୧୦ ମିଲିୟନ ଡଲାର ଫି' ନେଇ ଜଷ୍ଟିନ ବିବର କଲେ 'ଅଳସୁଆ' ପ୍ରଦର୍ଶନ, ସମାଲୋଚନାର ଶିକାର

Suryakanta Picture
Published On

ପପ୍ ଷ୍ଟାର ଜଷ୍ଟିନ ବିବର (Justin Bieber) ନିଜର କୋଚେଲା ୨୦୨୬ (Coachella 2026) ର ପ୍ରଦର୍ଶନ ପାଇଁ ବର୍ତ୍ତମାନ କଡ଼ା ସମାଲୋଚନାର ଶିକାର ହେଉଛନ୍ତି। ଏହି ମ୍ୟୁଜିକ୍ ଫେଷ୍ଟିଭାଲ୍‌ରେ ସେ ଇତିହାସର ସବୁଠାରୁ ମହଙ୍ଗା କଳାକାର ଭାବେ ରେକର୍ଡ କରିଥିଲେ ମଧ୍ୟ ତାଙ୍କର ପ୍ରଦର୍ଶନ ପ୍ରଶଂସକମାନଙ୍କୁ ନିରାଶ କରିଛି। ରିପୋର୍ଟ ଅନୁଯାୟୀ, ଗାୟକ ଏହି ଇଭେଣ୍ଟ ପାଇଁ ରେକର୍ଡ ୧୦ ମିଲିୟନ ଡଲାର ଫି' ନେଇଛନ୍ତି, କିନ୍ତୁ ଷ୍ଟେଜ୍ ଉପରେ ତାଙ୍କର 'ଅଳସୁଆ' ଶୈଳୀକୁ ନେଇ ସୋସିଆଲ୍ ମିଡିଆରେ ଅସନ୍ତୋଷ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ଷ୍ଟେଜ୍‌ରେ କେବଳ ଲାପଟପ୍ ଆଉ ୟୁଟ୍ୟୁବ୍ ଭିଡିଓ

ବିବରଙ୍କ ଏହି ବହୁ ପ୍ରତୀକ୍ଷିତ କମ୍‌ବ୍ୟାକ୍ ପ୍ରଦର୍ଶନ ଅତ୍ୟନ୍ତ ସାଧାରଣ ଥିଲା। ଶନିବାର ରାତିରେ ସେ ଏକ ହୁଡି ଏବଂ ସର୍ଟସ୍ ପିନ୍ଧି ଷ୍ଟେଜ୍‌ରେ ପହଞ୍ଚିଥିଲେ। କୌଣସି ଡ୍ୟାନ୍ସର କିମ୍ବା ଲାଇଭ୍ ବ୍ୟାଣ୍ଡ ବିନା, ସେ କେବଳ ଗୋଟିଏ ଷ୍ଟୁଲ୍ ଉପରେ ବସି ନିଜ ଲାପଟପ୍‌ରୁ ପୁରୁଣା ୟୁଟ୍ୟୁବ୍ ଭିଡିଓ (YouTube Videos) ଚଲାଇଥିଲେ। ନିଜର ନୂଆ ଆଲବମ୍ 'ସ୍ୱାଗ୍-୨' (SWAG II) ସମେତ ତାଙ୍କର କିଛି ଲୋକପ୍ରିୟ ଗୀତଗୁଡ଼ିକୁ ସେ ଲାପଟପ୍ ମାଧ୍ୟମରେ ପ୍ରଦର୍ଶନ କରିଥିଲେ, ଯାହା ଉପସ୍ଥିତ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ଦର୍ଶକଙ୍କ ତୀବ୍ର ସମାଲୋଚନା ଓ 'ଡବଲ୍ ଷ୍ଟାଣ୍ଡାର୍ଡ' ବିତର୍କ

ଏହି ପ୍ରଦର୍ଶନ ପରେ ଟ୍ୱିଟର (X) ଓ ଅନ୍ୟାନ୍ୟ ସୋସିଆଲ୍ ମିଡିଆରେ ଦର୍ଶକଙ୍କ ପ୍ରତିକ୍ରିୟାର ସୁଅ ଛୁଟିଥିଲା। ଅନେକ ପ୍ରଶଂସକ କହିଥିଲେ ଯେ ବିବର କେବଳ ୟୁଟ୍ୟୁବ୍ ଗୀତ ବଜାଇବା ପାଇଁ ୧୦ ମିଲିୟନ ଡଲାର୍ ନେଇ ଆୟୋଜକଙ୍କୁ ଠକିଛନ୍ତି। ଏହାସହ ଇଣ୍ଡଷ୍ଟ୍ରିରେ ଥିବା 'ଡବଲ୍ ଷ୍ଟାଣ୍ଡାର୍ଡ' (ଦୈତ୍ୟ ନୀତି) କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

ପ୍ରଶଂସକମାନେ ବିବରଙ୍କ ଏହି ପ୍ରଦର୍ଶନକୁ ମହିଳା କଳାକାର ସାବ୍ରିନା କାର୍ପେଣ୍ଟର (Sabrina Carpenter) ଙ୍କ ସହ ତୁଳନା କରିଛନ୍ତି। ସାବ୍ରିନାଙ୍କୁ ଏହି ଇଭେଣ୍ଟ ପାଇଁ କେବଳ ୫ ମିଲିୟନ ଡଲାର ମିଳିଥିବାବେଳେ ସେ ଚମତ୍କାର ଆଉଟଫିଟ୍, କୋରିଓଗ୍ରାଫି ଓ ବାସ୍ତବିକ ଭୋକାଲ୍ସ ସହ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇଥିଲେ। ଗୋଟିଏ କମେଣ୍ଟରେ ଲେଖାଯାଇଛି ଯେ, 'ଯଦି ସାବ୍ରିନା କାର୍ପେଣ୍ଟର ବିବରଙ୍କ ଭଳି ଲାପଟପ୍ ଧରି ବସିଥାନ୍ତେ, ତେବେ ତାଙ୍କ କ୍ୟାରିଅର୍ ଶେଷ ହୋଇଯାଇଥାନ୍ତା'। ଆଉ କିଛି ଲୋକ ଏହାକୁ ଇତିହାସର ସବୁଠାରୁ 'ବୋରିଂ' ଏବଂ 'ଅସମ୍ମାନଜନକ' କୋଚେଲା ହେଡଲାଇନର୍ ବୋଲି କହିଛନ୍ତି।

କୋଚେଲାର ସର୍ବାଧିକ ପାରିଶ୍ରମିକପ୍ରାପ୍ତ କଳାକାର

ସମାଲୋଚନା ସତ୍ତ୍ୱେ, ଜଷ୍ଟିନ ବିବର ଏହି ଶୋ' ପାଇଁ ବିୟୋନ୍ସେ (Beyoncé) ଏବଂ ଲେଡି ଗାଗା (Lady Gaga) ଙ୍କ ଭଳି ପୂର୍ବତନ ହେଡଲାଇନର୍ସଙ୍କ ଆୟକୁ ପଛରେ ପକାଇଛନ୍ତି। ସେ କୋଚେଲା ଇତିହାସରେ ଏପର୍ଯ୍ୟନ୍ତ ସର୍ବାଧିକ ଅର୍ଥ ଗ୍ରହଣ କରିଥିବା କଳାକାର ପାଲଟିଛନ୍ତି। ତାଙ୍କ ପ୍ରଦର୍ଶନ ସମୟରେ ଷ୍ଟେଜ୍‌ରେ ଡିଜୋନ୍ (Dijon) ଏବଂ ଟେମ୍‌ସ୍ (Tems) ମଧ୍ୟ ଅତିଥି ଭାବେ ନଜର ଆସିଥିଲେ। ତାଙ୍କର ଏହି ଶୋ' ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା ଏବଂ କିଛି ରିପୋର୍ଟର ଟ୍ରାଫିକରେ ଘଣ୍ଟା ଘଣ୍ଟା ଫସି ରହିଥିବା ଖବର ମଧ୍ୟ ଆସିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp