ମାଆ କୋଳକୁ ଫେରିଲା ନିଖୋଜ ୪ ମାସର ଶିଶୁପୁତ୍ର, ବାପା କରିଥିଲା ଅପହରଣ ନାଟକ

Madhusudan Das Picture
Published On

ନୟାଗଡ: ମାଆ କୋଳକୁ ଫେରିଲା ନିଖୋଜ ୪ ମାସର ଶିଶୁପୁତ୍ର । ବାପା ରଚିଥିଲା ପୁଅ ଅପହରଣ ନାଟକ । ପିଲା ଚୋରି ନାଟକର ମୁଖ୍ୟ ଅଭିଯୁକ୍ତ ଥିଲା ଶିଶୁର ନିଜ ପିତା ପ୍ରଶାନ୍ତ ପ୍ରଧାନ। ଅଭିଯୋଗକାରୀ ତଥା ଶିଶୁ ପୁତ୍ରର ବାପା ପ୍ରଶାନ୍ତ ପ୍ରଧାନଙ୍କ ନିଜ ପୈତୃକ ଘର ନୟାଗଡ଼ ଜିଲ୍ଲା ରଣପୁର ଥାନା କଳାମାଟିଆରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି ପୋଲିସ । ପ୍ରଶାନ୍ତ ପ୍ରଧାନକୁ GRP ପୋଲିସ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି । ଗତକାଲି ଖୋର୍ଦ୍ଧା ରେଳ ମଣ୍ଡଳ ନିରାକାରପୁର ରେଳ ଷ୍ଟେସନରେ ସୋଇଥିବାବେଳେ ମା' କୋଳରୁ ୪ମାସର ଶିଶୁ ପୁତ୍ର ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । 

ଆହୁରି ପଢ଼ନ୍ତୁ: ମୋଟା ଅଙ୍କର ଦରମା ଏବଂ କର୍ପୋରେଟ୍ ଚାକିରି ଛାଡି ଅଟୋ ଚଳାଉଛନ୍ତି ରାକେଶ, ମାନସିକ ଶାନ୍ତି ପାଇଁ ନେଲେ ଏହି ବଡ଼ ନିଷ୍ପତ୍ତି

ମିଳିଥିବା ସୂଚନା ଅନୁସାରେ, ପ୍ରଶାନ୍ତ କୁମାର ପ୍ରଧାନ ଜଣେ ବିବାହିତ ଯୁବକ ଓ ତାଙ୍କର ପୈତୃକ ଘରେ ପତ୍ନୀ ଥିଲେ ହେଁ ସେ ନିଜର ଶାଳୀଙ୍କୁ ଦ୍ୱିତୀୟ ବିବାହ କରି ପତ୍ନୀ ଭାବେ ଗ୍ରହଣ କରିଛନ୍ତି । ଦ୍ୱିତୀୟ ପତ୍ନୀ ଏହି ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଶିଶୁ ପୁତ୍ରର ବାପା ତଥା ଅଭିଯୋଗକାରୀ ହିଁ ଶିଶୁ ପୁତ୍ର ଚୋରି ତଥା ଅପହରଣ କରିବା ପରେ ବିଳମ୍ବିତ ରାତିରେ ନିଜ ପ୍ରଥମ ପତ୍ନୀକୁ ହସ୍ତାନ୍ତର କରିଥିଲା । ତେବେ ଏହି ଅପହରଣ ନାଟକ ପଛରେ କ'ଣ ରହିଛି ରହସ୍ୟ ତାହାର ଖୋଳତାଡ଼ ଆରମ୍ଭ କରିଛି ରେଳବାଇ ପୋଲିସ । 

ଆହୁରି ପଢ଼ନ୍ତୁ: ୭ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ଆଶଙ୍କା, ଆଗାମୀ ଦୁଇ ଦିନ ୪ ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ନେଇ ୟେଲୋ ଆଲର୍ଟ ଜାରି

09 Apr 2026 By Madhusudan Das

ମାଆ କୋଳକୁ ଫେରିଲା ନିଖୋଜ ୪ ମାସର ଶିଶୁପୁତ୍ର, ବାପା କରିଥିଲା ଅପହରଣ ନାଟକ

ନୟାଗଡ: ମାଆ କୋଳକୁ ଫେରିଲା ନିଖୋଜ ୪ ମାସର ଶିଶୁପୁତ୍ର । ବାପା ରଚିଥିଲା ପୁଅ ଅପହରଣ ନାଟକ । ପିଲା ଚୋରି ନାଟକର ମୁଖ୍ୟ ଅଭିଯୁକ୍ତ ଥିଲା ଶିଶୁର ନିଜ ପିତା ପ୍ରଶାନ୍ତ ପ୍ରଧାନ। ଅଭିଯୋଗକାରୀ ତଥା ଶିଶୁ ପୁତ୍ରର ବାପା ପ୍ରଶାନ୍ତ ପ୍ରଧାନଙ୍କ ନିଜ ପୈତୃକ ଘର ନୟାଗଡ଼ ଜିଲ୍ଲା ରଣପୁର ଥାନା କଳାମାଟିଆରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି ପୋଲିସ । ପ୍ରଶାନ୍ତ ପ୍ରଧାନକୁ GRP ପୋଲିସ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି । ଗତକାଲି ଖୋର୍ଦ୍ଧା ରେଳ ମଣ୍ଡଳ ନିରାକାରପୁର ରେଳ ଷ୍ଟେସନରେ ସୋଇଥିବାବେଳେ ମା' କୋଳରୁ ୪ମାସର ଶିଶୁ ପୁତ୍ର ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । 

ମିଳିଥିବା ସୂଚନା ଅନୁସାରେ, ପ୍ରଶାନ୍ତ କୁମାର ପ୍ରଧାନ ଜଣେ ବିବାହିତ ଯୁବକ ଓ ତାଙ୍କର ପୈତୃକ ଘରେ ପତ୍ନୀ ଥିଲେ ହେଁ ସେ ନିଜର ଶାଳୀଙ୍କୁ ଦ୍ୱିତୀୟ ବିବାହ କରି ପତ୍ନୀ ଭାବେ ଗ୍ରହଣ କରିଛନ୍ତି । ଦ୍ୱିତୀୟ ପତ୍ନୀ ଏହି ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଶିଶୁ ପୁତ୍ରର ବାପା ତଥା ଅଭିଯୋଗକାରୀ ହିଁ ଶିଶୁ ପୁତ୍ର ଚୋରି ତଥା ଅପହରଣ କରିବା ପରେ ବିଳମ୍ବିତ ରାତିରେ ନିଜ ପ୍ରଥମ ପତ୍ନୀକୁ ହସ୍ତାନ୍ତର କରିଥିଲା । ତେବେ ଏହି ଅପହରଣ ନାଟକ ପଛରେ କ'ଣ ରହିଛି ରହସ୍ୟ ତାହାର ଖୋଳତାଡ଼ ଆରମ୍ଭ କରିଛି ରେଳବାଇ ପୋଲିସ । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର