ମଧ୍ୟପ୍ରଦେଶର ଧାରରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ, ଡକାୟତିର ରୂପ ଦେବାକୁ କରିଥିଲା ଉଦ୍ୟମ

Suryakanta Picture
Published On

ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ପ୍ରେମିକ ସହ ମିଶି ଜଣେ ପତ୍ନୀ ନିଜ ସ୍ୱାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ପୋଲିସକୁ ବିଭ୍ରାନ୍ତ କରିବା ପାଇଁ ଅଭିଯୁକ୍ତମାନେ ଏହି ହତ୍ୟାକାଣ୍ଡକୁ ଏକ ଡକାୟତିର ରୂପ ଦେବାକୁ ଚେଷ୍ଟା କରିଥିଲେ। ମାତ୍ର ୩୬ ଘଣ୍ଟା ମଧ୍ୟରେ ପୋଲିସ ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ପତ୍ନୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଡକାୟତିର ମିଛ କାହାଣୀ

ମୃତ ବ୍ୟବସାୟୀଙ୍କ ନାମ ଦେବକୃଷ୍ଣ ପୁରୋହିତ ଏବଂ ଅଭିଯୁକ୍ତ ପତ୍ନୀଙ୍କ ନାମ ପ୍ରିୟଙ୍କା ପୁରୋହିତ (୨୭) ବୋଲି ଜଣାପଡିଛି। ପୋଲିସ ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଗୋନ୍ଦିଖେଡା ଚରଣ ଗ୍ରାମରେ ଏହି ଘଟଣା ଘଟିଥିଲା। ପ୍ରିୟଙ୍କା ପୋଲିସକୁ କହିଥିଲେ ଯେ, ରାତିରେ ୩ ରୁ ୪ ଜଣ ଦୁର୍ବୃତ୍ତ ଘରେ ପଶି ସେମାନଙ୍କୁ ବନ୍ଧକ ବନାଇଥିଲେ। ସ୍ୱାମୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ୩ ଲକ୍ଷ ଟଙ୍କାର ଅଳଙ୍କାର ଏବଂ ୫୦ ହଜାର ଟଙ୍କା ନଗଦ ଲୁଟି ନେଇଥିଲେ।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ପୋଲିସର ତଦନ୍ତ ଓ ପର୍ଦ୍ଦାଫାଶ

ପ୍ରିୟଙ୍କାଙ୍କ ବୟାନ ଏବଂ ଘଟଣାସ୍ଥଳର ପରିସ୍ଥିତି ମଧ୍ୟରେ ତାଳମେଳ ନରହିବାରୁ ପୋଲିସର ସନ୍ଦେହ ବଢ଼ିଥିଲା। ତଦନ୍ତ ବେଳେ ଲୁଟ୍ ହୋଇଥିବା ଅଳଙ୍କାର ଘର ଭିତରୁ ହିଁ ଉଦ୍ଧାର କରାଯାଇଥିଲା। ଏହା ବ୍ୟତୀତ ପ୍ରିୟଙ୍କାଙ୍କ ଆଚରଣ ଏବଂ ତାଙ୍କ ମୋବାଇଲ୍ ଫୋନ୍ ଗାୟବ ହେବା ଘଟଣାକୁ ଆହୁରି ସନ୍ଦେହଜନକ କରିଥିଲା। ପୋଲିସର କଡ଼ା ଜେରା ଆଗରେ ଶେଷରେ ସେ ନିଜ ଦୋଷ ସ୍ୱୀକାର କରିଥିଲେ। ସେ ନିଜ ପ୍ରେମିକ କମଲେଶ (୩୩) ସହିତ ମିଶି ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚିଥିବା ସ୍ୱୀକାର କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ମାତ୍ର ୧୫ ବର୍ଷ ବୟସରେ ଦେବକୃଷ୍ଣଙ୍କ ସହ ପ୍ରିୟଙ୍କାଙ୍କ ବାଲ୍ୟବିବାହ ହୋଇଥିଲା।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

୧ ଲକ୍ଷ ଟଙ୍କାର ସୁପାରି

ହତ୍ୟାକାଣ୍ଡକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରେମିକ କମଲେଶ ସୁରେନ୍ଦ୍ର ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କାର ସୁପାରି ଦେଇଥିଲା। ଡକାୟତିର ନାଟକ ରଚି ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ଥିଲା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ। ବର୍ତ୍ତମାନ ପୋଲିସ ପ୍ରିୟଙ୍କା ଏବଂ କମଲେଶଙ୍କୁ ଗିରଫ କରିଥିବା ବେଳେ ଫେରାର୍ ଥିବା ସୁପାରି କିଲର୍ ସୁରେନ୍ଦ୍ରକୁ ଧରିବା ପାଇଁ ତଲାସି ଅଭିଯାନ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର