ପ୍ରତି ୫ ବର୍ଷରେ ନୂଆ ସ୍ତ୍ରୀ! ବିନା ଛାଡ଼ପତ୍ରରେ ଚତୁର୍ଥ ବିବାହ ପାଇଁ ସ୍ୱାମୀଙ୍କ ପ୍ରସ୍ତୁତି, ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ

Suryakanta Picture
Published On

ଛତିଶଗଡ଼ର କୋରବା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ପାରିବାରିକ ବିବାଦ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ସ୍ୱାମୀଙ୍କ ନାମରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ମହିଳାଙ୍କ କହିବା ଅନୁଯାୟୀ, ତାଙ୍କ ସ୍ୱାମୀଙ୍କର ପ୍ରତି ୫ ବର୍ଷରେ ସ୍ତ୍ରୀ ବଦଳାଇବାର ଅଭ୍ୟାସ ରହିଛି ଏବଂ ଏବେ ସେ ବିନା ଛାଡ଼ପତ୍ରରେ ଚତୁର୍ଥ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ମହିଳା କମିଶନଙ୍କ ନିକଟରେ ଅଭିଯୋଗ,ଏହି ମାମଲାଟି ସାମ୍ନାକୁ ଆସିବା ପରେ ପୀଡ଼ିତା ପତ୍ନୀ ଶ୍ୱେତା ନ୍ୟାୟ ଦାବି କରି ଛତିଶଗଡ଼ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜନଶୁଣାଣି ସମୟରେ ସେ ଏହି ଅଭିଯୋଗ କରିଛନ୍ତି। ଶ୍ୱେତାଙ୍କ କହିବା ଅନୁଯାୟୀ, ତାଙ୍କ ସ୍ୱାମୀ ଏପର୍ଯ୍ୟନ୍ତ ଆଇନଗତ ଭାବେ ତାଙ୍କୁ ଛାଡ଼ପତ୍ର ଦେଇନାହାନ୍ତି। ଛାଡ଼ପତ୍ର ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ରହିଛି ଏବଂ ବିବାହ ବିଚ୍ଛେଦର କୌଣସି ନିଷ୍ପତ୍ତି ଆସିନାହିଁ। ଏହା ସତ୍ତ୍ୱେ ତାଙ୍କ ସ୍ୱାମୀ ଆଉ ଏକ ବିବାହ କରିବାକୁ ଯୋଜନା କରୁଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଶ୍ୱେତା ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ଏଭଳି କାର୍ଯ୍ୟ କେବଳ ତାଙ୍କ ପ୍ରତି ଏକ ପ୍ରତାରଣା ନୁହେଁ, ବରଂ ଏହା ଆଇନର ମଧ୍ୟ ସିଧାସଳଖ ଉଲ୍ଲଂଘନ। ସ୍ୱାମୀଙ୍କର ଏହି ପ୍ରତି ପାଞ୍ଚ ବର୍ଷରେ ନୂଆ ସ୍ତ୍ରୀ ଆଣିବାର ନିଶା ଯୋଗୁଁ ତାଙ୍କ ଜୀବନ ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ସେ ଏବେ ଭୀଷଣ ମାନସିକ ଚାପ ଦେଇ ଗତି କରୁଛନ୍ତି ଏବଂ ସମାଜରେ ମଧ୍ୟ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । 

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ଛତିଶଗଡ଼ ମହିଳା କମିଶନ ଏହି ମାମଲାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବିନା ଛାଡ଼ପତ୍ରରେ ସ୍ୱାମୀ କିପରି ଚତୁର୍ଥ ବିବାହ କରିବାକୁ ସାହସ କରୁଛନ୍ତି, ତାହାକୁ ନେଇ କମିଶନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ଏହି ଅଜବ ମାମଲାଟି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି。

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର