ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବିତଣ୍ଡା ଯୁକ୍ତି: କହିଲେ, ‘ନୂଆଁଖାଇ ପାଇଁ ବଢୁଛି ଦାଦନ’
ବଲାଙ୍ଗିର: କ୍ଷମତାକୁ ଆସିଲେ ବିଜେପି ଦାଦନ ବନ୍ଦ କରିଦେବ। ଲୋକମାନେ ଆଉ ଦାଦନ ଖଟିବାକୁ ଯିବେ ନାହିଁ । ନିର୍ବାଚନ ପୂର୍ବରୁ ବିଜେପି ନେତାମାନେ ଏମିତି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ରାଜ୍ୟରେ ସରକାର ଗଠନ ପରେ ଦାଦନ ନୀତି କେବଳ ଟାସ୍କ ଫୋର୍ସ ଗଠନରେ ଅଟକି ଯାଇଛି । ଲୋକ ଦାଦନ ଖଟିବାକୁ ଯାଇ ପଙ୍ଗୁ ହୋଇ ଫେରୁଛନ୍ତି, କିଏ ପୁଣି ଶବ ହୋଇ ଫେରୁଛି ଚାରି କାନ୍ଧରେ । ଦାଦନ ସର୍ଦ୍ଦାର ଅମାନବୀୟ ଅତ୍ୟାଚାରରେ ଜୀବନ […]
ବଲାଙ୍ଗିର: କ୍ଷମତାକୁ ଆସିଲେ ବିଜେପି ଦାଦନ ବନ୍ଦ କରିଦେବ। ଲୋକମାନେ ଆଉ ଦାଦନ ଖଟିବାକୁ ଯିବେ ନାହିଁ । ନିର୍ବାଚନ ପୂର୍ବରୁ ବିଜେପି ନେତାମାନେ ଏମିତି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ରାଜ୍ୟରେ ସରକାର ଗଠନ ପରେ ଦାଦନ ନୀତି କେବଳ ଟାସ୍କ ଫୋର୍ସ ଗଠନରେ ଅଟକି ଯାଇଛି । ଲୋକ ଦାଦନ ଖଟିବାକୁ ଯାଇ ପଙ୍ଗୁ ହୋଇ ଫେରୁଛନ୍ତି, କିଏ ପୁଣି ଶବ ହୋଇ ଫେରୁଛି ଚାରି କାନ୍ଧରେ । ଦାଦନ ସର୍ଦ୍ଦାର ଅମାନବୀୟ ଅତ୍ୟାଚାରରେ ଜୀବନ ବିକଳରେ ଚିତ୍କାର କରୁଥିବା ଶିଶୁ, ମହିଳା, ବୟସ୍କଙ୍କ ଆଖିର ଲୁହ ଯିଏ ଦେଖିଛି ସେ ଜାଣିଛି ଦାଦନ ଦୁଃଖ କ’ଣ। ମାତ୍ର ବିଡ଼ମ୍ବନା ହେଉଛି ଦାଦନ ରୋକିବାରେ ସରକାର ଅସମର୍ଥ ହୋଇଥିଲେ ହେଁ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ନୂଆଁଖାଇ ପାଇଁ ଲୋକମାନେ ଦାଦନ ଯାଉଥିବା ନେଇ ବିତଣ୍ଡା ଯୁକ୍ତି ବାଢ଼ିଛନ୍ତି । ଯାହାକୁ ନେଇ ସାରା ପଶ୍ଚିମ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡି ବିଧାୟକ କଳିକେଶ ସିଂହଦେଓ ଓ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ମନ୍ତ୍ରୀ ଶ୍ରୀ ନାୟକ ଓ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
ରବିବାର ବିଜେପି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନାୟକଙ୍କ ସହ ସାଂସଦ ସଙ୍ଗୀତା ସିଂହଦେଓ ଉପସ୍ଥିତ ଥିଲେ। ଏହି ସମୟରେ ସାମ୍ବାଦିକଙ୍କ ଦାଦନ ସଂକ୍ରାନ୍ତ ଏକ ପ୍ରଶ୍ନ ଉତ୍ତର ଦେବା ଅବସରରେ ମନ୍ତ୍ରୀ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପର୍ବ ପାଳନ ପାଇଁ ଲୋକେ ଦାଦନ ଯାଉଛନ୍ତି ବୋଲି କହିଛନ୍ତି। ମାତ୍ର ମନ୍ତ୍ରୀଙ୍କ ଏହି କଥା ପଶ୍ଚିମଓଡ଼ିଶାବାସୀଙ୍କୁ ପ୍ରଚଣ୍ଡ ଆଘାତ ଦେଇଛି। ସରକାର ଦାଦନ ରୋକିବାରେ ନିଜ ବିଫଳତା ପାଇଁ ନୂଆଁଖାଇକୁ ଦାୟୀ କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଚଳିତବର୍ଷ ବେଆଇନ ଭାବରେ ପ୍ରାୟ ୩ଲକ୍ଷ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ ହୋଇଥିବା ବିଧାୟକ କଳିକେଶ ନାରାୟଣ ସିଂଦେଓ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ନିଜ କଥା ରଖି ପାରି ନାହାନ୍ତି, ଦାଦନ ରୋକିବାରେ ଅସମର୍ଥ ହୋଇଛନ୍ତି; ଆଉ ଏବେ ନୂଆଖାଇ ପର୍ବ ପାଳନକୁ ଇଙ୍ଗିତ କରି ପଶ୍ଚିମ ଓଡ଼ିଶାର ସଂସ୍କୃତିକୁ ଅପମାନିତ କରିଛନ୍ତି ବୋଲି କଳିକେଶ କହିଛନ୍ତି। ଅନୁରୂପ ଭାବରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ମନ୍ତ୍ରୀଙ୍କ ବକ୍ତବ୍ୟକୁ ନିନ୍ଦା କରିବା ସହ, ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନୂଆଖାଇ ପାଇଁ ଦାଦନ ସମସ୍ୟା ମନ୍ତବ୍ୟକୁ ନେଇ ସର୍ବସାଧାରଣରେ କ୍ଷମା ମାଗିବାକୁ ଦାବି କରିଛନ୍ତି। ଏସରକାର କେବଳ କଥାକୁହା ସରକାର, ପଶ୍ଚିମ ଓଡ଼ିଶାବାସୀ ଏକଥା ଜାଣିଲେ ବିଜେପିକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ନରସିଂହ କହିଛନ୍ତି।
ସେହିପରି ମନ୍ତ୍ରୀଙ୍କ ଟିପ୍ପଣୀ ସାଧାରଣ ଲୋକଙ୍କୁ ବି କ୍ଷୁବ୍ଧ କରିଛି। ମାଳମାଳ ମିଛ ପ୍ରତିଶ୍ରୁତି ଦେଇ ଶାସନ କ୍ଷମତା ହାତେଇବା ପରେ ବିଜେପି ଦଳ ଏବେ ତାର ଅସଲ ରୂପ ଦେଖାଇବା ଆରମ୍ଭ କରିଛି ବୋଲି ସାଧାରଣ ଲୋକମାନେ ଅଭିଯୋଗ କରିଛନ୍ତି । ଦାଦନ ଗଡ଼ କୁହାଯାଉଥିବା ପାଟଣାଗଡ଼ ନିର୍ବାଚନମଣ୍ଡଳୀରୁ ନିଜେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ନିର୍ବାଚିତ ହୋଇଛନ୍ତି। ତାଙ୍କ ନେତୃତ୍ୱରେ ଦାଦନ ଚାଲାଣ ରୋକିବାକୁ ଏକ ଟାକ୍ସଫୋର୍ସ ଗଠନ କରାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଗୋଟିଏ ବି ବୈଠକ ବସିନାହିଁ। ସରକାର ଲୋକଙ୍କୁ ରୋଜଗାର ଦେବାରେ ବିଫଳ ହେବା ପରେ ଏବେ ଦାଦନ ଦୋଷ ଢ଼ାଙ୍କିବାକୁ ଗଣପର୍ବ ନୂଆଁଖାଇକୁ ଦୋଷଦେବା କେତେ ଗ୍ରହଣୀୟ ବୋଲି ଲୋକମାନେ କହିଛନ୍ତି ।