ଦୁବାଇରେ ଗିରଫ ହେଲା କୋଟିପତି ଗ୍ୟାଙ୍ଗଷ୍ଟର ରାଓ ଇନ୍ଦ୍ରଜିତ, ଭାରତ ଆଣିବାକୁ ପ୍ରସ୍ତୁତି କରୁଛି ହରିୟାଣା ଏସଟିଏଫ୍

Suryakanta Picture
Published On

ହରିୟାଣାର ମୋଷ୍ଟ ୱାଣ୍ଟେଡ୍ ତଥା କୋଟିପତି ଗ୍ୟାଙ୍ଗଷ୍ଟର ରାଓ ଇନ୍ଦ୍ରଜିତକୁ ଦୁବାଇରେ ଗିରଫ କରାଯାଇଛି। ଦୁବାଇ ପୋଲିସ ଏହି ଗିରଫଦାରୀ ନେଇ ଭାରତୀୟ ଏଜେନ୍ସିଗୁଡ଼ିକୁ ସୂଚନା ଦେଇଛି। ବର୍ତ୍ତମାନ ହରିୟାଣା ଏସଟିଏଫ୍ (STF) ଟିମ୍ ତାକୁ ଖୁବଶୀଘ୍ର ଭାରତ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଲମ୍ବା ସମୟ ଧରି ଫେରାର ଥିବା ଏହି ଅପରାଧୀ ନାମରେ ପୂର୍ବରୁ ଲୁକ୍-ଆଉଟ୍ ସର୍କୁଲାର ମଧ୍ୟ ଜାରି କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଡାକ୍ତରଙ୍କ ଘରୁ ୫୦ ଲକ୍ଷ ଟଙ୍କା ଚୋରି: ସିସିଟିଭି ତାର କାଟିଲା, ପୋଷା କୁକୁରକୁ ମାରିଲା ବିଶ୍ୱସ୍ତ ଚାକର

ଫାଇନାନ୍ସରରୁ ପାଲଟିଥିଲା ଗ୍ୟାଙ୍ଗଷ୍ଟର

ହରିୟାଣା କୋସଲି ଅଞ୍ଚଳର ବାସିନ୍ଦା ରାଓ ଇନ୍ଦ୍ରଜିତ ପ୍ରଥମେ ଏକ ମ୍ୟୁଜିକ୍ କମ୍ପାନୀ 'ଜେମ୍ସ ଟ୍ୟୁନ୍' ଚଳାଉଥିଲା। ତେବେ ଧୀରେ ଧୀରେ ସେ ଅପରାଧ ଦୁନିଆରେ ପାଦ ଦେଇଥିଲା ଏବଂ କୁଖ୍ୟାତ ଅପରାଧୀ ରୋହିତ ଗୋଦାରାହିମାଂଶୁ ଭାଉ ଗ୍ୟାଙ୍ଗ ସହିତ ମିଶି କାମ କରିବା ଆରମ୍ଭ କରିଥିଲା। ଆୟକର ବିଭାଗ ଚଢ଼ାଉ ବେଳେ ତା'ର କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାପଡିଥିଲା, ଯାହାକୁ ପରେ ଜବତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଜୟପୁରରେ ଚାଞ୍ଚଲ୍ୟକର ଘଟଣା: ଜନ୍ମଦିନରେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ପ୍ରମାଣ ନଷ୍ଟ ପାଇଁ ପେଟ୍ରୋଲ ଢାଳି ଲଗାଇଦେଲା ନିଆଁ

ଅନେକ ସାଙ୍ଘାତିକ ମାମଲାରେ ସମ୍ପୃକ୍ତି

ଏହି ଗ୍ୟାଙ୍ଗଷ୍ଟର ବିରୋଧରେ ହରିୟାଣା ଏବଂ ଉତ୍ତରପ୍ରଦେଶରେ ୧୫ରୁ ଅଧିକ ହତ୍ୟା, ଲୁଟ୍, ଜବରଦସ୍ତ ଆଦାୟ ଏବଂ ଠକେଇ ମାମଲା ରହିଛି। ରୋହତକରେ ଜଣେ ଫାଇନାନ୍ସରଙ୍କ ହତ୍ୟା, ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ଘର ଉପରେ ଗୁଳିମାଡ଼ ଏବଂ ଗାୟକ ଫାଜିଲପୁରିଆଙ୍କ ଉପରେ ଆକ୍ରମଣ ଘଟଣାରେ ମଧ୍ୟ ତା'ର ନାମ ସାମ୍ନାକୁ ଆସିଥିଲା। ୨୦୨୪ ମସିହାରେ ରୋହତକ ହତ୍ୟାକାଣ୍ଡ ପରେ ସେ ଦେଶ ଛାଡି ଦୁବାଇ ପଳାଇଥିଲା।

ଆହୁରି ପଢ଼ନ୍ତୁ: ଛତିଶଗଡ଼ର ରାୟଗଡ଼ରେ ଚାଞ୍ଚଲ୍ୟ: ଲିଭ୍-ଇନ୍ ପାର୍ଟନରକୁ ମଙ୍ଗଳସୂତ୍ରରେ ତଣ୍ଟିଚିପି ହତ୍ୟା କଲା ପ୍ରେମିକ

ପୋଲିସ ଅଧିକାରୀଙ୍କ ସହ ଡିଲ୍ ନେଇ ଥିଲା ଚର୍ଚ୍ଚା

ଏଏସଆଇ ସନ୍ଦୀପ ଲାଠର ନିଜ ଆତ୍ମହତ୍ୟା ପୂର୍ବରୁ ଏକ ଭିଡିଓରେ ରାଓ ଇନ୍ଦ୍ରଜିତ ବିଷୟରେ ଉଲ୍ଲେଖ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ଆଇପିଏସ୍ ଅଧିକାରୀ ୱାଇ. ପୂରନ କୁମାର ଏହି ଗ୍ୟାଙ୍ଗଷ୍ଟରକୁ ଖସାଇ ଦେବା ପାଇଁ ୫୦ କୋଟି ଟଙ୍କାର ଡିଲ୍ କରିଥିଲେ। ଏହି ଘଟଣା ସେତେବେଳେ ହରିୟାଣା ପୋଲିସ ବିଭାଗରେ ବଡ଼ ଧରଣର କମ୍ପନ ସୃଷ୍ଟି କରିଥିଲା। ବର୍ତ୍ତମାନ ଦୁବାଇରୁ ତାକୁ ଭାରତ ଅଣାଯିବା ପରେ ଆହୁରି ଅନେକ ଗୁମର ଫିଟିବ ବୋଲି ଆଶା କରାଯାଉଛି।

09 Apr 2026 By Suryakanta

ଦୁବାଇରେ ଗିରଫ ହେଲା କୋଟିପତି ଗ୍ୟାଙ୍ଗଷ୍ଟର ରାଓ ଇନ୍ଦ୍ରଜିତ, ଭାରତ ଆଣିବାକୁ ପ୍ରସ୍ତୁତି କରୁଛି ହରିୟାଣା ଏସଟିଏଫ୍

ହରିୟାଣାର ମୋଷ୍ଟ ୱାଣ୍ଟେଡ୍ ତଥା କୋଟିପତି ଗ୍ୟାଙ୍ଗଷ୍ଟର ରାଓ ଇନ୍ଦ୍ରଜିତକୁ ଦୁବାଇରେ ଗିରଫ କରାଯାଇଛି। ଦୁବାଇ ପୋଲିସ ଏହି ଗିରଫଦାରୀ ନେଇ ଭାରତୀୟ ଏଜେନ୍ସିଗୁଡ଼ିକୁ ସୂଚନା ଦେଇଛି। ବର୍ତ୍ତମାନ ହରିୟାଣା ଏସଟିଏଫ୍ (STF) ଟିମ୍ ତାକୁ ଖୁବଶୀଘ୍ର ଭାରତ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଲମ୍ବା ସମୟ ଧରି ଫେରାର ଥିବା ଏହି ଅପରାଧୀ ନାମରେ ପୂର୍ବରୁ ଲୁକ୍-ଆଉଟ୍ ସର୍କୁଲାର ମଧ୍ୟ ଜାରି କରାଯାଇଥିଲା।

ଫାଇନାନ୍ସରରୁ ପାଲଟିଥିଲା ଗ୍ୟାଙ୍ଗଷ୍ଟର

ହରିୟାଣା କୋସଲି ଅଞ୍ଚଳର ବାସିନ୍ଦା ରାଓ ଇନ୍ଦ୍ରଜିତ ପ୍ରଥମେ ଏକ ମ୍ୟୁଜିକ୍ କମ୍ପାନୀ 'ଜେମ୍ସ ଟ୍ୟୁନ୍' ଚଳାଉଥିଲା। ତେବେ ଧୀରେ ଧୀରେ ସେ ଅପରାଧ ଦୁନିଆରେ ପାଦ ଦେଇଥିଲା ଏବଂ କୁଖ୍ୟାତ ଅପରାଧୀ ରୋହିତ ଗୋଦାରାହିମାଂଶୁ ଭାଉ ଗ୍ୟାଙ୍ଗ ସହିତ ମିଶି କାମ କରିବା ଆରମ୍ଭ କରିଥିଲା। ଆୟକର ବିଭାଗ ଚଢ଼ାଉ ବେଳେ ତା'ର କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାପଡିଥିଲା, ଯାହାକୁ ପରେ ଜବତ କରାଯାଇଥିଲା।

ଅନେକ ସାଙ୍ଘାତିକ ମାମଲାରେ ସମ୍ପୃକ୍ତି

ଏହି ଗ୍ୟାଙ୍ଗଷ୍ଟର ବିରୋଧରେ ହରିୟାଣା ଏବଂ ଉତ୍ତରପ୍ରଦେଶରେ ୧୫ରୁ ଅଧିକ ହତ୍ୟା, ଲୁଟ୍, ଜବରଦସ୍ତ ଆଦାୟ ଏବଂ ଠକେଇ ମାମଲା ରହିଛି। ରୋହତକରେ ଜଣେ ଫାଇନାନ୍ସରଙ୍କ ହତ୍ୟା, ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ଘର ଉପରେ ଗୁଳିମାଡ଼ ଏବଂ ଗାୟକ ଫାଜିଲପୁରିଆଙ୍କ ଉପରେ ଆକ୍ରମଣ ଘଟଣାରେ ମଧ୍ୟ ତା'ର ନାମ ସାମ୍ନାକୁ ଆସିଥିଲା। ୨୦୨୪ ମସିହାରେ ରୋହତକ ହତ୍ୟାକାଣ୍ଡ ପରେ ସେ ଦେଶ ଛାଡି ଦୁବାଇ ପଳାଇଥିଲା।

ପୋଲିସ ଅଧିକାରୀଙ୍କ ସହ ଡିଲ୍ ନେଇ ଥିଲା ଚର୍ଚ୍ଚା

ଏଏସଆଇ ସନ୍ଦୀପ ଲାଠର ନିଜ ଆତ୍ମହତ୍ୟା ପୂର୍ବରୁ ଏକ ଭିଡିଓରେ ରାଓ ଇନ୍ଦ୍ରଜିତ ବିଷୟରେ ଉଲ୍ଲେଖ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ଆଇପିଏସ୍ ଅଧିକାରୀ ୱାଇ. ପୂରନ କୁମାର ଏହି ଗ୍ୟାଙ୍ଗଷ୍ଟରକୁ ଖସାଇ ଦେବା ପାଇଁ ୫୦ କୋଟି ଟଙ୍କାର ଡିଲ୍ କରିଥିଲେ। ଏହି ଘଟଣା ସେତେବେଳେ ହରିୟାଣା ପୋଲିସ ବିଭାଗରେ ବଡ଼ ଧରଣର କମ୍ପନ ସୃଷ୍ଟି କରିଥିଲା। ବର୍ତ୍ତମାନ ଦୁବାଇରୁ ତାକୁ ଭାରତ ଅଣାଯିବା ପରେ ଆହୁରି ଅନେକ ଗୁମର ଫିଟିବ ବୋଲି ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର