ଚଡକ ମେଳା ହେଲା କାଳ, ପୂଜା କରିବାବେଳେ ଖଜୁରୀ ଗଛରୁ ପଡ଼ି ଯୁବକ ମୃତ

Madhusudan Das Picture
Published On

ମାଲକାନଗିରି: ଚଡକ ମେଳା ହେଲା କାଳ । ମେଳାରେ ଘଟିଲା ଅଘଟଣ। ପୂଜା କରିବାବେଳେ ଖଜୁରୀ ଗଛରୁ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମୋଟୁ ଥାନା ମାନ୍ୟମକୋଣ୍ଡା ପଞ୍ଚାୟତ ଏମପିଭି -୩୬ ଗାଁରେ । ମୃତକ ହେଲେ ଜଗଦୀଶ ସାନା। ଯୁବକଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଆହୁରି ପଢ଼ନ୍ତୁ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ

ସୂଚନା ଅନୁସାରେ, ଆଜି ଗାଁ ନିକଟ ଏମଭି-୭୨ ଠାରେ ଚଡକମେଳା ଆୟୋଜନ କରାଯାଇଥିଲା। ବଙ୍ଗୀୟ ସମ୍ପ୍ରଦାୟର ପରମ୍ପରା ଅନୁଯାୟୀ ବ୍ରତଧାରୀମାନେ ଖଜୁରୀ ଗଛ ମୂଳରେ ମନ୍ତ୍ରପାଠ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପୂଜା ପରେ ବ୍ରତଧାରୀମାନେ ଖଜୁରୀଗଛକୁ ଚଢିବା ପରମ୍ପର ରହିଛି। ବ୍ରତ କରିଥିବା ଜଗଦୀଶ ପୂଜାର୍ଚ୍ଚନା ପରେ ୩୦ ଫୁଟ ଉଚ୍ଚର ଏକ ଖଜୁରୀଗଛକୁ ଚଢିଥିଲେ। ଉପବାସ କରିଥିବାରୁ ଗଛ ଚଢିବା ବେଳେ ହଠାତ ତାଙ୍କ ମୁଣ୍ଡ ଘୁରାଇଦେବାରୁ ସେ ତଳକୁ ପଡିଯାଇଥିଲେ । ଉପସ୍ଥିତ ପରିବାର ବର୍ଗ ଓ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ତୁରନ୍ତ କାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ହୃଦୟଛୁଆଁ କାହାଣୀ: ପରସ୍ପରକୁ ଜାବୁଡି ଧରି ବଞ୍ଚିଛନ୍ତି ୫ ଛୁଆ ଓରାଙ୍ଗଉଟାନ୍‌; ମା' ନାହିଁ, ହେଲେ ମା' ପରି ଅଛନ୍ତି ପରସ୍ପର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର