ପେଟ୍ରୋଲ ଦରକୁ ନେଇ ପାକିସ୍ତାନବାସୀଙ୍କ ବଢ଼ିଲା ଦୁର୍ଦ୍ଦଶା
ଇସଲାମାବାଦ: ଘୋର ଆର୍ଥିକ ଦୁର୍ଦ୍ଦିନରେ ଗତି କରୁଥିବା ପାକିସ୍ତାନର ସ୍ଥିତି ବେଳକୁ ବେଳ ଦୟନୀୟ ହେବାରେ ଲାଗିଛି। ବିଶେଷକରି ଏଠାକାର ସାଧାରଣ ଏବଂ ଗରିବ ଲୋକଙ୍କ ସ୍ଥିତି ଅସହ୍ୟ ହେବାରେ ଲାଗିଛି। ଆର୍ଥିକ ସଙ୍କଟ ସହିତ ରାଜନୈତିକ ଅସ୍ଥିରତା ମଧ୍ୟ ପାକିସ୍ତାନବାସୀଙ୍କ ପାଇଁ ଜଟିଳ ସ୍ଥିତି ଉତ୍ପନ୍ନ କରିଛି। ଏଭଳି ସ୍ଥିତିରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାକିସ୍ତାନବାସୀଙ୍କୁ ଘୋର ସଙ୍କଟ ମଧ୍ୟକୁ ଟାଣି ନେଇଛି। ପାକିସ୍ତାନରେ ଏବେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୩୩୦ […]
ଇସଲାମାବାଦ: ଘୋର ଆର୍ଥିକ ଦୁର୍ଦ୍ଦିନରେ ଗତି କରୁଥିବା ପାକିସ୍ତାନର ସ୍ଥିତି ବେଳକୁ ବେଳ ଦୟନୀୟ ହେବାରେ ଲାଗିଛି। ବିଶେଷକରି ଏଠାକାର ସାଧାରଣ ଏବଂ ଗରିବ ଲୋକଙ୍କ ସ୍ଥିତି ଅସହ୍ୟ ହେବାରେ ଲାଗିଛି। ଆର୍ଥିକ ସଙ୍କଟ ସହିତ ରାଜନୈତିକ ଅସ୍ଥିରତା ମଧ୍ୟ ପାକିସ୍ତାନବାସୀଙ୍କ ପାଇଁ ଜଟିଳ ସ୍ଥିତି ଉତ୍ପନ୍ନ କରିଛି। ଏଭଳି ସ୍ଥିତିରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାକିସ୍ତାନବାସୀଙ୍କୁ ଘୋର ସଙ୍କଟ ମଧ୍ୟକୁ ଟାଣି ନେଇଛି। ପାକିସ୍ତାନରେ ଏବେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୩୩୦ ଟଙ୍କାରୁ ଅଧିକ ସ୍ତରରେ ପହଞ୍ଚିଛି। ଶନିବାର ଏଠାକାର କାମଚଳା ସରକାର ପେଟ୍ରୋଲ ମୂଲ୍ୟରେ ୨୬ ଟଙ୍କା ଏବଂ ଡିଜେଲ ମୂଲ୍ୟରେ ୧୭ ଟଙ୍କା ବୃଦ୍ଧି କରିବା ପରେ ଆଗକୁ ସାଧାରଣ ଲୋକ କିଭଳି ଜୀବନ ନିର୍ବାହ କରିବେ ତାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ପ୍ରଥମ ଥର ପାଇଁ ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଏହି ସ୍ତରରେ ପହଞ୍ଚିଛି।
ପାକିସ୍ତାନ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପେଟ୍ରୋଲ ମୂଲ୍ୟରେ ୨୬ ଟଙ୍କା ୦୨ ପଇସା ଏବଂ ହାଇସ୍ପିଡ୍ ଡିଜେଲ ମୂଲ୍ୟରେ ୧୭ ଟଙ୍କା ୩୪ ପଇସା ବୃଦ୍ଧି କରାଯିବା ପରେ ଲିଟର ପିଛା ପେଟ୍ରୋଲ ୩୩୧.୩୮( ପାକିସ୍ତାନୀ) ଟଙ୍କା ଓ ଡିଜେଲ ମୂଲ୍ୟ ୩୨୯.୧୮ଟଙ୍କା ଛୁଇଁଛି।ଏହାକୁ ନେଇ ପରିବହନ ମୂଲ୍ୟ ମଧ୍ୟ ବଢିବ ବୋଲି ଏକ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଘୋଷଣା କରିଛନ୍ତି। ପୂର୍ବାପେକ୍ଷା ଏବେ ସାଧାରଣ ପରିବହନ ମୂଲ୍ୟ ୧୦ ପ୍ରତିଶତ ବୃଦ୍ଧି ପାଇବ ବୋଲି କୁହାଯାଉଛି। ଗୋଟିଏ ପକ୍ଷରେ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ଶୂନ ବେହାକୁ ବସିଥିଲା ବେଳେ ଆମଦାନୀ ଅଭାବରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ ଆକାଶଛୁଆଁ ହୋଇପଡ଼ିଛି। ଏବେ ପରିବହନ ମୂଲ୍ୟରେ ବୃଦ୍ଧି ଘଟିଲେ ସବୁ ଜିନିଷ ମୂଲ୍ୟ ଆହୁରି ଅଧିକ ହେବାର ଆଶଙ୍କା ବଢାଇଛି। ଏହି ସ୍ଥିତିରେ ଜଣେ ସାଧାରଣ ମଣିଷର ଜୀବନ ନିର୍ବାହ ଦୁର୍ବିସହ ହୋଇପଡ଼ିବ ବୋଲି ବିଭିନ୍ନ ମହଲରେ ଚିନ୍ତାବ୍ୟକ୍ତ କରାଯାଇଛି। କେବଳ ସାଧାରଣ ଜିନିଷ ନୁହେଁ, ପେଟ୍ରୋଲ ଏବଂ ଡିଜେଲ ଠାରୁ ଆରମ୍ଭ କରି ଚଢା ଦରରେ ବିଦ୍ୟୁତ ବିଲ୍ ମଧ୍ୟ ଲୋକଙ୍କ ପାଇଁ କାଳ ହୋଇଛି। ଏଭଳି ସ୍ଥିତିରେ ପାକିସ୍ତାନ ବେଶୀ ଦିନ ତିଷ୍ଠିବ ନାହିଁ ଏବଂ ଖୁବଶୀଘ୍ର ଏକ ଦେବାଳିଆ ରାଷ୍ଟ୍ର ଭାବେ ଘୋଷଣା ହେବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି।
ଅଶୋଧିତ ତୈଳ ମୂଲ୍ୟ ୯୪ ଡଲାରକୁ ବୃଦ୍ଧି
ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳଦର ବଢିବାରେ ଲାଗିଛି। ଲଗାତାର ତୃତୀୟ ସପ୍ତାହରେ ମୂଲ୍ୟବୃଦ୍ଧି ଯୋଗୁଁ ଶନିବାର ସୁଦ୍ଧା ବ୍ୟାରେଲ ପିଛା କ୍ରୁଡ୍ ଅଏଲ ମୂଲ୍ୟ ୯୪ ଡଲାରରେ ପହଞ୍ଚିଛି। ଗତ ଜୁନ୍ ମାସରେ ଅଶୋଧିତ ତୈଳ ମୂଲ୍ୟ ୭୦ ଡଲାର ମଧ୍ୟରେ ସୀମିତ ଥିଲା। କିନ୍ତୁ ଏହାମଧ୍ୟରେ ବ୍ୟାରେଲ ପିଛା ପ୍ରାୟ ୨୫ ଡଲାର ବୃଦ୍ଧି ଘଟିଛି। ଭାରତ ନିଜ ଆବଶ୍ୟକତାର ୮୫ ପ୍ରତିଶତ ତୈଳ ବିଦେଶରୁ ଆମଦାନୀ କରୁଥିବାରୁ ଚିନ୍ତା ବଢିଛି। ଚୀନ୍ରେ ଅଚାନକ ଭାବେ ତୈଳ ଚାହିଦା ବୃଦ୍ଧି ସାଙ୍ଗକୁ ରୁଷିଆ ଏବଂ ସାଉଦି ଆରବର ତୈଳ ଉତ୍ପାଦନ ହ୍ରାସ ମୂଲ୍ୟବୃଦ୍ଧିର କାରଣ ବୋଲି କୁହାଯାଉଛି।