ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ହୃଦ୍‌ଘାତ; ନିଜେ ଚାଲିଗଲେ ,ବଞ୍ଚାଇ ଦେଲେ ୨୫ ଯାତ୍ରୀଙ୍କ ଜୀବନ...

Deviprasad Mohanty Picture
Published On

ମାଲକାନଗିରି: ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ହୃଦ୍‌ଘାତ। ନିଜେ ଚାଲିଗଲେ ମଧ୍ୟ ସେ ୨୫ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି। ବିଜୟନଗରମରୁ ମାଲକାନଗିରି ଆସୁଥିବା ଓଡ଼ିଶା ରାଜ୍ୟ ପରିବହନ ବିଭାଗର ବସ୍‌ର ଡ୍ରାଇଭେର ପି.ସାଇକୃଷ୍ଣ କୁନ୍ଦୁଲି ନିକଟରେ ଛାତିରେ ଯନ୍ତ୍ରଣା ହେବାରୁ ସେ ଉପସ୍ଥିତ ବୁଦ୍ଧି ଖଟାଇ ରାସ୍ତା କଡ଼ରେ ବସ୍‌ଟିକୁ ରଖିଦେଇ ଥିଲେ। ଅନ୍ୟ ଜଣେ ଅତିରିକ୍ତ ଡ୍ରାଇଭର କର୍ମଚାରୀ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ସୂଚନା ପାଇବା ପରେ ରୁରନ୍ତ କୋରାପୁଟକୁ ଆସି ପରେ କଣ୍ଡକ୍ଟରଙ୍କ ସହିତ ଅଟୋ ସାହାଯ୍ୟରେ ମେଡ଼ିକାଲ କଲେଜକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡ୍ରାଇଭେରଙ୍କ ମୃତ୍ୟୁ ଘଟିଥିଲା। ଡ୍ରାଇଭେରଙ୍କ ଘର ମାଲକାନଗିରିରେ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: MMDR ଆକ୍ଟ ଓ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ବିଧାନସଭା ଅପରାହ୍ନ ୪ଟା ଯାଏଁ ମୁଲତବୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର