାଜ୍ୟର ମୋଟ୍ ୭ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜିଠୁ ଆଗାମୀ ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏକାଧିକ ସ୍ଥାନରେ ଗରମ, ଗୁଳୁଗୁଳି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ହିଟ୍‌-ୱେଭ୍‌ ସହ ଉଷ୍ମ ଓ ଆର୍ଦ୍ର ପାଣିପାଗ ସ୍ଥିତି ନେଇ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଚଳିତ ସପ୍ତାହରେ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଫଳରେ ଏପ୍ରିଲ ମଧ୍ୟ ଭାଗର ତାପମାତ୍ରା ସ୍ୱାଭାବିକ ତୁଳନାରେ ୨-୩ ଡିଗ୍ରୀ ଅଧିକ ରହିବ। ଏହି ସମୟରେ ବର୍ଷାର ସମ୍ଭାବନା ଆଦୌ ନଥିବା ବେଳେ ଆଗାମୀ ୭ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଆଶଙ୍କା ମଧ୍ୟ ୧୦ପ୍ରତିଶତରୁ କମ୍‌ ରହିଛି। ରାଜ୍ୟକୁ ଏବେ କ୍ରମାଗତ ଭାବେ ପ୍ରବାହିତ ଉତ୍ତର-ପଶ୍ଚିମା ବାୟୁ ଯୋଗୁଁ ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। 

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଆଭ୍ୟନ୍ତରୀଣ ଓଡ଼ିଶାରେ କେନ୍ଦ୍ରୀୟ ଭାରତରୁ ଆସୁଥିବା ଶୁଷ୍କ ଓ ଗରମ ଉତ୍ତର-ପଶ୍ଚିମା ବାୟୁର ପ୍ରଭାବ ଅଧିକ ରହିବାର ଆଶଙ୍କା ରହିଛି। ଅନ୍ୟପଟେ, ଉପକୂଳବର୍ତ୍ତୀ ଅଞ୍ଚଳରେ ଦକ୍ଷିଣ-ଦକ୍ଷିଣ ପଶ୍ଚିମବାୟୁ ପ୍ରଭାବରେ ଅଧିକ ଜଳୀୟବାଷ୍ପ ଆସୁଥିବାରୁ ପ୍ରବଳ ଗୁଳୁଗୁଳି ଓ ଅସହ୍ୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି। କାଳବୈଶାଖୀ ସମ୍ଭାବନା ପ୍ରାୟ ନଥିବାରୁ ସାରା ରାଜ୍ୟରେ ଆକାଶ ନିର୍ମଳ ରହିବ ଏବଂ ପ୍ରଖର ସୂର୍ଯ୍ୟକିରଣ ଅନୁଭୂତ ହେବ। ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ପ୍ରାୟ ୪୧ ଡିଗ୍ରୀରୁ ଅଧିକ ରହିବା ସହ କେତେକ ସ୍ଥାନରେ ଏହା  ୪୪ଡିଗ୍ରୀ ମଧ୍ୟ ଛୁଇଁପାରେ। ଦିନ ଓ ରାତି ତାପମାତ୍ରାରେ ମଧ୍ୟ ବଡ଼ ବ୍ୟବଧାନ ରହିବ। 

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ସେହିପରି ଉପକୂଳ ଓଡ଼ିଶାରେ ତାପମାତ୍ରା ୩୬ରୁ ୩୮ଡିଗ୍ରୀ ମଧ୍ୟରେ ରହିବା ସହ ଆର୍ଦ୍ରତା ୭୦-୭୫ପ୍ରତିଶତ ରହୁଥିବାରୁ, ଅନୁଭୂତ ହେଉଥିବା ତାପମାତ୍ରା (ଫିଲ୍‌ ଲାଇକ ଟେମ୍ପରେଚର୍‌) ପ୍ରାୟ ୪୫-୪୭ ଡିଗ୍ରୀ ଅନୁଭୂତ ହେବ। ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ସପ୍ତାହ ମଧ୍ୟଭାଗ ସୁଦ୍ଧା ତାପମାତ୍ରା ୩୯-୪୦ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସହ ଗୁଳୁଗୁଳି ଯୋଗୁଁ କଷ୍ଟକର ପରିସ୍ଥିତି ସୃଷ୍ଟି ହେବ। ଚଳିତ ସପ୍ତାହର ୫ଟି ପ୍ରମୁଖ ଉତ୍ତପ୍ତ ସ୍ଥାନ ମଧ୍ୟରେ ଝାରସୁଗୁଡ଼ାରେ ୪୩.୫-୪୪.୫, ସମ୍ୱଲପୁରରେ ୪୩-୪୪ ଅନୁଗୋଳ ୪୨.୫-୪୩.୫, ବଲାଙ୍ଗିର ୪୨-୪୩, ଟିଟିଲାଗଡ଼ରେ ୪୨-୪୨.୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରେକର୍ଡ ହେବାର ଆଶଙ୍କା ରହିଛି ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି। 

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ସୂଚନାଥାଉ କି, ସୋମବାର ଟିଟିଲାଗଡ଼ରେ ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୪୦.୮ଡିଗ୍ରୀ, ସମ୍ବଲପୁରରେ ୪୦.୪ଡିଗ୍ରୀ, ଭାବନୀପାଟଣାରେ ୪୦.୪ ଡିଗ୍ରୀ, ବଲାଙ୍ଗିରରେ ୪୦.୨ଡିଗ୍ରୀ, ସୋନପୁରରେ ୪୦.୧ଡିଗ୍ରୀ ଓ ଅନୁଗୋଳରେ ୪୦.୧ଡିଗ୍ରୀ ରେକର୍ଡ ହୋଇଛି। ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଉଷ୍ମ ଓ ଆର୍ଦ୍ର ପାଣିପାଗ ସ୍ଥିତି ଆକଳନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର