ଇସ୍ରାଏଲ୍ ଉତ୍ତର କୋରିଆ ଦୂତାବାସ ଉପରେ ଆକ୍ରମଣ କରିଛି କି? ଜାଣନ୍ତୁ ଭାଇରାଲ୍ ଖବରର ସତ୍ୟତା

Tapas Ranjan Nanda Picture
Published On

ସୋସିଆଲ୍ ମିଡିଆରେ ଏବେ ଏକ ଖବର ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି। ଦାବି କରାଯାଉଛି ଯେ ଇରାନ ଯୁଦ୍ଧ ମଧ୍ୟରେ ତେହେରାନ ସ୍ଥିତ ଉତ୍ତର କୋରିଆ ଦୂତାବାସ ଉପରେ ଇସ୍ରାଏଲ୍ ମିସାଇଲ୍ ମାଡ଼ କରିଛି। ଏହା ପରେ ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍ ଇସ୍ରାଏଲକୁ ଏହା ଏକ 'ବଡ଼ ଭୁଲ୍' ବୋଲି ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସିଇସିଙ୍କୁ ନିଲମ୍ବିତ କଲେ ନିର୍ବାଚନ କିଏ କରିବ? ଆବେଦନ ଖାରଜ କରି କେନ୍ଦ୍ରକୁ ନୋଟିସ୍ ପଠାଇଲେ ସୁପ୍ରିମକୋର୍ଟ

ସୋସିଆଲ୍ ମିଡିଆରେ ଭାଇରାଲ୍ ଦାବି

ଏକ୍ସ (X) ସମେତ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ୟୁଜରମାନେ ଦାବି କରୁଛନ୍ତି ଯେ ଇସ୍ରାଏଲର ଆକ୍ରମଣ ପରେ କିମ୍ ଜୋଙ୍ଗ୍ ଉନ୍ ଏକ କଡ଼ା ଚେତାବନୀ ଜାରି କରିଛନ୍ତି। ସୂଚନାଯୋଗ୍ୟ ଯେ, ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନୀଙ୍କ ନିହତ ହେବା ଖବର ପରେ ତିନି ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହା ପରେ ଉଭୟ ଇସ୍ରାଏଲ୍ ଏବଂ ଇରାନ ପରସ୍ପରର ଶକ୍ତି ଭିତ୍ତିଭୂମି ସମେତ ପ୍ରମୁଖ ସ୍ଥାନଗୁଡ଼ିକୁ ଟାର୍ଗେଟ୍ କରି ଆକ୍ରମଣ ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଇସ୍ରାଏଲର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବେ ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛର: ବିମାନରେ ବଞ୍ଚାଇଥିଲେ ୧୭୪ ଯାତ୍ରୀଙ୍କ ଜୀବନ

ଖବରର ସତ୍ୟତା

ତେବେ ତେହେରାନରେ ଥିବା ଉତ୍ତର କୋରିଆ ଦୂତାବାସକୁ ଟାର୍ଗେଟ୍ କରାଯାଇଥିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏଆଇ ଚାଟବଟ୍ ଗ୍ରୋକ୍ (Grok) ମଧ୍ୟ ଏହି ଖବରର ଫ୍ୟାକ୍ଟ-ଚେକ୍ କରି ଏହାକୁ ଏକ 'ଅପ୍ରମାଣିତ ଗୁଜବ' ବୋଲି ବର୍ଣ୍ଣନା କରିଛି। ରଏଟର୍ସ, ଏନକେ ନ୍ୟୁଜ୍ କିମ୍ବା ଉତ୍ତର କୋରିଆର ରାଷ୍ଟ୍ରୀୟ ଗଣମାଧ୍ୟମ କେସିଏନଏ (KCNA) ପରି ପ୍ରମୁଖ ଗଣମାଧ୍ୟମ ପକ୍ଷରୁ ଏନେଇ କୌଣସି ପୃଷ୍ଟିକରଣ ଦିଆଯାଇନାହିଁ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ସିଜେପିର ବିକ୍ଷୋଭ ପୂର୍ବରୁ ଗୁରୁଗ୍ରାମରେ ୟୁଟ୍ୟୁବର ଧ୍ରୁବ ରାଠୀ ଅଟକ

ଇରାନକୁ ଉତ୍ତର କୋରିଆର ସମର୍ଥନ

ଗୁଜବ ମିଥ୍ୟା ହୋଇଥିଲେ ମଧ୍ୟ, ଇରାନରେ ଆମେରିକା ଓ ଇସ୍ରାଏଲର ଆକ୍ରମଣକୁ ଉତ୍ତର କୋରିଆ 'ବେଆଇନ ଆକ୍ରମଣ' କହି ନିନ୍ଦା କରିଛି। ଆଲ୍ ଜଜିରା (Al Jazeera) ରିପୋର୍ଟ ଅନୁଯାୟୀ, ଇରାନର ନୂତନ ସର୍ବୋଚ୍ଚ ନେତା ଭାବରେ ମୋଜତାବା ଖାମେନୀଙ୍କ ଚୟନକୁ ଉତ୍ତର କୋରିଆ ସମର୍ଥନ ଜଣାଇଛି। ଦେଶର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ସେମାନେ ଇରାନବାସୀଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛନ୍ତି। ଏଥିସହ ଆମେରିକା ଓ ଇସ୍ରାଏଲର କାର୍ଯ୍ୟକଳାପ ଆଞ୍ଚଳିକ ଶାନ୍ତି ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ମଧ୍ୟ ଅଭିଯୋଗ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର