ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

Madhusudan Das Picture
Published On

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ଏକ ପଶ୍ଚିମା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ବଙ୍ଗୋପସାଗର ପଟୁ ଜଳୀୟବାଷ୍ଫ ବାୟୁର ପ୍ରବାହ ବୃଦ୍ଧି ନେଇ ପାଗ ଅନୁକୂଳ ରହୁଛି। ଏହ ବାୟୁ ରାଜ୍ୟର ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବା ଯୋଗୁଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ବୃଦ୍ଧି ପାଇଛି। ବର୍ଷା ସାଙ୍ଗକୁ ଅନେକ ସ୍ଥାନରେ ପବନର ବେଗ ମଧ୍ୟ ୩୦-୪୦ କିମି ପର୍ଯ୍ୟନ୍ତ ପହଞ୍ଚିବା ସହ କିଛି କିଛି ସ୍ଥାନରେ କୁଆପଥର ପଡ଼ିବା ନେଇ ମଧ୍ୟ ଆଶଙ୍କା କରାଯାଉଛି। 

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ରାଜ୍ୟର ବିଭିନ୍ନ ସ୍ଥାନରେ ୩ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବାକୁ ଥିବା ବେଳେ ରବିବାର ଏହାର ପ୍ରଭାବ ସବୁଠୁ ଅଧିକ ରହିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍‌ ଅନୁଯାୟୀ ଶନିବାର ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁୁରୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ମଧ୍ୟ ୩୦-୪୦ କିମି ପର୍ଯ୍ୟନ୍ତ ପହଞ୍ଚିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ରବିବାର ବର୍ଷା ଓ ବିଜୁଳି ଘଡ଼ଘଡ଼ି ବଢ଼ିବା ସହ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୪୦-୫୦ କିମି ପହଞ୍ଚିବା ଆଶଙ୍କା କରାଯାଉଛି। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। 

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର