ଠକେଇ ଫେରାର୍‌ ଅଭିଯୁକ୍ତଙ୍କୁ ଭାରତ ପ୍ରବେଶ ମନା, ବିଦେଶୀ ଠକଙ୍କୁ ଖୋଜୁଛି ଇଣ୍ଟରପୋଲ୍‌

The Sakala Picture
Published On

ଭୁବନେଶ୍ୱର: ପାନ୍‌‌ ଇଣ୍ଡିଆ ଅନ୍‌‌ଲାଇନ୍‌‌ ପୁଞ୍ଜି ସ୍କାମ ହେଉ କି ଏସ୍‌‌ଟିଏ କ୍ରିଫ୍ଟୋ ଟୁକେନ୍‌‌ ଠକେଇ କିମ୍ବା ଲୋନ୍‌‌ ଆପ୍‌‌ ଠକେଇ; ଏହି ସବୁ ଠକେଇ ପଛରେ ଚୀନ, ହଙ୍ଗେରୀ, ହଂକଂର ନାଗରିକମାନେ ସାମିଲ ଅଛନ୍ତି। ସେମାନେ ଭାରତରୁ କୋଟି କୋଟି ଟଙ୍କା ଠକି ରାତାରାତି ଦେଶ ଛାଡ଼ି ପଳାଇଯାଉଛନ୍ତି। କିନ୍ତୁ ଏବେ ସେଭଳି ଠକଙ୍କ ଭାରତ ପ୍ରବେଣରେ ଲାଗିଛି କଟକଣା। ଜଳ,ସ୍ଥଳ ଏବଂ ଆକାଶ ପଥ ଦେଇ ସେମାନେ ପଶିପାରିବେ ନାହିଁ। ସବୁଛି ସେମାନଙ୍କର ପ୍ରୋର […]

ଭୁବନେଶ୍ୱର: ପାନ୍‌‌ ଇଣ୍ଡିଆ ଅନ୍‌‌ଲାଇନ୍‌‌ ପୁଞ୍ଜି ସ୍କାମ ହେଉ କି ଏସ୍‌‌ଟିଏ କ୍ରିଫ୍ଟୋ ଟୁକେନ୍‌‌ ଠକେଇ କିମ୍ବା ଲୋନ୍‌‌ ଆପ୍‌‌ ଠକେଇ; ଏହି ସବୁ ଠକେଇ ପଛରେ ଚୀନ, ହଙ୍ଗେରୀ, ହଂକଂର ନାଗରିକମାନେ ସାମିଲ ଅଛନ୍ତି। ସେମାନେ ଭାରତରୁ କୋଟି କୋଟି ଟଙ୍କା ଠକି ରାତାରାତି ଦେଶ ଛାଡ଼ି ପଳାଇଯାଉଛନ୍ତି। କିନ୍ତୁ ଏବେ ସେଭଳି ଠକଙ୍କ ଭାରତ ପ୍ରବେଣରେ ଲାଗିଛି କଟକଣା। ଜଳ,ସ୍ଥଳ ଏବଂ ଆକାଶ ପଥ ଦେଇ ସେମାନେ ପଶିପାରିବେ ନାହିଁ। ସବୁଛି ସେମାନଙ୍କର ପ୍ରୋର ମରାଯାଇଛି। ଯଦି ଏହି ୩ପଥରେ ଏମାନେ ଦେଖା ଯାଆନ୍ତି,ସେମାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ୧୯ଜଣ ଠକଙ୍କ ନାମରେ ଲୁକ୍‌‌ଆଉଟ୍‌‌ ଜାରି କରିଛି ବ୍ୟୁରୋ ଅଫ୍‌‌ ଇମିଗ୍ରେସନ। ଇଓଡବ୍ଲ୍ୟୁର ଏକାଧିକ ଠକେଇ ମାମଲାରେ ଏହି ୧୯ଜଣ ଫେରାର ଅଛନ୍ତି। ତେଣୁ ୧୯ଜଣଙ୍କ ମଧ୍ୟରୁ ୬ଜଣ ଚୀନର ନାଗରିକ ଥିବା ବେଳେ ଜଣେ ହଙ୍ଗେରୀ ନାଗରିକ ଓ ୧୨ଜଣ ଭାରତୀୟ ଥିବା ଜଣାପଡ଼ିଛି। ସେମାନଙ୍କୁ ଇଓଡବ୍ଲ୍ୟୁ ଖୋଜୁଛି। ଗତକାଲି ଏସ୍‌‌ଟିଏ କ୍ରିଫ୍ଟୋ ଟୋକେନ୍‌‌ ଠକେଇ ମାମଲାରେ ୩ଜଣଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ଜାରି ହୋଇଥିଲା। ଠକେଇର ୩ ଟପ୍‌‌ ଅଫ୍‌‌ଲାଇନ ମେମ୍ୱର ହେଲେ କ୍ରିଷ୍ଣ କୁମାର, ଅନୀଲ କୁମାର ଓ ଭୁରା ରାମ। ଏମାନେ ରାଜସ୍ଥାନ ଅଞ୍ଚଳର ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୨୫୦ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପିତ, ଜରୁରୀକାଳୀନ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବାକୁ ପଦକ୍ଷେପ

ପୂର୍ବରୁ ଇଣ୍ଟରନ୍ୟାସନଲ ମୁଖ୍ୟ ଡେଭିଡ କେଜ୍‌‌ ନାଁରେ ମଧ୍ୟ ଲୁକଆଉଟ୍‌‌ ସର୍କୁଲାର ଜାରି କରାଯାଇଥିଲା। ପ୍ୟାନ ଇଣ୍ଡିଆ ଅନଲାଇନ୍‌‌ ପୁଞ୍ଜି ସ୍କାମ ମାଧ୍ୟମରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଠକେଇ ମାମଲାରେ ପୂର୍ବରୁ ମାଷ୍ଟରମାଇଣ୍ଡ ଗୁଆନହ୍ୱନ୍‌‌ ୱାଙ୍ଗ ନାମରେ ଲୁକ୍‌‌ଆଉଟ୍‌‌ ଜାରି ହୋଇଥିଲା। ପୂର୍ବରୁ ୫ ଚାଇନା ଠକ ଲିୟୁ ୟି, ଏକ୍ସିନ ପିଙ୍ଗ, ସିନ୍‌‌ ଜେଞ୍ଜୁଆ, କ୍ୱାନ୍‌‌ ହଙ୍ଗୱାଇ ଏବଂ ୟଙ୍ଗ ହାଇୟିଙ୍ଗଙ୍କ ନାମରେ ଲୁଟ୍‌‌ଆଉଟ୍‌‌ ଜାରି ହୋଇଥିଲା। ଏହି ବିଦେଶୀ ଠକମାନେ ଦେଶ ଛାଡ଼ି ପଳାଇଯାଇଥିବା ବେଳେ ସେମାନଙ୍କୁ ଖୋଜୁଛି ଇଣ୍ଟରପୋଲ। କିନ୍ତୁ ବିଦେଶ ଆଇନ ପାଇଁ ସେମାନଙ୍କୁ ଗିରଫ କରିବା ସହଜ ନୁହେଁ। ସେଥିପାଇଁ ଏହି ବିଦେଶୀ ଠକ ଭାରତରୁ ଠକେଇ କରି ନିଜ ଦେଶକୁ ପଳାଇ ଯାଉଛନ୍ତି। ପରେ ହାୱଲା ଏବଂ ଦୁବାଇରୁ ଟଙ୍କା ସେମାନଙ୍କ ନିକଟକୁ ପଳାଇଯାଉଛି। କିନ୍ତୁ ଭାରତରେ ଥିବା ତଦନ୍ତକାରୀ ସଂସ୍ଥା ମାମଲା କଲେ ମଧ୍ୟ ସେମାନଙ୍କୁ ଧରିପାରୁନି। ଆଜି ପର୍ଯ୍ୟନ୍ତ ବିଭିନ୍ନ ଠକେଇ ମାମଲାରେ ଇଓଡବ୍ଲ୍ୟୁ କାହାରିକୁ ବି ଗିରଫ କରିପାରିନି।
ବିଶେଷ କରି କୋଭିଡ୍‌‌ ସମୟରେ ବିଦେଶୀ ଠକମାନେ ଭାରତକୁ ପ୍ରବେଶ କରିଥିଲେ। ଲୋନ୍‌‌ ଆପ ଠାରୁ ଆରମ୍ଭ କରି ଟ୍ରେଡିଂ ଏବଂ ପୁଞ୍ଜି ସ୍କିମ୍‌‌ ଆରମ୍ଭ କରିଥିଲେ। ଆଇଟି ପିଲାଙ୍କ ଦ୍ୱାରା ଆପ୍‌‌ ନିର୍ମାଣ କରି ମିଛ ବିଜ୍ଞାପନ ଦେଇଥିଲେ। ଭାରତରେ ଅପରେଟ୍‌‌ କରିବା ପାଇଁ ସବୁ ରାଜ୍ୟ ଏବଂ ସବୁ ଜିଲ୍ଲାରେ ଏଜେଣ୍ଟ ରଖିଥିଲେ। ସେମାନଙ୍କୁ କିଛି ଟଙ୍କା ଦେଇ ଏହି ଠକେଇ ରାକେଟ ଚାଲୁଥିଲା।

୨୦୧୯ରୁ ୨୦୨୦ ଭିତରେ ଚାଇନା ଠକମାନେ ଭରତକୁ ଆସିଥିଲେ। ସେମାନେ ଅଳ୍ପ ଟଙ୍କା ନିବେଶରେ ଧନୀ ହେବାର ସ୍ୱପ୍ନ ଦେଖାଇ ଠକୁଛନ୍ତି। ଖୁବ୍‌‌କମ ସମୟରେ ଅଧିକ ଟଙ୍କା ପାଇବାର ଅନେକ ବିଜ୍ଞାପନ ସାମାଜିକ ଗଣମାଧ୍ୟମରେ ମାଳମାଳ ଘୂରି ବୁଲୁଛି। ସେମାନେ ବିଭିନ୍ନ ସଂସ୍ଥା ଖୋଲି ଲୋକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମେଇବା ପାଇଁ ବଡ଼ ଅଭିନେତା, ଅଭିନେତ୍ରୀ, କ୍ରିକେଟର, ୟୁଟ୍ୟୁବରମାନଙ୍କ ଫଟୋ ଲଗାଇ ଲୋକଙ୍କୁ ଚୁନା ଲଗାଉଥିବା ଅଭିଯୋଗ ହେଉଛି।

ଆହୁରି ପଢ଼ନ୍ତୁ: ୱାର୍ମର ମେସିନ୍‌ରେ ଜୀବନ୍ତ ଜଳିଗଲା ନବଜାତ ଶିଶୁ, ଡାକ୍ତର ଫେରାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp