ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ବିଶେଷ ନୀତି, ନଗର ପରିକ୍ରମା କରିବେ ଶ୍ରୀହନୁମାନ

Madhusudan Das Picture
Published On

ପୁରୀ: ଆଜିଠୁ ନୂତନ ବର୍ଷର ଅୟମାରମ୍ଭ, ଯାହାକୁ ଓଡ଼ିଆ ନବବର୍ଷ ବା ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ କୁହାଯାଇଥାଏ। ପରମ୍ପରା ଅନୁଯାୟୀ, ଏହି ଦିନକୁ ହିନ୍ଦୁ ଦେବତା ହନୁମାନଙ୍କର ଜନ୍ମଦିନ ଭାବେ ଓଡ଼ିଆମାନେ ପାଳନ କରିଥା’ନ୍ତି। ହନୁମାନ, ଶିବ ଓ ସୂର୍ଯ୍ୟ ଦେବତାଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ଶ୍ରୀମନ୍ଦିରରେ ମଧ୍ୟ ହନୁମାନ ଜୟନ୍ତୀ ପାଳନ କରାଯିବାର ବିଧି ରହିଛି। ସକାଳ ଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପ୍ରଭୁ ଶ୍ରୀହନୁମାନ ବିମାନରେ ବିଜେ ହୋଇ ନଗର ପରିକ୍ରମା କରିବେ । 

ଆହୁରି ପଢ଼ନ୍ତୁ: ଓଡ଼ିଶାରେ 'ଗୁଣ୍ଡାରାଜ': ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ

ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ବିଶେଷ ନୀତି ଥିବାରୁ ମଙ୍ଗଳବାର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଏହିଦିନ ବିଭିନ୍ନ ଜାଗା ଆଖଡ଼ାମାନଙ୍କରେ ମଧ୍ୟ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ଏହା ମେଷ ସଂକ୍ରାନ୍ତି ଭାବେ ମଧ୍ୟ ଜଣାଶୁଣା। ଓଡ଼ିଶାରେ ମହାବିଷୁବ ସଂକ୍ରାନ୍ତିକୁ ପାରମ୍ପରିକ ଓଡ଼ିଆ କ୍ୟାଲେଣ୍ଡରରେ ନୂଆବର୍ଷର ପ୍ରାରମ୍ଭିକ ଦିନ ବୋଲି କୁହାଯାଇଥାଏ। ଏହି ଦିନ ସୂର୍ଯ୍ୟ ଦେବ ମେଷ ରାଶିରେ ପ୍ରବେଶ କରିଥା’ନ୍ତି। ଓଡ଼ିଆ ନୂଆବର୍ଷକୁ ପାଳନ କରିବା ପାଇଁ ଠାକୁରଙ୍କ ନିକଟରେ ପଣା ଦେଇ ନୂତନ ବର୍ଷର ସ୍ୱାଗତ କରାଯାଇଥାଏ। ଏହି ଦିନ ବୁଟ ଛତୁଆ ଦ୍ୱାରା ପଣା ପ୍ରସ୍ତୁତ କରାଯାଇ ତୁଳସୀ ଚଉରା ନିକଟରେ ପୂଜା କରାଯାଏ।

ଆହୁରି ପଢ଼ନ୍ତୁ: ଗଛରେ ଗାମୁଛା ବାନ୍ଧି ଝୁଲିପଡିଲେ ରିଲସ ହିରୋ, କାରଣ ଅସ୍ପଷ୍ଟ

14 Apr 2026 By Madhusudan Das

ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ବିଶେଷ ନୀତି, ନଗର ପରିକ୍ରମା କରିବେ ଶ୍ରୀହନୁମାନ

ପୁରୀ: ଆଜିଠୁ ନୂତନ ବର୍ଷର ଅୟମାରମ୍ଭ, ଯାହାକୁ ଓଡ଼ିଆ ନବବର୍ଷ ବା ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ କୁହାଯାଇଥାଏ। ପରମ୍ପରା ଅନୁଯାୟୀ, ଏହି ଦିନକୁ ହିନ୍ଦୁ ଦେବତା ହନୁମାନଙ୍କର ଜନ୍ମଦିନ ଭାବେ ଓଡ଼ିଆମାନେ ପାଳନ କରିଥା’ନ୍ତି। ହନୁମାନ, ଶିବ ଓ ସୂର୍ଯ୍ୟ ଦେବତାଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ଶ୍ରୀମନ୍ଦିରରେ ମଧ୍ୟ ହନୁମାନ ଜୟନ୍ତୀ ପାଳନ କରାଯିବାର ବିଧି ରହିଛି। ସକାଳ ଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପ୍ରଭୁ ଶ୍ରୀହନୁମାନ ବିମାନରେ ବିଜେ ହୋଇ ନଗର ପରିକ୍ରମା କରିବେ । 

ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ବିଶେଷ ନୀତି ଥିବାରୁ ମଙ୍ଗଳବାର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଏହିଦିନ ବିଭିନ୍ନ ଜାଗା ଆଖଡ଼ାମାନଙ୍କରେ ମଧ୍ୟ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ଏହା ମେଷ ସଂକ୍ରାନ୍ତି ଭାବେ ମଧ୍ୟ ଜଣାଶୁଣା। ଓଡ଼ିଶାରେ ମହାବିଷୁବ ସଂକ୍ରାନ୍ତିକୁ ପାରମ୍ପରିକ ଓଡ଼ିଆ କ୍ୟାଲେଣ୍ଡରରେ ନୂଆବର୍ଷର ପ୍ରାରମ୍ଭିକ ଦିନ ବୋଲି କୁହାଯାଇଥାଏ। ଏହି ଦିନ ସୂର୍ଯ୍ୟ ଦେବ ମେଷ ରାଶିରେ ପ୍ରବେଶ କରିଥା’ନ୍ତି। ଓଡ଼ିଆ ନୂଆବର୍ଷକୁ ପାଳନ କରିବା ପାଇଁ ଠାକୁରଙ୍କ ନିକଟରେ ପଣା ଦେଇ ନୂତନ ବର୍ଷର ସ୍ୱାଗତ କରାଯାଇଥାଏ। ଏହି ଦିନ ବୁଟ ଛତୁଆ ଦ୍ୱାରା ପଣା ପ୍ରସ୍ତୁତ କରାଯାଇ ତୁଳସୀ ଚଉରା ନିକଟରେ ପୂଜା କରାଯାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର