ହାଇଦ୍ରାବାଦରେ ଅଭାବନୀୟ ଘଟଣା: ବିବାହ ଭାଙ୍ଗିବାରୁ ଯୁବତୀଙ୍କୁ ନିଜର ଏଚଆଇଭି (HIV) ସଂକ୍ରମିତ ରକ୍ତ ଇଞ୍ଜେକ୍ସନ ଦେଲା ଯୁବକ, ଶେଷରେ ଜୀବନ ହାରିଲେ ପୀଡ଼ିତା

Suryakanta Picture
Published On

ହାଇଦ୍ରାବାଦରେ ଏକ ଅତ୍ୟନ୍ତ ହୃଦୟବିଦାରକ ଏବଂ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜର ବିବାହ ଭାଙ୍ଗିଯିବାରୁ ରାଗରେ ନିଜ ହବୁସ୍ତ୍ରୀଙ୍କ ଶରୀରରେ ଏଚଆଇଭି (HIV) ସଂକ୍ରମିତ ରକ୍ତ ଇଞ୍ଜେକ୍ସନ ଜରିଆରେ ଭର୍ତ୍ତି କରିଦେଇଥିଲେ। ଏହି ଘଟଣାର କିଛି ଦିନ ପରେ, ମାନସିକ ସ୍ତରରେ ଭାଙ୍ଗିପଡ଼ିଥିବା ସମ୍ପୃକ୍ତ ୨୨ ବର୍ଷୀୟା ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ଏବଂ ଅଭିଯୁକ୍ତକୁ ପୂର୍ବରୁ ଗିରଫ କରାଯାଇସାରିଛି।

ଆହୁରି ପଢ଼ନ୍ତୁ: ଶାଢ଼ୀ ପାଇଁ ସ୍ୱାମୀକୁ ହତ୍ୟା କଲା ପତ୍ନୀ: ପ୍ରେସର କୁକର ଢାଙ୍କୁଣିରେ ପିଟିବା ପରେ ତଣ୍ଟି ଚିପି ନେଲା ଜୀବନ

ବିବାହ ଭାଙ୍ଗିବାରୁ ନେଲା ପ୍ରତିଶୋଧ

ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ଏବଂ ପୀଡ଼ିତା ପରସ୍ପରର ସମ୍ପର୍କୀୟ ଥିଲେ ଏବଂ ପରିବାର ଲୋକେ ସେମାନଙ୍କର ବିବାହ ସ୍ଥିର କରିଥିଲେ। ତେବେ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଜଣାପଡ଼ିଥିଲା ଯେ ଯୁବକ ଜଣକ ଏଚଆଇଭି ପଜିଟିଭ୍ (HIV Positive) ଅଟନ୍ତି। ଏହା ଜାଣିବା ପରେ ଯୁବତୀଙ୍କ ପରିବାର ଲୋକେ ତୁରନ୍ତ ବିବାହ ପ୍ରସ୍ତାବକୁ ବାତିଲ କରିଦେଇଥିଲେ। ବିବାହ ଭାଙ୍ଗିଯିବା କାରଣରୁ ଯୁବକ ଜଣକ ଉତକ୍ଷିପ୍ତ ହୋଇପଡ଼ିଥିଲେ। "ତୁମେ ଯଦି ମୋର ନହେଲ, ତେବେ ଆଉ କାହାର ବି ହୋଇପାରିବ ନାହିଁ" ବୋଲି କହି ଅଭିଯୁକ୍ତ ଗତ ମାର୍ଚ୍ଚ ୧୧ ତାରିଖରେ ଯୁବତୀଙ୍କ ଘରେ ପଶି ଜୋରଜବରଦସ୍ତ ତାଙ୍କ ଶରୀରରେ ନିଜର ଏଚଆଇଭି ସଂକ୍ରମିତ ରକ୍ତକୁ ଏକ ସିରିଞ୍ଜ୍ ସାହାଯ୍ୟରେ ଇଞ୍ଜେକ୍ଟ କରିଦେଇଥିଲେ। ସେ ଭାବିଥିଲେ ଯେ ଯୁବତୀ ଜଣକ ସଂକ୍ରମିତ ହେବା ପରେ ତାଙ୍କୁ ହିଁ ବିବାହ କରିବାକୁ ବାଧ୍ୟ ହେବେ।

ଆହୁରି ପଢ଼ନ୍ତୁ: ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା: ଜାମିନ ଖାରଜ, ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

ସୋସିଆଲ୍ ମିଡିଆ ଗୁଜବରୁ ମାନସିକ ଆଘାତ

ଏହି ଘଟଣା ପରେ ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କର ଚିକିତ୍ସା ଚାଲିଥିଲା। ଅନ୍ୟପକ୍ଷରେ, ଯୁବତୀଙ୍କ ପରିବାରର ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା। କିନ୍ତୁ ସୋସିଆଲ୍ ମିଡିଆରେ ଏହି ଘଟଣାକୁ ନେଇ ବିଭିନ୍ନ ପ୍ରକାରର କଥା ପ୍ରଚାରିତ ହେବାରୁ ଯୁବତୀ ଜଣକ ମାନସିକ ସ୍ତରରେ ଗଭୀର ଆଘାତ ପାଇଥିଲେ। ଶେଷରେ ସେ ନିଜ ଆଈଙ୍କ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଛି, ଯେଉଁଥିରେ ସୋସିଆଲ୍ ମିଡିଆ ପୋଷ୍ଟ ଯୋଗୁଁ ସେ ଅବସାଦଗ୍ରସ୍ତ ଥିଲେ ବୋଲି ଉଲ୍ଲେଖ କରିଛନ୍ତି। ପୋଚାରାମ ଆଇଟି କରିଡର ପୋଲିସ ବର୍ତ୍ତମାନ ଏହି ଆତ୍ମହତ୍ୟା ମାମଲାର ଅଧିକ ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ଜୟପୁର ମର୍ଡର କେସ୍: ମଦ ବିଲ୍ ଦେବାକୁ କେନ୍ଦ୍ର କରି ସାଙ୍ଗକୁ ହତ୍ୟା, ପୋଲିସରୁ ବର୍ତ୍ତିବା ପାଇଁ ୟୁଟ୍ୟୁବ୍ ସର୍ଚ୍ଚ କଲେ ଅଭିଯୁକ୍ତ

13 Apr 2026 By Suryakanta

ହାଇଦ୍ରାବାଦରେ ଅଭାବନୀୟ ଘଟଣା: ବିବାହ ଭାଙ୍ଗିବାରୁ ଯୁବତୀଙ୍କୁ ନିଜର ଏଚଆଇଭି (HIV) ସଂକ୍ରମିତ ରକ୍ତ ଇଞ୍ଜେକ୍ସନ ଦେଲା ଯୁବକ, ଶେଷରେ ଜୀବନ ହାରିଲେ ପୀଡ଼ିତା

ହାଇଦ୍ରାବାଦରେ ଏକ ଅତ୍ୟନ୍ତ ହୃଦୟବିଦାରକ ଏବଂ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜର ବିବାହ ଭାଙ୍ଗିଯିବାରୁ ରାଗରେ ନିଜ ହବୁସ୍ତ୍ରୀଙ୍କ ଶରୀରରେ ଏଚଆଇଭି (HIV) ସଂକ୍ରମିତ ରକ୍ତ ଇଞ୍ଜେକ୍ସନ ଜରିଆରେ ଭର୍ତ୍ତି କରିଦେଇଥିଲେ। ଏହି ଘଟଣାର କିଛି ଦିନ ପରେ, ମାନସିକ ସ୍ତରରେ ଭାଙ୍ଗିପଡ଼ିଥିବା ସମ୍ପୃକ୍ତ ୨୨ ବର୍ଷୀୟା ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ଏବଂ ଅଭିଯୁକ୍ତକୁ ପୂର୍ବରୁ ଗିରଫ କରାଯାଇସାରିଛି।

ବିବାହ ଭାଙ୍ଗିବାରୁ ନେଲା ପ୍ରତିଶୋଧ

ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ଏବଂ ପୀଡ଼ିତା ପରସ୍ପରର ସମ୍ପର୍କୀୟ ଥିଲେ ଏବଂ ପରିବାର ଲୋକେ ସେମାନଙ୍କର ବିବାହ ସ୍ଥିର କରିଥିଲେ। ତେବେ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଜଣାପଡ଼ିଥିଲା ଯେ ଯୁବକ ଜଣକ ଏଚଆଇଭି ପଜିଟିଭ୍ (HIV Positive) ଅଟନ୍ତି। ଏହା ଜାଣିବା ପରେ ଯୁବତୀଙ୍କ ପରିବାର ଲୋକେ ତୁରନ୍ତ ବିବାହ ପ୍ରସ୍ତାବକୁ ବାତିଲ କରିଦେଇଥିଲେ। ବିବାହ ଭାଙ୍ଗିଯିବା କାରଣରୁ ଯୁବକ ଜଣକ ଉତକ୍ଷିପ୍ତ ହୋଇପଡ଼ିଥିଲେ। "ତୁମେ ଯଦି ମୋର ନହେଲ, ତେବେ ଆଉ କାହାର ବି ହୋଇପାରିବ ନାହିଁ" ବୋଲି କହି ଅଭିଯୁକ୍ତ ଗତ ମାର୍ଚ୍ଚ ୧୧ ତାରିଖରେ ଯୁବତୀଙ୍କ ଘରେ ପଶି ଜୋରଜବରଦସ୍ତ ତାଙ୍କ ଶରୀରରେ ନିଜର ଏଚଆଇଭି ସଂକ୍ରମିତ ରକ୍ତକୁ ଏକ ସିରିଞ୍ଜ୍ ସାହାଯ୍ୟରେ ଇଞ୍ଜେକ୍ଟ କରିଦେଇଥିଲେ। ସେ ଭାବିଥିଲେ ଯେ ଯୁବତୀ ଜଣକ ସଂକ୍ରମିତ ହେବା ପରେ ତାଙ୍କୁ ହିଁ ବିବାହ କରିବାକୁ ବାଧ୍ୟ ହେବେ।

ସୋସିଆଲ୍ ମିଡିଆ ଗୁଜବରୁ ମାନସିକ ଆଘାତ

ଏହି ଘଟଣା ପରେ ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କର ଚିକିତ୍ସା ଚାଲିଥିଲା। ଅନ୍ୟପକ୍ଷରେ, ଯୁବତୀଙ୍କ ପରିବାରର ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା। କିନ୍ତୁ ସୋସିଆଲ୍ ମିଡିଆରେ ଏହି ଘଟଣାକୁ ନେଇ ବିଭିନ୍ନ ପ୍ରକାରର କଥା ପ୍ରଚାରିତ ହେବାରୁ ଯୁବତୀ ଜଣକ ମାନସିକ ସ୍ତରରେ ଗଭୀର ଆଘାତ ପାଇଥିଲେ। ଶେଷରେ ସେ ନିଜ ଆଈଙ୍କ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଛି, ଯେଉଁଥିରେ ସୋସିଆଲ୍ ମିଡିଆ ପୋଷ୍ଟ ଯୋଗୁଁ ସେ ଅବସାଦଗ୍ରସ୍ତ ଥିଲେ ବୋଲି ଉଲ୍ଲେଖ କରିଛନ୍ତି। ପୋଚାରାମ ଆଇଟି କରିଡର ପୋଲିସ ବର୍ତ୍ତମାନ ଏହି ଆତ୍ମହତ୍ୟା ମାମଲାର ଅଧିକ ତଦନ୍ତ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp