ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

Madhusudan Das Picture
Published On

ଭୁବନେଶ୍ୱର: ମିଠା ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ । ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁରରେ ମିଠା ଦୋକାନୀଙ୍କୁ ହାଣିଲେ । ମିଠା କିଣାକୁ ନେଇ ବଚସା ପରେ ହାଣିଲେ ୩ ଯୁବକ । ଆହତ ମିଠା ଦୋକାନୀ ହେଲେ ଦିଲୁ ବେହେରା। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ସିସିଟିଭି ଯାଞ୍ଚ କରି ତଦନ୍ତ ଜାରି ରଖିଛି  । ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ମଧ୍ୟ ମିଳିଛି । ପୂର୍ବରୁ ଦିଲୁଙ୍କୁ ଟାର୍ଗେଟ କରିଥିଲେ ଅଭିଯୁକ୍ତ । ଖୁବଶୀଘ୍ର ସେମାନଙ୍କୁ କାବୁ କରାଯିବ ବୋଲି ସୂଚନା ଦେଇଛି କମିଶନରେଟ ପୋଲିସ । ତେବେ ଏହି ଘଟଣାର ସୂତ୍ରପାତ ପୂର୍ଵ ଶତ୍ରୁତାକୁ ନେଇ ହୋଇଥିବା ସନ୍ଦେହ କରାଯାଉଛି। ପୂର୍ବରୁ ଏହି ଦୋକାନ ମାଲିକଙ୍କ ବିରୋଧରେ ହତ୍ୟା ଭଳି ସଙ୍ଗିନ ମାମଲା ରହିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ୨୫ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି: ଜାଣନ୍ତୁ ସମୟ ଓ ନିୟମାବଳୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp