ଆଜି ବିଶ୍ବ ତମାଖୁ ବର୍ଜନ ଦିବସ

The Sakala Picture
Published On

ସ୍ବାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ ୩୧ ତାରିଖକୁ ‘ବିଶ୍ବ ତମାଖୁ ବର୍ଜନ ଦିବସ’ ବା ‘ୱାର୍ଲଡ୍‌ ନୋ ଟୋବାକୋ ଡେ’ ଭାବେ ପାଳନ କରାଯାଏ। ତମାଖୁ ସେବନ ଏବେ ଏକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହେବା ସହ ଏହା ବାର୍ଷିକ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ପାଲଟିଛି। ତମାଖୁ ସେବନର ବ୍ୟାପକତା ଓ ଜନସ୍ବାସ୍ଥ୍ୟ ଉପରେ ଏହାର ନକାରାତ୍ମକ ପ୍ରଭାବକୁ ଦୃଷ୍ଟିରେ ରଖି […]

ସ୍ବାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ ୩୧ ତାରିଖକୁ ‘ବିଶ୍ବ ତମାଖୁ ବର୍ଜନ ଦିବସ’ ବା ‘ୱାର୍ଲଡ୍‌ ନୋ ଟୋବାକୋ ଡେ’ ଭାବେ ପାଳନ କରାଯାଏ। ତମାଖୁ ସେବନ ଏବେ ଏକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହେବା ସହ ଏହା ବାର୍ଷିକ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ପାଲଟିଛି। ତମାଖୁ ସେବନର ବ୍ୟାପକତା ଓ ଜନସ୍ବାସ୍ଥ୍ୟ ଉପରେ ଏହାର ନକାରାତ୍ମକ ପ୍ରଭାବକୁ ଦୃଷ୍ଟିରେ ରଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୧୯୮୭ ମସିହାରୁ ତମାଖୁ ବର୍ଜନ ଦିବସ ପାଳନର ପରିକଳ୍ପନା କରିଥିଲା। ୧୯୮୮ ମସିହା ମେ ୩୧ ତାରିଖରେ ପ୍ରଥମ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଥିଲା। ତମାଖୁ ସେବନ ନିୟନ୍ତ୍ରଣ ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ଏବଂ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ଏଥିରୁ ନିବୃତ୍ତ ରହିବାରେ ସାହାଯ୍ୟ କରିବା ଏହି ଦିବସ ପାଳନ କରିବାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ।

ଆହୁରି ପଢ଼ନ୍ତୁ: ବାତ୍ୟା ‘ଅକୱାନ’ ପ୍ରଭାବରେ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ଆନ୍ଧ୍ର ଉପକୂଳରେ କରିପାରେ ଲ୍ୟାଣ୍ଡଫଲ୍

ଲୋକଙ୍କୁ ତମାଖୁ ସେବନ ଜନିତ ସ୍ବାସ୍ଥ୍ୟ ସମସ୍ୟା, ଏହାର ଭୟାବହତା ଏବଂ ଏଥିରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଉଦ୍ଦେଶ୍ୟ। ତମାଖୁ ସେବନ ଶରୀର ପ୍ରତି କ୍ଷତିକାରକ ଥିଲେ ମଧ୍ୟ କିଛି ଲୋକ ଜାଣିଶୁଣି ଏହାକୁ ସେବନ କରୁଛନ୍ତି, ଆଉ କିଛି ଲୋକ ସଚେତନତାର ଅଭାବ ଯୋଗୁ ଖରାପ ପ୍ରଭାବ ବିଷୟରେ ଜାଣି ନ ପାରି ସେବନ କରୁଛନ୍ତି । ତମାଖୁ ଦ୍ୱାରା ଆମ ଶରୀରରେ ଅନେକ ପ୍ରାଣଘାତୀ ରୋଗ ହୋଇଥାଏ। ଏହାଦ୍ୱାରା କର୍କଟ, ହୃଦ୍‌ରୋଗ, ଶ୍ୱାସରୋଗ ଆଦି ରୋଗ ହେବା ଆଶଙ୍କା ଥାଏ। ତମାଖୁ କେବଳ ଆମର ସ୍ୱାସ୍ଥ୍ୟ ନୁହେଁ, ବରଂ ପରିବେଶକୁ କ୍ଷତିଗ୍ରସ୍ତ କରିଥାଏ । ଏଥିରେ ମୁଖ୍ୟ ରସାୟନ ହେଉଛି ନିକୋଟିନ୍। ଯାହାର ଅତ୍ୟଧିକ ସେବନ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟ ଉପରେ ମଧ୍ୟ ଏହା ପ୍ରଭାବ ପକାଇଥାଏ। ଗର୍ଭପାତ, ସମୟ ପୂର୍ବରୁ ଜନ୍ମ ଓ ମୃତ ଛୁଆ ମଧ୍ୟ ଜନ୍ମ ହେବାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ଆଶଙ୍କା: ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଅନ୍ୟପଟେ କ୍ରମାଗତ ତମାଖୁ ସେବନ ଦ୍ବାରା ମଣିଷର ପ୍ରତିଟି ଅଙ୍ଗ ପ୍ରଭାବିତ ହୁଏ। ଯାହାଫଳରେ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼େ। ଏ ଦୃଷ୍ଟିରୁ ଏହାକୁ ‘ନିରବ ଘାତକ’ ବୋଲି ମଧ୍ୟ କୁହାଯାଏ। ତମାଖୁର ହାନିକାରକ ପ୍ରଭାବ କେବଳ ଧୂମପାନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ସୀମିତ ନାହିଁ; ଯେଉଁ ଲୋକେ ଏହାକୁ ସେବନ ନ କରି ମଧ୍ୟ ଧୂଆଁ ସଂସ୍ପର୍ଶରେ ଆସୁଛନ୍ତି ସେମାନଙ୍କର ମଧ୍ୟ ହୃଦ୍‌ରୋଗ, ଶ୍ବାସକ୍ରିୟାରେ ସମସ୍ୟା, କର୍କଟରେ ଆକ୍ରାନ୍ତ ହେବା ଆଶଙ୍କା ରହୁଛି। ପ୍ରତିବର୍ଷ ଏହି ଦିବସ ପାଇଁ ଏକ ସ୍ୱତନ୍ତ୍ର ଥିମ୍‌ ରହିଥାଏ। ଚଳିତ ବର୍ଷ ଏହି ଦିବସର ଥିମ୍‌ ରହିଛି, “Unmasking the Appeal: Exposing Industry Tactics on Tobacco and Nicotine Products.”

ଆହୁରି ପଢ଼ନ୍ତୁ: ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା 'ଅକୱାନ' ଜାରି ହେଲା ରେଡ୍ ଆଲର୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର