ସ୍ତ୍ରୀର ଚରିତ୍ରକୁ ନେଇ ହତ୍ୟାକାଣ୍ଡର ରାୟପ୍ରକାଶ: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମନା ଆଦେଶ

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ନୟାକୋଟ ଥାନା ଅନ୍ତର୍ଗତ ରୁଗୁଡିସାହି ଠାରେ ୨୦୨୦ରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହକରି ଘଟି ଯାଇଥିବା ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ବୁଧବାର ଦିନ ରାୟ ପ୍ରକାଶ ପାଇଛି। ଅଭିଯୁକ୍ତକୁ କେନ୍ଦୁଝର ଜିଲ୍ଲା ଦୌରାଜଜ ଆଜୀବନ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କ ଜରିମନା ଆଦେଶ ଦେଇଛନ୍ତି। କୋର୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟା, ନୟାକୋଟ ଥାନା ରୁଗୁଡି ସାହିରେ ଯଦୁମଣି ମହାକୁଡ଼ ଏବଂ ତାଙ୍କ ପତ୍ନୀ ବନିତା ମହାକୁଡ଼ ୩ ସନ୍ତାନକୁ ନେଇ ବସବାସ […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ନୟାକୋଟ ଥାନା ଅନ୍ତର୍ଗତ ରୁଗୁଡିସାହି ଠାରେ ୨୦୨୦ରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହକରି ଘଟି ଯାଇଥିବା ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ବୁଧବାର ଦିନ ରାୟ ପ୍ରକାଶ ପାଇଛି। ଅଭିଯୁକ୍ତକୁ କେନ୍ଦୁଝର ଜିଲ୍ଲା ଦୌରାଜଜ ଆଜୀବନ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କ ଜରିମନା ଆଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

କୋର୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟା, ନୟାକୋଟ ଥାନା ରୁଗୁଡି ସାହିରେ ଯଦୁମଣି ମହାକୁଡ଼ ଏବଂ ତାଙ୍କ ପତ୍ନୀ ବନିତା ମହାକୁଡ଼ ୩ ସନ୍ତାନକୁ ନେଇ ବସବାସ କରୁଥିଲେ । ଯଦୁମଣି ବିଭିନ୍ନ କାରଣରୁ ତାଙ୍କ ସ୍ତ୍ରୀ ବନିତାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ। ଏହିଘଟଣାକୁ ନେଇ ୨୩/୧୦/୨୦୨୩ ରାତ୍ରି ପ୍ରାୟ ୮ରେ କଳହ ଉଗ୍ର ରୂପ ନେଇଥିଲା। ରାଗରେ ଯଦୁମଣି ଘରେ ଥିବା କୁରାଢ଼ିରେ ତାଙ୍କ ସ୍ତ୍ରୀକୁ ହାଣୀ ହତ୍ୟା କରିଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଅଭିଯୋଗ ଅନୁସାରେ ନୟାକୋଟ ଥାନା ପୁଲିସ କେଶ ନମ୍ବର ୬୧/୨୦୨୦ ଦଫା ୩୦୨ ରେ ମାମଲା ରୁଜୁକରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ମମଲାଟି ଜିଲ୍ଲା ଦୌରା ଜଜ କୋର୍ଟର ଏସଟି କେଶ ନମ୍ବର-୬/୨୦୨୧ ଅନୁସାରେ ବିଚାର ଚାଲିଥିଲା। ବୁଧବାର  ଏହାର ଚୂଡାନ୍ତ ବିଚାର କରି ଅଭିଯୁକ୍ତକୁ ଦଣ୍ଡ ଦେଇଛନ୍ତି। ୧୨ ଜଣ ସାକ୍ଷୀ ଏବଂ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତ ଯଦୁମଣି ମହାକୁଡ଼କୁ କେନ୍ଦୁଝର ଜିଲ୍ଲା ଦୌରାଜଜ ଚିତ୍ତରଞ୍ଜନ ମହାପରର ଆଜୀବନ କାରାଦଣ୍ଡ ଓ ୫୦ ଜରିମନା ଅନାଦେୟ ଅଧିକ ୧ ବର୍ଷ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ପ୍ରଦୀପ ଦାଶ ମାମଲା ପରିଚାଳନା କରୁଥିଲେ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର