ଚାଲିବ ‘ବନ୍ଦେ ଭାରତ ଏକ୍ସପ୍ରେସ’: ପର୍ଯ୍ୟାୟକ୍ରମେ ସେବାରୁ ହଟିବ ରାଜଧାନୀ, ଶତାବ୍ଦୀ ଓ ଦୂରୋନ୍ତୋ

The Sakala Picture
Published On

ନୂଆଦିଲ୍ଲୀ:  ରେଳ ଯାତ୍ରୀଙ୍କ ପାଇଁ ବଡ଼ ଗୁରୁତ୍ବପୂର୍ଣ୍ଣ ଖବର। ଯଦି ଆପଣ ରାଜଧାନୀ, ଶତାବ୍ଦୀ ଏବଂ ଦୁରୋନ୍ତୋ ଭଳି ପ୍ରିମିୟର ଟ୍ରେନରେ ଯାତ୍ରା କରୁଥାନ୍ତି ତେବେ ଏହି ସୂଚନା ଆପଣଙ୍କ ପାଇଁ ବେଶ ଜୁରୁରୀ। କାରଣ ଆଗାମୀ ଦିନରେ ଏହି ତିନି ଟ୍ରେନ୍‌ ରେଳପଥ ପାଇଁ ଇତିହାସ ପାଲଟିଯିବ। ରେଳପଥ ଏହି ତିନୋଟି ପ୍ରିମିୟମ୍ ଟ୍ରେନର ଚଳାଚଳ ବନ୍ଦ କରିବାକୁ ଯୋଜନା କରୁଥିବା ଜଣାଯାଇଛି। ତେବେ ଏହି ତିନି ଟ୍ରେନ ସ୍ଥାନରେ ସରକାର ସେମି ହାଇ ସ୍ପିଡ୍ […]

ନୂଆଦିଲ୍ଲୀ:  ରେଳ ଯାତ୍ରୀଙ୍କ ପାଇଁ ବଡ଼ ଗୁରୁତ୍ବପୂର୍ଣ୍ଣ ଖବର। ଯଦି ଆପଣ ରାଜଧାନୀ, ଶତାବ୍ଦୀ ଏବଂ ଦୁରୋନ୍ତୋ ଭଳି ପ୍ରିମିୟର ଟ୍ରେନରେ ଯାତ୍ରା କରୁଥାନ୍ତି ତେବେ ଏହି ସୂଚନା ଆପଣଙ୍କ ପାଇଁ ବେଶ ଜୁରୁରୀ। କାରଣ ଆଗାମୀ ଦିନରେ ଏହି ତିନି ଟ୍ରେନ୍‌ ରେଳପଥ ପାଇଁ ଇତିହାସ ପାଲଟିଯିବ। ରେଳପଥ ଏହି ତିନୋଟି ପ୍ରିମିୟମ୍ ଟ୍ରେନର ଚଳାଚଳ ବନ୍ଦ କରିବାକୁ ଯୋଜନା କରୁଥିବା ଜଣାଯାଇଛି। ତେବେ ଏହି ତିନି ଟ୍ରେନ ସ୍ଥାନରେ ସରକାର ସେମି ହାଇ ସ୍ପିଡ୍ ଟ୍ରେନ୍ ‘ବନ୍ଦେ ଭାରତ’ ଏକ୍ସପ୍ରେସ ଚଳାଇବେ। ‘ବନ୍ଦେ ଭାରତ’ ଟ୍ରେନର ବେଗ ଘଣ୍ଟା ପ୍ରତି ୧୬୦ରୁ ୨୪୦ କି.ମି. ରହିବ। ଏ ନେଇ ରେଳପକ୍ଷ ପକ୍ଷରୁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ରେଳପଥ ଯୋଜନା ମୁତାବକ, ଆସନ୍ତା ଦୁଇ ବର୍ଷ ମଧ୍ୟରେ ଦିଲ୍ଲୀ-ମୁମ୍ବଇ ଏବଂ ଦିଲ୍ଲୀ-କଲକାତା ମଧ୍ୟରେ ସେମି ହାଇ ସ୍ପିଡ୍ ଟ୍ରେନ୍ ଚଳାଚଳ ଆରମ୍ଭ କରାଯିବ। ଅମୃତ କାଳରେ ଦେଶର ମେଟ୍ରୋ ଏବଂ ବଡ ସହରଗୁଡିକୁ ସଂଯୋଗ କରିବା ପାଇଁ ରେଳପଥ ଏକ ଲକ୍ଷ୍ୟ ସ୍ଥିର କରିଛି। ଏ ସମ୍ପର୍କରେ ରେଳପଥର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏକ ସେମି ହାଇ ସ୍ପିଡ୍ ଟ୍ରେନ୍ ଚଳାଇବା ପାଇଁ ବିଦ୍ୟୁତ୍, ସିଗନାଲ୍ ସିଷ୍ଟମ୍, ଟ୍ରାକ୍ ଏବଂ ରୋଲିଂ ଷ୍ଟକ୍ ସବୁ ପରିବର୍ତ୍ତନ ହେବା ଆବଶ୍ୟକ। ସେମି-ହାଇ ସ୍ପିଡ୍ ଟ୍ରେନ୍ କମ୍ ସମୟ ମଧ୍ୟରେ ଦୀର୍ଘ ଦୂରତ୍ବ ଯାତ୍ରା କରିପାରିବ। ରେଳ ଅଧିକାରୀଙ୍କ ମତରେ ଆଇସିଏଫ୍ ଏବଂ ଏଲ୍ଏଚ୍‌ବି କୋଚ୍ ଏବେ ପୁରୁଣା ଟେକ୍ନୋଲୋଜିରେ ପରିଣତ ହୋଇଛି। ରାଜଧାନୀ, ଶତାବ୍ଦୀ, ଦୁରନ୍ତୋ ଏବଂ ସୁପରଫାଷ୍ଟ ଟ୍ରେନକୁ ‘ବନ୍ଦେ ଭାରତ’ ଏକ୍ସପ୍ରେସ ସହିତ ବଦଳାଇବାକୁ ଯୋଜନା କରାଯାଇଛି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଏକ ସୂତ୍ରରୁ ପ୍ରକାଶ ଯେ, ରେଳପଥ ଆଗାମୀ ଦିନରେ ଦେଶରେ ୫୨୪ ‘ବନ୍ଦେ ଭାରତ’ ଟ୍ରେନ୍‌ର ସେଟ୍ ନିର୍ମାଣ ପାଇଁ କରିବ। ସରକାର ଏଥିପାଇଁ ୪୦ ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗ କରିବାକୁ ଯାଉଛନ୍ତି। ୧୫ ଅଗଷ୍ଟ ୨୦୨୩ ସୁଦ୍ଧା ୭୫ ‘ବନ୍ଦେ ଭାରତ’ ଟ୍ରେନ୍ ଚଳାଇବାକୁ ଏକ ପ୍ରସ୍ତୁତି ଚାଲିଛି। ବର୍ତ୍ତମାନ ଦିଲ୍ଲୀରୁ କାଟ୍ରା ଏବଂ ଦିଲ୍ଲୀରୁ ବନାରସ ମଧ୍ୟରେ ଚାଲୁଥିବା ‘ବନ୍ଦେ ଭାରତ’ ଟ୍ରେନର ଗତି ଘଣ୍ଟା ପ୍ରତି ୧୬୦ କି.ମି. ରହିଛି। ଅପରପକ୍ଷେ ନୂତନ ‘ବନ୍ଦେ ଭାରତ’ ଟ୍ରେନର ବେଗ ୧୮୦ କି.ମି. ରହିବ। ନୂଆ ଭର୍ସନ୍‌ର ‘ବନ୍ଦେ ଭାରତ’ ଟ୍ରେନ୍‌ର ଘଣ୍ଟା ପ୍ରତି ବେଗ ପର୍ଯ୍ୟାୟକ୍ରମେ ୨୦୦,୨୨୦,୨୪୦ ଏବଂ ୨୬୦ କି.ମି.କୁ ବୃଦ୍ଧି କରାଯିବା ଯୋଜନା ରହିଛି। ଜଣେ ରେଳ ଅଧିକାରୀଙ୍କ ମତରେ, ବନ୍ଦେ ଭାରତର ପ୍ରତ୍ୟେକ ନୂତନ ସଂସ୍କରଣ ସହିତ ଏହାର ଗତି, ପ୍ରଯୁକ୍ତିବିଦ୍ୟା ଏବଂ ଯାତ୍ରୀଙ୍କ ସୁବିଧା ବୃଦ୍ଧି ପାଇବ। ଉଭୟ ମାର୍ଗରେ ଟ୍ରାକର ନବୀକରଣ କାର୍ଯ୍ୟ ଶେଷ ହୋଇଛି। ଏହାବ୍ୟତୀତ ମାର୍ଗରେ ଆସୁଥିବା ସେତୁକୁ ମଜବୁତ କରାଯାଉଛି। ଏଥିପାଇଁ ୧୮ ହଜାର କୋଟି ଟଙ୍କା ମଞ୍ଜୁର ହୋଇସାରିଛି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର