ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗ: ସେପ୍ଟେମ୍ବର ୩୦ରେ 'ଓଡ଼ିଶା ବନ୍ଦ' ଡାକରା ଦେଲା ନବ ନିର୍ମାଣ କୃଷକ ସଂଗଠନ

Madhusudan Das Picture
Published On

ଭୁବନେଶ୍ୱର: ଆସନ୍ତା ୩୦ରେ ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା । ସ୍କୁଲ୍ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ 'ଓଡ଼ିଶା ବନ୍ଦ' ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପାଠ୍ୟପୁସ୍ତକରେ ଥିବା ତ୍ରୁଟି ପ୍ରତିବାଦରେ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସଂଗଠନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ଆହୁରି ପଢ଼ନ୍ତୁ: ଚଳନ୍ତା ବାଇକ୍ ଉପରେ ପଡ଼ିଲା ଗଛ ଡାଳ, ଯୁବକଙ୍କ ପେଟରେ ପଶିଲା ଶୁଖିଲା କାଠ

ଶୁକ୍ରବାର ଦିନ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏହି ବନ୍ଦ ଡାକରା ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପାଠ୍ୟପୁସ୍ତକରେ ଅନେକ ଭୁଲ୍ ରହିଛି। ଏଥିପାଇଁ ସେ ସିଧାସଳଖ ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି।

ଆହୁରି ପଢ଼ନ୍ତୁ: ସଂଶୋଧିତ ଖଣି ଆଇନରେ ରାଜ୍ୟର କ୍ଷତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ନବୀନଙ୍କ ଚିଠି: ବିଧାନସଭାରେ ଆଣନ୍ତୁ ପ୍ରତ୍ୟାହାର ପ୍ରସ୍ତାବ

ଚଳିତ ବର୍ଷ ପ୍ରକାଶିତ ନୂତନ ପାଠ୍ୟପୁସ୍ତକରେ ହଜାର ହଜାର ସଂଖ୍ୟାରେ ତ୍ରୁଟି ସାମ୍ନାକୁ ଆସିବା ପରେ ଏକ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ବିରୋଧୀ ଦଳ, ଶିକ୍ଷାବିତ୍ ଏବଂ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଇଛି। ସରକାରୀ ସ୍ତରରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଗାମୀ ସେପ୍ଟେମ୍ବର ୩୦ ତାରିଖର ବନ୍ଦକୁ ସମର୍ଥନ କରିବା ପାଇଁ ନବ ନିର୍ମାଣ କୃଷକ ସଂଗଠନ ରାଜ୍ୟବାସୀଙ୍କୁ ନିବେଦନ କରିଛି।

ଆହୁରି ପଢ଼ନ୍ତୁ: କଳିଙ୍ଗ ଘାଟିରେ ପୁଣି ଭୂସ୍ଖଳନ: ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରାସ୍ତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର