କ୍ରିପ୍ଟୋକରେନ୍ସି ଉପରେ ଟିକସ ଲାଗୁ କରିବା ଅର୍ଥ ନୁହେଁ ଏହା ଆଇନଗତ ଭାବେ ବୈଧ : ନିର୍ମଳା ସୀତାରମଣ

The Sakala Picture
Published On

ନୂଆଦିଲ୍ଲୀ : ଭାରତରେ କଣ ହେବ କ୍ରିପ୍ଟୋକରେନ୍ସିର ଭାଗ୍ୟ। ଏହାକୁ ନେଇ ବହୁ ଚର୍ଚ୍ଚା ଆଲୋଚନା ଜାରି ରହିଛି। ଚଳିତ ୨୦୨୨ ବଜେଟରେ କେନ୍ଦ୍ର ସରକାର ଭାରତରେ କ୍ରିପ୍ଟୋକରେନ୍ସି ଆୟ ଉପରେ ୩୦ ପ୍ରତିଶତ ଟିକସ ଘୋଷଣା କରିବା ପରେ ସମସ୍ତେ ଭାବି ଥିଲେ ଯେ କେନ୍ଦ୍ର ସରକାର ଦେଶରେ କ୍ରିପ୍ଟୋକରେନ୍ସିକୁ ଆଇନଗତ ଭାବେ ସିକୃତି ଦେବେ । କିନ୍ତୁ ଆଜି ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଶୁକ୍ରବାର କେନ୍ଦ୍ର […]

ନୂଆଦିଲ୍ଲୀ : ଭାରତରେ କଣ ହେବ କ୍ରିପ୍ଟୋକରେନ୍ସିର ଭାଗ୍ୟ। ଏହାକୁ ନେଇ ବହୁ ଚର୍ଚ୍ଚା ଆଲୋଚନା ଜାରି ରହିଛି। ଚଳିତ ୨୦୨୨ ବଜେଟରେ କେନ୍ଦ୍ର ସରକାର ଭାରତରେ କ୍ରିପ୍ଟୋକରେନ୍ସି ଆୟ ଉପରେ ୩୦ ପ୍ରତିଶତ ଟିକସ ଘୋଷଣା କରିବା ପରେ ସମସ୍ତେ ଭାବି ଥିଲେ ଯେ କେନ୍ଦ୍ର ସରକାର ଦେଶରେ କ୍ରିପ୍ଟୋକରେନ୍ସିକୁ ଆଇନଗତ ଭାବେ ସିକୃତି ଦେବେ । କିନ୍ତୁ ଆଜି ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ ୨୦୨୨ ବଜେଟ୍ ଉପରେ ଆଲୋଚନା କରିବାବେଳେ କ୍ରିପ୍ଟୋକରେନ୍ସି ଉପରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ କ୍ରିପ୍ଟୋକ୍ୟୁରେନ୍ସି କାରବାରରୁ ଉତ୍ପନ୍ନ ଲାଭ ଉପରେ ଟିକସ ଆଦାୟ କରିବା ସରକାରଙ୍କ ଅଧିକାର। କିନ୍ତୁ ଏହାକୁ ସମ୍ପୁର୍ଣ୍ଣ ସିକୃତି ଦିଆଯାଇନାର୍ହି। ବର୍ତ୍ତମାନ ସରକାର କ୍ରିପ୍ଟୋକରେନ୍ସିକୁ ନେଇ କଣ କରାଯିବ ତାହା ବିଚାର ବିମର୍ଶ କରୁଛନ୍ତି। ନିଷେଧ କରିବା ନିଷ୍ପତ୍ତି ବିଚାର ବିମର୍ଶ ଆଧାରରେ ନିଆଯିବ ବୋଲି ନିର୍ମଳା ସୀତାରମଣ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ସୀତାରମଣ ରାଜ୍ୟସଭାରେ ଉତ୍ତର ଦେଇ କହିଛନ୍ତି ଯେ ବର୍ତ୍ତମାନ ଦେଶରେ କ୍ରିପ୍ଟୋକ୍ୟୁରେନ୍ସିକୁ ଆଇନଗତ ସିକୃତି ଦିଆଯାଉଛି ନା ଏହାକୁ ନିଷେଧ କରାଯାଇଛି। ଏହାକୁ ନିଷେଧ କରିବା ପାଇଁ ଅନ୍ତିମ ନିଷ୍ପତ୍ତି ବିଚର ବିମର୍ଶ କରାଯାଇ ଘୋଷଣା କରାଯିବ।କ୍ରିପ୍ଟୋକରେନ୍ସିରୁ ଲାଭ ଉପରେ ଟିକସ ଦେବା ବିଷୟରେ ସେ କହିଛନ୍ତି ଯେ କ୍ରିପ୍ଟୋକ୍ୟୁରେନ୍ସି କାରବାରରୁ ଉତ୍ପନ୍ନ ଲାଭ ଉପରେ ଟିକସ ଆଦାୟ କରିବା ସରକାରଙ୍କ ଅଧିକାର। ଟ୍ୟାକ୍ସ ଲାଗୁ କରିବା ଅର୍ଥ ନୁହେଁ ଯେ ଏହା ଆଇନଗତ ସିକୃତ ହୋଇଛି। ଏହାକୁ ବୈଧ କରିବା କିମ୍ବା ନକରିବା ଏକ ଭିନ୍ନ ପ୍ରଶ୍ନ । କିନ୍ତୁ ଆମେ ଟିକସ ଲାଗୁ କରିଛୁ କାରଣ ଏହା ସରକାରଙ୍କ ଅଧୀନରେ ଅଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ବାସ୍ତବରେ କ୍ରିପ୍ଟୋକରେନ୍ସି ଉପରେ ଟିକସ ଲାଗୁ ପରେ ଏହାକୁ ସରକାର ଆଇନଗତ ସିକୃତି ବିଷୟରେ ବିରୋଧୀଦଳଙ୍କ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଡ କଥା କହିଛନ୍ତି। ସୂଚନାଯୋଗ୍ୟ ଯେ ଫେବୃଆରୀ ୧ ରେ ସଂସଦରେ ୨୦୨୨ ବଜେଟ୍ ଉପସ୍ଥାପନ କରିବାବେଳେ ସୀତାରାମଣ କ୍ରିପ୍ଟୋକରେନ୍ସିରୁ ଲାଭ ଉପରେ ୩୦ ପ୍ରତିଶତ ଟିକସ ଲାଗୁ କରିବାକୁ ଘୋଷଣା କରିଥିଲେ। ଏହା ସହିତ ଅର୍ଥମନ୍ତ୍ରୀ କହିଥିଲେ ଯେ କେବଳ ଆରବିଆଇ ଦ୍ୱାରା ପ୍ରକାଶିତ ‘ଡିଜିଟାଲ୍ ଟଙ୍କା’ ଦେଶରେ ଏକ ଡିଜିଟାଲ୍ ମୁଦ୍ରା ଭାବେ ମାନ୍ୟତା ପାଇବ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

କ୍ରିପ୍ଟୋକରେନ୍ସି ଭାରତୀୟ ଅର୍ଥନୀତି ପାଇଁ ବିପଦ 

ଗତକାଲି ଆରବିଆଇ ମୁଦ୍ରା ନୀତି ଘୋଷଣା ଅବସରରେ କ୍ରିପ୍ଟୋକରେନ୍ସି ଭାରତୀୟ ଅର୍ଥନୀତି ପାଇଁ ବିପଦ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। କ୍ରିପ୍ଟୋକରେନ୍ସି ଆମର ଅର୍ଥନୀତି ଏବଂ ବ୍ୟାପକ ଆର୍ଥିକ ସ୍ଥିରତା ପାଇଁ ବିପଦ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି ।ଗଣମାଧ୍ୟମ ସହ କଥା ହୋଇ ଶକ୍ତିକାନ୍ତ ଦାସ କରିଛନ୍ତି, ‘କ୍ରିପ୍ଟୋକରେନ୍ସିକୁ ନେଇ ଆରବିଆଇର ଆଭିମୁଖ୍ୟ ସ୍ପଷ୍ଟ ରହିଛି । ଘରୋଇ କ୍ରିପ୍ଟୋକରେନ୍ସି ଆମ ଅର୍ଥନୀତି ଏବଂ ବ୍ୟାପକ ଆର୍ଥିକ ସ୍ଥିରତା ପାଇଁ ଏକ ବଡ଼ ବିପଦ’। ଏହାସହ ସେ କହିଛନ୍ତି, ‘କ୍ରିପ୍ଟୋକରେନ୍ସିରେ ନିବେଶକାରୀ ଧ୍ୟାନ ରଖିବା ଜରୁରୀ ଯେ, ସେମାନେ ନିଜ ବିପଦରେ ନିଜ ଅର୍ଥ ନିବେଶ କରୁଛନ୍ତି । ନିବେଶକଙ୍କୁ ଏହା ଅବଗତ କରାଇବା ଆମର କର୍ତ୍ତବ୍ୟ । ନିବେଶକ ଧ୍ୟାନ ରଖିବା ଜରୁରୀ ଯେ, ଏପରି ସମ୍ପତ୍ତିର କୌଣସି ଆଧାର ନଥାଏ’।

ଏହାଛଡା କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିବା ଡିଜିଟାଲ ମୁଦ୍ରା ଉପର ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ମତ ରଖିଛି । ଆରବିଆଇ ଡେପୁଟୀ ଗଭର୍ଣ୍ଣର ରବି ଶଙ୍କର କହିଛନ୍ତି, ଏହି ଡିଜିଟାଲ ମୁଦ୍ରା ସାମାନ୍ୟ, ଏବଂ ଫିଜିକଲ ଟଙ୍କା ପରି ହେବ।ଏହାସହ ଆରବିଆଇର ଡେପୁଟୀ ଗଭର୍ଣ୍ଣର, ଡିଜିଟାଲ ମୁଦ୍ରା ଏବଂ କ୍ରିପ୍ଟୋକରେନ୍ସିକୁ ନେଇ ଥିବା ଦ୍ୱନ୍ଦ୍ୱ ମଧ୍ୟ ଦୂର କରିଛନ୍ତି । ସେ କହିଛନ୍ତି, ସାଧାରଣ ନୋଟକୁ ଯେପରି ପର୍ସରେ ରଖାଯାଏ, ସେହିପରି ଡିଜିଟାଲ ମୁଦ୍ରାକୁ ମୋବାଇଲ ଫୋନରେ ରଖାଯାଇପାରିବ । ଡିଜିଟାଲ ମୁଦ୍ରା ଏବଂ କ୍ରିପ୍ଟୋକରେନ୍ସି ମଧ୍ୟରେ ଭିନ୍ନତା ଏହା ଯେ ଡିଜିଟାଲ ମୁଦ୍ରା ଆରବିଆଇ ଦ୍ୱାରା ଜାରି କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର