ବଲିଉଡ୍ ଅଭିନେତା ରାଜପାଲ ଯାଦବଙ୍କୁ ଝଟକା: ଫେବୃଆରୀ ୪ ସୁଦ୍ଧା ଆତ୍ମସମର୍ପଣ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

Tapas Ranjan Nanda Picture
Published On

ଚେକ୍ ବାଉନ୍ସ ମାମଲାରେ ବଲିଉଡର ଜଣାଶୁଣା ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କ ଅଡୁଆ ବଢିବାରେ ଲାଗିଛି। ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ତାଙ୍କୁ ଜେଲ୍‌ ଦଣ୍ଡ ଭୋଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ରାଜପାଲଙ୍କୁ ଆସନ୍ତା ଫେବୃଆରୀ ୪, ୨୦୨୬ ଅପରାହ୍ନ ୪ଟା ସୁଦ୍ଧା ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରାଏଲ କୋର୍ଟ ଦେଇଥିବା ଦଣ୍ଡକୁ ପୂରା କରିବା ପାଇଁ ତାଙ୍କୁ ଜେଲ ଯିବାକୁ ପଡିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ୨୦୦ କୋଟି ଟଙ୍କା ଠକେଇ ମାମଲା: ଦିଲ୍ଲୀ ହାଇକୋର୍ଟରେ ସୁକେଶ-ଲୀନାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଶେଷ, ଜ୍ୟାକଲିନଙ୍କ ନାମ ନେଲେ ଲୀନା

କଥା ଦେଇ କଥା ରଖିଲେନି ରାଜପାଲ

ଫେବୃଆରୀ ୨, ୨୦୨୬ରେ ହୋଇଥିବା ଶୁଣାଣି ସମୟରେ ଜଷ୍ଟିସ ସ୍ୱର୍ଣ୍ଣ କାନ୍ତା ଶର୍ମା ଅଭିନେତାଙ୍କ ଆଚରଣ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ, ବାରମ୍ବାର ସୁଯୋଗ ଦିଆଯାଇଥିଲେ ମଧ୍ୟ ରାଜପାଲ ଯାଦବ ଅଭିଯୋଗକାରୀ କମ୍ପାନୀ 'ମେସର୍ସ ମୁରଲୀ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ୍'କୁ ଟଙ୍କା ଫେରସ୍ତ କରିବାରେ ବିଫଳ ହୋଇଛନ୍ତି। ଅଭିନେତା ବାରମ୍ବାର କୋର୍ଟଙ୍କୁ ଟଙ୍କା ପୈଠ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ହେଁ, ନିର୍ଦ୍ଧାରିତ ସମୟରେ ତାହା ପୂରଣ କରିନାହାନ୍ତି। ଏଭଳି ଆଚରଣ ନ୍ୟାୟିକ ପ୍ରକ୍ରିୟା ପ୍ରତି ତାଙ୍କର ଅବହେଳାକୁ ଦର୍ଶାଉଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା, ଲିଫ୍ଟ ଦେବା ବାହାନାରେ ପଶ୍ଚିମବଙ୍ଗର ମହିଳାଙ୍କୁ ଗଣଦୁଷ୍କର୍ମ

ବ୍ୟସ୍ତତାର ବାହାନା ଶୁଣିଲେନି କୋର୍ଟ

ଶୁଣାଣି ବେଳେ ରାଜପାଲଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ, ଅଭିନେତା ବର୍ତ୍ତମାନ ମୁମ୍ବାଇରେ ନିଜର ପ୍ରୋଫେସନାଲ କାମରେ ବ୍ୟସ୍ତ ଅଛନ୍ତି, ତେଣୁ ତାଙ୍କୁ କିଛି ଆଶ୍ୱସ୍ତି ଦିଆଯାଉ। କିନ୍ତୁ ହାଇକୋର୍ଟ ଏହି ଦଲିଲକୁ ସିଧାସଳଖ ଖାରଜ କରି ଦେଇଥିଲେ। କାମରେ ବ୍ୟସ୍ତ ରହିବା କୋର୍ଟଙ୍କ ଆଦେଶ ଅମାନ୍ୟ କରିବାର ବାହାନା ହୋଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ମାମଲାରେ ପୂର୍ବରୁ ଟ୍ରାଏଲ କୋର୍ଟ ରାଜପାଲ ଏବଂ ତାଙ୍କ ପତ୍ନୀଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ମାସ ସାଧାରଣ ଜେଲ ଦଣ୍ଡ ଶୁଣାଇଥିଲେ।

ଆହୁରି ପଢ଼ନ୍ତୁ: ବିଜୁଙ୍କୁ ଅପମାନ: କୁଆଡେ଼ ଗଲେ ‘ଲିଗାସୀ’ ନେତା ?

୨.୫ କୋଟି ଟଙ୍କାର ମାମଲା

ପୂର୍ବରୁ ୨୮ ଜୁନ୍ ୨୦୨୪ରେ ହାଇକୋର୍ଟ ଏହି ଦଣ୍ଡାଦେଶ ଉପରେ ଅସ୍ଥାୟୀ ରୋକ ଲଗାଇଥିଲେ ଏବଂ ମାମଲାକୁ ମିଡିଏସନ୍ ପାଇଁ ପଠାଇଥିଲେ। ବୁଝାମଣା ଅନୁଯାୟୀ, ରାଜପାଲଙ୍କୁ ମୋଟ୍ ୨.୫ କୋଟି ଟଙ୍କା ପୈଠ କରିବାର ଥିଲା। କିନ୍ତୁ ଜୁନ୍ ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ କେବଳ ସମୟ ମାଗି ଚାଲିଥିଲେ ଏବଂ ଟଙ୍କା ଦେଇନଥିଲେ। ଡିମାଣ୍ଡ ଡ୍ରାଫ୍ଟରେ ଥିବା ତ୍ରୁଟି ସୁଧାରିବା ପାଇଁ ମଧ୍ୟ ସେ କୌଣସି ପଦକ୍ଷେପ ନେଇନଥିଲେ। ଏବେ କୋର୍ଟ ତାଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

03 Feb 2026 By Tapas Ranjan Nanda

ବଲିଉଡ୍ ଅଭିନେତା ରାଜପାଲ ଯାଦବଙ୍କୁ ଝଟକା: ଫେବୃଆରୀ ୪ ସୁଦ୍ଧା ଆତ୍ମସମର୍ପଣ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଚେକ୍ ବାଉନ୍ସ ମାମଲାରେ ବଲିଉଡର ଜଣାଶୁଣା ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କ ଅଡୁଆ ବଢିବାରେ ଲାଗିଛି। ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ତାଙ୍କୁ ଜେଲ୍‌ ଦଣ୍ଡ ଭୋଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ରାଜପାଲଙ୍କୁ ଆସନ୍ତା ଫେବୃଆରୀ ୪, ୨୦୨୬ ଅପରାହ୍ନ ୪ଟା ସୁଦ୍ଧା ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରାଏଲ କୋର୍ଟ ଦେଇଥିବା ଦଣ୍ଡକୁ ପୂରା କରିବା ପାଇଁ ତାଙ୍କୁ ଜେଲ ଯିବାକୁ ପଡିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

କଥା ଦେଇ କଥା ରଖିଲେନି ରାଜପାଲ

ଫେବୃଆରୀ ୨, ୨୦୨୬ରେ ହୋଇଥିବା ଶୁଣାଣି ସମୟରେ ଜଷ୍ଟିସ ସ୍ୱର୍ଣ୍ଣ କାନ୍ତା ଶର୍ମା ଅଭିନେତାଙ୍କ ଆଚରଣ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ, ବାରମ୍ବାର ସୁଯୋଗ ଦିଆଯାଇଥିଲେ ମଧ୍ୟ ରାଜପାଲ ଯାଦବ ଅଭିଯୋଗକାରୀ କମ୍ପାନୀ 'ମେସର୍ସ ମୁରଲୀ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ୍'କୁ ଟଙ୍କା ଫେରସ୍ତ କରିବାରେ ବିଫଳ ହୋଇଛନ୍ତି। ଅଭିନେତା ବାରମ୍ବାର କୋର୍ଟଙ୍କୁ ଟଙ୍କା ପୈଠ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ହେଁ, ନିର୍ଦ୍ଧାରିତ ସମୟରେ ତାହା ପୂରଣ କରିନାହାନ୍ତି। ଏଭଳି ଆଚରଣ ନ୍ୟାୟିକ ପ୍ରକ୍ରିୟା ପ୍ରତି ତାଙ୍କର ଅବହେଳାକୁ ଦର୍ଶାଉଛି।

ବ୍ୟସ୍ତତାର ବାହାନା ଶୁଣିଲେନି କୋର୍ଟ

ଶୁଣାଣି ବେଳେ ରାଜପାଲଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ, ଅଭିନେତା ବର୍ତ୍ତମାନ ମୁମ୍ବାଇରେ ନିଜର ପ୍ରୋଫେସନାଲ କାମରେ ବ୍ୟସ୍ତ ଅଛନ୍ତି, ତେଣୁ ତାଙ୍କୁ କିଛି ଆଶ୍ୱସ୍ତି ଦିଆଯାଉ। କିନ୍ତୁ ହାଇକୋର୍ଟ ଏହି ଦଲିଲକୁ ସିଧାସଳଖ ଖାରଜ କରି ଦେଇଥିଲେ। କାମରେ ବ୍ୟସ୍ତ ରହିବା କୋର୍ଟଙ୍କ ଆଦେଶ ଅମାନ୍ୟ କରିବାର ବାହାନା ହୋଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ମାମଲାରେ ପୂର୍ବରୁ ଟ୍ରାଏଲ କୋର୍ଟ ରାଜପାଲ ଏବଂ ତାଙ୍କ ପତ୍ନୀଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ମାସ ସାଧାରଣ ଜେଲ ଦଣ୍ଡ ଶୁଣାଇଥିଲେ।

୨.୫ କୋଟି ଟଙ୍କାର ମାମଲା

ପୂର୍ବରୁ ୨୮ ଜୁନ୍ ୨୦୨୪ରେ ହାଇକୋର୍ଟ ଏହି ଦଣ୍ଡାଦେଶ ଉପରେ ଅସ୍ଥାୟୀ ରୋକ ଲଗାଇଥିଲେ ଏବଂ ମାମଲାକୁ ମିଡିଏସନ୍ ପାଇଁ ପଠାଇଥିଲେ। ବୁଝାମଣା ଅନୁଯାୟୀ, ରାଜପାଲଙ୍କୁ ମୋଟ୍ ୨.୫ କୋଟି ଟଙ୍କା ପୈଠ କରିବାର ଥିଲା। କିନ୍ତୁ ଜୁନ୍ ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ କେବଳ ସମୟ ମାଗି ଚାଲିଥିଲେ ଏବଂ ଟଙ୍କା ଦେଇନଥିଲେ। ଡିମାଣ୍ଡ ଡ୍ରାଫ୍ଟରେ ଥିବା ତ୍ରୁଟି ସୁଧାରିବା ପାଇଁ ମଧ୍ୟ ସେ କୌଣସି ପଦକ୍ଷେପ ନେଇନଥିଲେ। ଏବେ କୋର୍ଟ ତାଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର