ଶୁଭଲକ୍ଷ୍ମୀ ମୃତ୍ୟୁ ପଛରେ ଏମ୍ଏମ୍ଏସ୍ ଭିଡିଓ !
ଭୁବନେଶ୍ୱର: ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁକୁ ନେଇ ରହସ୍ୟ ଲାଗି ରହିଥିବାବେଳେ ଗୁରୁବାର ପୁଲିସ ହାତରେ ଆଉ ଏକ ତଥ୍ୟ ଲାଗିଛି। ଭାଇରାଲ ଏମ୍ଏମ୍ଏସ୍ ଭିଡିଓ ପାଇଁ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓରେ ଶୁଭଲକ୍ଷ୍ମୀ ସହିତ ଜଣେ ଯୁବକ ଥିବା ଦେଖିବାକୁ ମିଳିଛି। ଭିଡିଓରେ ଥିବା ଯୁବକ କିଏ? ତାଙ୍କ ନାଁ କ’ଣ? ଏହି ଭିଡିଓ ସୁଟିଂ କଲା କିଏ? ସେହି ଭିଡିଓ ଦେଖାଇ ଶୁଭଲକ୍ଷ୍ମୀଙ୍କୁ ବ୍ଲାକ୍ମେଲିଂ […]
ଭୁବନେଶ୍ୱର: ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁକୁ ନେଇ ରହସ୍ୟ ଲାଗି ରହିଥିବାବେଳେ ଗୁରୁବାର ପୁଲିସ ହାତରେ ଆଉ ଏକ ତଥ୍ୟ ଲାଗିଛି। ଭାଇରାଲ ଏମ୍ଏମ୍ଏସ୍ ଭିଡିଓ ପାଇଁ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓରେ ଶୁଭଲକ୍ଷ୍ମୀ ସହିତ ଜଣେ ଯୁବକ ଥିବା ଦେଖିବାକୁ ମିଳିଛି। ଭିଡିଓରେ ଥିବା ଯୁବକ କିଏ? ତାଙ୍କ ନାଁ କ’ଣ? ଏହି ଭିଡିଓ ସୁଟିଂ କଲା କିଏ? ସେହି ଭିଡିଓ ଦେଖାଇ ଶୁଭଲକ୍ଷ୍ମୀଙ୍କୁ ବ୍ଲାକ୍ମେଲିଂ କରାଯାଉଥିଲା କି? ଭିଡିଓ ସହିତ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁରେ କ’ଣ ସମ୍ପର୍କ ରହିଛି? ଶୁଭଲକ୍ଷ୍ମୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସାମ୍ନାକୁ ଆସିବା ପରେ ଏମିତି ନାନା ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି। ସେପଟେ ପୁଲିସ ସେହି ଭିଡିଓକୁ ଜବତ କରି ଯାଞ୍ଚ କରୁଛି। ଏହି ଭିଡିଓରେ ଥିବା ଯୁବକ କିଏ ଏବଂ ଭିଡିଓରେ ଥିବା ଯୁବତୀ ଶୁଭଲକ୍ଷ୍ମୀ କି ନାହିଁ, ତାହା ଜାଣିବା ପାଇଁ ପୁଲିସ ତାଙ୍କ ପରିବାର ଲୋକଙ୍କୁ ଡାକିଛି। ପରିବାର ଲୋକେ ଭିଡିଓକୁ ଚିହ୍ନଟ କରିବା ପରେ ଫୋରେନ୍ସିକ୍ ଲ୍ୟାବ୍କୁ ପଠାଯିବ। ଶୁଭଲକ୍ଷ୍ମୀ ସାହୁଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଉଦ୍ବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା। ଘଟଣାକୁ ଗୁରୁତ୍ୱର ଭାବେ ନେବା ସହ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଏହାସହ ମହିଳା କମିସନ ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ୧୫ ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଗୁମର। ଅନ୍ୟପକ୍ଷରେ ଶୁଭଲକ୍ଷ୍ମୀଙ୍କ ଫୋନ୍ କଲ୍ ରେକର୍ଡକୁ ଛାନ୍ଭିନ୍ କରୁଛି ପୁଲିସ୍। ମୃତ୍ୟୁଦିନ ସେ କାହା ସହ କଥା ହୋଇଥିଲେ? ଗତ ଦୁଇ ମାସ ମଧ୍ୟରେ କାହାକୁ କଲ୍ କରିଥିଲେ ଓ କାହାକୁ ମେସେଜ୍ କରିଥିଲେ, ସେ ସବୁକୁ ତନ୍ନତନ୍ନ କରି ପୁଲିସ ଯାଞ୍ଚ କରୁଛି। ବଡ଼ କଥା ହେଲା ପୁଲିସ ପାଇଁ ଚିନ୍ତା ବଢ଼ାଇଛି ୨୦ ସେକେଣ୍ଡର ଫୋନ୍ କଲ୍। କାରଣ ସିଡିଆର୍ ରିପୋର୍ଟରେ ଶୁଭଲକ୍ଷ୍ମୀଙ୍କୁ ଏକାଧିକ ବ୍ୟକ୍ତି ୧୦ ସେକେଣ୍ଡ, ୬ ସେକେଣ୍ଡ ଆଦି ଫୋନ୍ କଲ୍ କରିଛନ୍ତି। ତେଣୁ ଏହି କଲ୍କୁ ଯାଞ୍ଚ କରି ପୁଲିସ କିଛି ନିର୍ଦ୍ଦିଷ୍ଟ ଦିଗରେ ପହଞ୍ଚି ପାରୁନି। ଶୁଭଲକ୍ଷ୍ମୀ ପ୍ରାୟତଃ ଫୋନ୍ କଲ୍ ବଦଳରେ ହ୍ୱାଟ୍ସଆପ୍ କଲ୍ ଏବଂ ସ୍ନାପ୍ ଚାଟ୍ରେ କଥା ହେଉଥିଲେ। ତେଣୁ ପୁଲିସର ସିଡିଆର୍ ଯାଞ୍ଚରେ ସେଭଳି କିଛି ମିଳୁନାହିଁ। ତେଣୁ ପୁଲିସ ଶୁଭଲକ୍ଷ୍ମୀଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ଯାଞ୍ଚ କରୁଛି।
ମିଳିଥିବା ସୂଚନା ଅନୁସାରେ, ଶୁଭଲକ୍ଷ୍ମୀଙ୍କ ହ୍ୱାଟ୍ସଆପ୍ ମେସେଜ ଚାଟ୍ ଡିଲିଟ୍ ହୋଇଛି। ଶୁଭଲକ୍ଷ୍ମୀଙ୍କ ମେସେଜ କିଏ ଡିଲିଟ୍ କଲା? ତାହାର ମଧ୍ୟ ଖୋଳତାଡ଼ କରୁଛି ପୁଲିସ୍। ଡିଲିଟ୍ ହୋଇଥିବା ମେସେଜ ରିକଭରୀ ପାଇଁ ଚେଷ୍ଟା କରୁଛି ପୁଲିସ। ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ତାଙ୍କ ଅଙ୍କଲ ସନ୍ଦେହ ଘେରକୁ ଆସିଥିଲେ। ଏବେ ସେ ଗଣମାଧ୍ୟମକୁ ଆସି ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଶୁଭଲକ୍ଷ୍ମୀଙ୍କ କାମ ଆବଶ୍ୟକ ଥିଲା। କିନ୍ତୁ ସେ ନାବାଳିକା ହୋଇଥିବାରୁ କେହି କାମ ଦେଉ ନ ଥିଲେ। ପରେ ସେ ତାଙ୍କ ପାଇଁ କାମ ଯୋଗାଡ଼ କରିଥିଲେ। ସେ ଆହୁରି ସଫେଇ ଦେଇଛନ୍ତି ଯେ, ୩ ମାସ ହେବ ଶୁଭଲକ୍ଷ୍ମୀ ତାଙ୍କ ପାଖରେ ରହୁ ନ ଥିଲେ। ଭିଡିଓ ରଖି ବ୍ଲାକ୍ମେଲିଂ କରିବା ଘଟଣାକୁ ସେ ଅସ୍ୱୀକାର କରିଛନ୍ତି। ଭଦ୍ରକର ଝିଅ ଶୁଭଲକ୍ଷ୍ମୀ ସାହୁ ରାଜଧାନୀ ଭୁବନେଶ୍ୱରରେ ନିଜ ସମ୍ପର୍କୀୟ ମାମୁ ଘରେ ରହି କମଳା ନେହରୁ ମହାବିଦ୍ୟାଳୟରେ ପଢ଼ୁଥିଲେ। କଲେଜରେ ପାଠ ପଢ଼଼ିବା ସହିତ ମଡେଲିଂ କରୁଥିଲେ। ଏଥିସହ ବାର୍ରେ ଡ୍ୟାନ୍ସର ଭାବେ କାମ କରୁଥିବା ଚର୍ଚ୍ଚା ହେଉଛି। ତାଙ୍କର ବୟସ ୧୭ ବର୍ଷ ହୋଇଥିବାବେଳେ ବାର୍ ଡ୍ୟାନ୍ସର ଭାବେ କେମିତି କାମ କରୁଥିଲେ? ସେଠାରେ କାମ କରିବାକୁ କିଏ ଅନୁମତି ଦେଇଥିଲା? ତେଣୁ ବାର୍ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।