କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

Madhusudan Das Picture
Published On

ନିମାପଡା: ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ । ଗୋପ ଥାନା ମୁଗୁରାଇ ନିକଟରେ କଲେଜ ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ । ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କ ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି । କଲେଜକୁ ପରୀକ୍ଷା ଦେବାକୁ ଯାଉଥିବା ସମୟରେ କେହି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିବା ସୂଚନା । ଛାତ୍ରୀ ଜଣଙ୍କ ଗୋପ ନାଗପୁର ଅଞ୍ଚଳର ବୋଲି ଜଣାପଡିଛି। 

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ସୂଚନା ଅନୁସାରେ, ସକାଳ ୮ଟାରେ ଜଣେ କଲେଜ ଛାତ୍ରୀ ସାଇକେଲ୍ ଯୋଗେ ଗୋପ କଲେଜକୁ ଯୁକ୍ତ ୨ ପରୀକ୍ଷା ଦେବାକୁ ଯାଉଥିଲେ। ଗୋପ ଥାନା ଅନ୍ତର୍ଗତ ନାଗପୁର ମୁଗୁରିଆ ରାସ୍ତାରେ ନିଛାଟିଆ ରାସ୍ତା ଦେଖି କେହି ଦୁର୍ବୃତ୍ତ ଛାତ୍ରୀଙ୍କୁ ଆକ୍ରମଣ କରିଥିଲା। ଛାତ୍ରୀ ଜଣଙ୍କ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଁଚିବାରୁ ଦୁର୍ବୃତ୍ତ ଜଣଙ୍କ ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରି ଗୋପ ମେଡିକାଲରେ ଭର୍ତ୍ତି କରଯାଇଛି। ଛାତ୍ରୀଙ୍କ ବେକ ଓ ଶରୀରରେ ଆଘାତ ଲାଗିଥିବା ବେଳେ ଗୋପ ପୁଲିସ ତଦନ୍ତ ଚଳାଇଛି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି। 

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର