ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ନୂତନ ସରକାର ଆସିବା ପରେ ପ୍ରାୟ ୧୭ ଲକ୍ଷ ହିତାଧିକାରୀଙ୍କ ରାସନ୍‌ କାର୍ଡ କାଟିଛନ୍ତି। ଏହା ବଦଳରେ ମାତ୍ର ୯ ଲକ୍ଷ ଲୋକଙ୍କୁ ନୂତନ କାର୍ଡ ପ୍ରଦାନ କରାଯାଇଛି। ଏବେ ବି ୮ ଲକ୍ଷ ଲୋକଙ୍କୁ ରାସନ କାର୍ଡ ମିଳିପାରିବ, ମାତ୍ର ସରକାର ଆବେଦନ କରିଥିବା ଲୋକଙ୍କୁ ରାସନ କାର୍ଡ ଦେଉ ନାହାନ୍ତି । ଯେଉଁମାନେ ବ୍ଲକ୍‌କୁ ଗେରୁଆ ଗାମୁଛା ପକାଇ ଯାଉଛନ୍ତି, ସେମାନଙ୍କ ନାମରେ ରାସନ କାର୍ଡ ଇସ୍ୟୁ ହେଉଛି । ସୋମବାର ଏମିତି ଆକ୍ଷେପ କରି ସରକାରଙ୍କୁ ବିଧାନସଭାରେ ଘେରିଛନ୍ତି ବିରୋଧୀ। ଏହା ସହ ଏହି ଆଲୋଚନା ସମୟରେ ଧାନ କିଣା ଅବ୍ୟବସ୍ଥା, ଚାଷୀ ମୃତ୍ୟୁ, ବଳକା ଚାଉଳ ବଣ୍ଟନ ପ୍ରସଙ୍ଗରେ ବିଜେଡ଼ି ଓ କଂଗ୍ରେସ ବିଧାୟକ ସରକାରଙ୍କ ନୀତିକୁ କଟୁ ସମାଲୋଚନା କରିଛନ୍ତି । 

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

 ଏ ସଂକ୍ରାନ୍ତ ମୁଲତବୀ ଆଲୋଚନା ଆରମ୍ଭ କରି  ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି ଯେ  ସରକାର ଗତ ବର୍ଷ ରବି ଓ ଖରିଫ ଋତୁରେ ୯୪ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ଟାର୍ଗେଟ୍‌ ରଖିଥିଲେ। ଏହି ଧାନରୁ ୬୩ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ହେବ।  ପିଡିଏସ୍‌ ପାଇଁ ଚାଉଳ ଯାଇ ସାରିବା ପରେ ୩୩ ଲକ୍ଷ ମେଟ୍ରିକ୍‌ ଟନ ଚାଉଳ ବଳକା ରହୁଛି। ଏହି ଚାଉଳ କେଉଁଠି ରଖାଯାଇଛି? କେନ୍ଦ୍ର କେତେ ଚାଉଳ ଉଠାଇଛି? କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଏମଏସପି ଉପରେ ବୋନସ ଦେଲେ କେନ୍ଦ୍ର ଚାଉଳ ନେବାକୁ ବାଧ୍ୟ ନୁହେଁ। 

ଆହୁରି ପଢ଼ନ୍ତୁ: ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୪ଜଣ ଆହତ

ବିଭିନ୍ନ ଆଳରେ ବହୁ ରାସନ୍‌ କାର୍ଡ କାଟି ୨୦୦ କୋଟି ଟଙ୍କା ରାଜସ୍ୱ ବଞ୍ଚାଇଛନ୍ତି ବୋଲି ସରକାର କହୁଛନ୍ତି। ହେଲେ  ପର୍ବ ପର୍ବାଣୀ ଆଳରେ ବିଭିନ୍ନ ଅଞ୍ଚଳରେ ବଳକା ଚାଉଳ ବଣ୍ଟାଯାଇଛି। ସେଥିରେ ସରକାର ୧୧୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଥିରେ ରାଜସ୍ୱ କ୍ଷତି କେତେ ହୋଇଛି ବୋଲି ସେ ପ୍ରଶ୍ନ କରିଥିଲେ। ୩୧୦୦ ଟଙ୍କା ଦେବା କଥା କହି ବିଜେପି ସରକାରକୁ ଆସିଲେ, ହେଲେ ସରକାରଙ୍କ ଠନ ଠନ ଏବେ ଲଣ୍ଠନ ହୋଇଯାଇଛି। ଧାନ ସଂଗ୍ରହ ଲକ୍ଷ୍ୟ ବଢ଼ାଇଦେଇଛନ୍ତି। ହେଲେ ରଖିବା ପାଇଁ ଜାଗା ନାହିଁ ବୋଲି କହି ପ୍ରତାପ ଦେବ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଅନୁରୂପ ଭାବରେ ବିଜେଡି ବିଧାୟକ ବ୍ୟୋମକେଶ ରାୟ ମଧ୍ୟ ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଏବେ ବି ୧୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କର ଇ-କେୱାଇସି ହୋଇନାହିଁ। ବହୁ ଅଞ୍ଚଳରେ ନେଟୱର୍କ ସମସ୍ୟା ଯୋଗୁଁ ଦାଦନ ଯାଇଥିବା ଲୋକ ଥରେ ଇ କେୱାଇସି କରି ଫେରିବା ପରେ ସେମାନଙ୍କୁ ପୁନର୍ବାର ଇ-କେୱାଇସି ପାଇଁ ଡକାଯାଉଛି। ସରକାର ଏବେ ପୁରୁଣା ଚାଉଳ ନିଲାମ କରିବେ ବୋଲି କହୁଛନ୍ତି। ହେଲେ ଏହାର ଦର କଣ ରହିବ, ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ସରକାର ଧାନ କିଣା ବେଳେ ଅତିରିକ୍ତ ୮୦୦ ଟଙ୍କା ଖର୍ଚ୍ଚ କରିଛନ୍ତି। ପୁଣି ନିଲାମ ବେଳେ କ୍ଷତି ହେବ। ଏହାଦ୍ୱାରା  ସରକାରଙ୍କର କେତେ ରାଜସ୍ୱ କ୍ଷତି ହେବ ତାହାର ହିସାବ ଦେବାକୁ ବ୍ୟୋମକେଶ ଦାବି କରିଛନ୍ତି। 

ଆହୁରି ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଅପହରଣ କରି ୨ କୋଟି ଦାବି କଲେ ଦୁବୃର୍ତ୍ତ, ପରିବାର ପୁଲିସର ଦ୍ୱାରସ୍ଥ ହେବାରୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

ବିଧାୟକ ଧ୍ରୁବ ସାହୁ କହିଥିଲେ ଯେ, ରାଜ୍ୟ ସରକାର ୧୭ ଲକ୍ଷ ଲୋକଙ୍କର ରାସନ୍‌ କାର୍ଡ କଟାଯାଇଛି। ଏମାନଙ୍କ ବଦଳରେ ମାତ୍ର ୯ ଲକ୍ଷ ଯୋଡାଯାଇଛି। ଯେଉଁମାନେ ଗେରୁଆ ଗାମୁଛା ପକାଇ ବ୍ଲକକୁ ଯାଉଛନ୍ତି, ସେମାନଙ୍କର ହିଁ ନାଁ ଯୋଡାଯାଉଛି। ପୁରୁଣା ଚାଉଳ ମିଲରଙ୍କ ପାଖରେ ପଡ଼ିଥିବାରୁ, ସେମାନେ ଚାଉଳ ଉଠାଉନହନ୍ତି। ଏହାସହ ସେ ରାଜନଗର ଚାଷୀ ମୃତ୍ୟୁ ଘଟଣା ପ୍ରସଙ୍ଗ ଉଠାଇ ଜାନୁଆରୀ ୧୬ରୁ ଟୋକନ ପାଇ ମଧ୍ୟ ଫେବୃଆରୀ ୧୪ ପର୍ଯ୍ୟନ୍ତ ଚାଷୀ ସୋସାଇଟି ଦୌଡ଼ୁଛି ବୋଲି କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହା ବ୍ୟତୀତ କେନ୍ଦ୍ରାପଡାରେ ମିଲରଙ୍କ ଠାରୁ ଚାନ୍ଦା ଆଦାୟ ହୋଇଛି। ଏହି ଘଟଣା ସେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମନ୍ତ୍ରୀ ଘଟଣା ତଦନ୍ତ କରି ଏହି ଟଙ୍କା କାହା ପାଖକୁ ଯାଉଛି, ତାହାର ରିପୋର୍ଟ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। 

କଂଗ୍ରେସ ବିଧାୟକ ଅଶୋକ ଦାସ କହିଥିଲେ ଯେ, ରାଜ୍ୟରେ ବର୍ତ୍ତମାନ ଗେରୁଆ, ସବୁଜ ଲଢେ଼ଇ ମଧ୍ୟରେ ସାଧାରଣ ଉପଭୋକ୍ତା ହନ୍ତସନ୍ତ ଅର୍ଥାତ ତ୍ରିରଙ୍ଗା ବାଦ୍‌ ପଡ଼ୁଛି। ସରକାର ଋଣ କରି ଗୁଣ ଗାଉଛନ୍ତି। ମାଣ୍ଡିପଙ୍କା ଅନାହାର ମୃତ୍ୟୁ  ସହ ଆଜିକା ଦିନରେ ମଧ୍ୟ ଖାଦ୍ୟ ଅଭାବରୁ ଶିଶୁ ବିକ୍ରି ହେଉଛି ବୋଲି କହି ସରକାରଙ୍କୁ ସମାଲୋଚନା କରିଛନ୍ତି। ସେହିଭଳି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ରାସନ୍‌ କାର୍ଡ ବଣ୍ଟନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ ବିଜେପି ବିଧାୟକ ସନ୍ତୋଷ ଖଟୁଆ, ସାରଦା ପ୍ରଧାନ, ଓମ୍‌ ପ୍ରକାଶ ମିଶ୍ର ଓ ଅଶ୍ୱିନୀ ଷଡ଼ଙ୍ଗୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି।  ବିଜେପି ସରକାର ଆସିବା ପରେ ଚାଷୀ ଖୁସି ଅଛନ୍ତି। ଭୂତ ରାସନ୍‌ କାର୍ଡ କାଟାଯାଇଛି। ବ୍ୟବସ୍ଥାରେ ସ୍ୱଚ୍ଛତା ଆସିଛି। ନିରପେକ୍ଷ ଭାବେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଉଛି। ଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡ କଟାଯାଇନାହିଁ ବୋଲି ଶାସକ ଦଳ ପକ୍ଷରୁ ବିଧାୟକମାନେ ଯୁକ୍ତି ରଖିଛନ୍ତି। 

10 Mar 2026 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର