ସାଉଦିରେ ପାକ୍‌‌ ଭିକାରିଙ୍କ ଉତ୍ପାତ, ତଡ଼ା ଖାଇଲେ ୫୬ ହଜାର...

Deviprasad Mohanty Picture
Published On

ଇସଲାମାବାଦ୍‌‌: ପୂର୍ବରୁ ପାକିସ୍ତାନ ନିଜ ଘରେ ଏବଂ ପାଶ୍ଚାତ୍ୟ ଦେଶଗୁଡିକ ଦ୍ୱାରା ଅପମାନିତ ହେଉଥିଲା। ଏବେ ମଧ୍ୟପ୍ରାଚ୍ୟର ଇସ୍‌‌ଲାମିକ ଦେଶଗୁଡିକ ମଧ୍ୟ ପାକିସ୍ତାନକୁ ଅପମାନିତ କରିବାକୁ ପଛାଉ ନାହାନ୍ତି। ନିକଟରେ ମିଳିଥିବା ସୂଚନା ଅନୁଯାୟୀ ସାଉଦି ଆରବ ୫୬ ହଜାର ପାକିସ୍ତାନୀ ଭିକାରିଙ୍କୁ ଦେଶରୁ ପାକିସ୍ତାନକୁ ବିତାଡିତ କରିଛି। ଏମାନଙ୍କୁ ନେଇ ଉଭୟ ପାକିସ୍ତାନ ଏବଂ ସାଉଦି ଆରବ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏମାନେ ଭିକ୍ଷାବୃତ୍ତି ସହିତ ଅନେକ ଅପରାଧିକ କାର୍ଯ୍ୟରେ ମଧ୍ୟ ଲିପ୍ତ ରହୁଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

ଘରୋଇ ବିମାନରେ ଉଡାଣ ନିଷେଧ ତାଲିକା ଓ ବିଦେଶୀ ସରକାରଙ୍କ କଡ଼ା ଚେତାବନୀ ସତ୍ତ୍ବେ ହଜାର ହଜାର ପାକିସ୍ତାନୀ କେବଳ ଭିକ୍ଷା ମାଗିବାକୁ ବିଦେଶ ଯାତ୍ରା କରୁଛନ୍ତି। ପାକିସ୍ତାନ ଫେଡେରାଲ ତଦନ୍ତ ଏଜେନ୍ସି (ଏଫ୍‌‌ଆଇଏ) ୨୦୨୫ରେ ଭିକ୍ଷାକାରୀ ଦଳକୁ ବିଦେଶ ଯିବାକୁ ରୋକିବା ପାଇଁ ୬୬, ୧୫୪ ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେଇଥିବା ବେଳେ ଏବେ ଏହି ତଥ୍ୟ ସାମ୍ନାକୁ ଆସିଛି। ଗୋଟିଏ ମାସ ତଳେ ସାଉଦି ଆରବ ଭିକ୍ଷାବୃତ୍ତି ଓ ଆପରାଧିକ ଆଚରଣ ପାଇଁ ଅଧିକାଂଶ ପାକିସ୍ତାନ ନାଗରିକଙ୍କୁ ଭିସା ପ୍ରଦାନ କରିବା ପ୍ରକ୍ରିୟାକୁ ବନ୍ଦ କରିଥିଲା। ଭିକ୍ଷାବୃତ୍ତିକୁ ପେସାରେ ପରିଣତ କରିଥିବା ନାଗରିକମାନେ ପାକିସ୍ତାନର ସମ୍ମାନହାନି କରୁଛନ୍ତି। ଏବେ ସାଉଦିରେ ଯେତେ ଭିକାରି ଅଛନ୍ତି ସେମାନଙ୍କ ମଧ୍ୟରୁ ପାକିସ୍ତାନୀ ହେଉଛନ୍ତି ୯୪ ଭାଗ।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

ଉଲ୍ଲେଖଥାଉ କି, ସାଉଦି ଆରବରେ ଇସଲାମ ଧର୍ମର ଦୁଇଟି ସବୁଠାରୁ ପବିତ୍ର ସ୍ଥଳ ମକ୍କା ଓ ମଦିନା ରହିଛି। ଏହି ଦୁଇଟି ସ୍ଥାନରେ ବହୁ ସଂଖ୍ୟାରେ ପାକିସ୍ତାନୀ ଭିକାରିମାନେ ଡେରା ପକାଇଛନ୍ତି। ଗତବର୍ଷ ମଧ୍ୟ ସାଉଦି ଆରବ ପାକିସ୍ତାନକୁ କହିଥିଲା ଯେ, ଭିକାରିମାନଙ୍କୁ ଉମରା ଭିସା ପ୍ରଦାନ କରାଯାଉଛି। ସେମାନେ ଏହାର ଦୁରୁପଯୋଗ କରି ମକ୍କା ଓ ମଦିନା ଭଳି ପବିତ୍ର ସହରରେ ଭିକ୍ଷା ମାଗୁଛନ୍ତି। ତେଣୁ ଏହି ପ୍ରକ୍ରିୟାକୁ ରୋକିବାପାଇଁ ପାକିସ୍ତାନ ପଦକ୍ଷେପ ଗ୍ରହଣ କରୁ ବୋଲି ସାଉଦି ଆରବ ଚେତାବନୀ ଦେଇ କହିଥିଲା। କେବଳ ସେତିକି ନୁହେଁ, ପାକିସ୍ତାନ ଭିକାରିମାନେ ବିଦେଶୀ ତୀର୍ଥଯାତ୍ରୀଙ୍କୁ ସମସ୍ୟାରେ ମଧ୍ୟ ପକାଉଥିବା ଅଭିଯୋଗ ହେଉଛି। ୨୦୨୪ରେ ଗିରଫ ହୋଇଥିବା ମୋଟ ଭିକାରିଙ୍କ ମଧ୍ୟରେ ୯୦ ପ୍ରତିଶତ ପାକିସ୍ତାନ ନାଗରିକ ଥିଲେ ବୋଲି ଜଣାପଡ଼ିଥିଲା।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

19 Dec 2025 By Deviprasad Mohanty

ସାଉଦିରେ ପାକ୍‌‌ ଭିକାରିଙ୍କ ଉତ୍ପାତ, ତଡ଼ା ଖାଇଲେ ୫୬ ହଜାର...

ଇସଲାମାବାଦ୍‌‌: ପୂର୍ବରୁ ପାକିସ୍ତାନ ନିଜ ଘରେ ଏବଂ ପାଶ୍ଚାତ୍ୟ ଦେଶଗୁଡିକ ଦ୍ୱାରା ଅପମାନିତ ହେଉଥିଲା। ଏବେ ମଧ୍ୟପ୍ରାଚ୍ୟର ଇସ୍‌‌ଲାମିକ ଦେଶଗୁଡିକ ମଧ୍ୟ ପାକିସ୍ତାନକୁ ଅପମାନିତ କରିବାକୁ ପଛାଉ ନାହାନ୍ତି। ନିକଟରେ ମିଳିଥିବା ସୂଚନା ଅନୁଯାୟୀ ସାଉଦି ଆରବ ୫୬ ହଜାର ପାକିସ୍ତାନୀ ଭିକାରିଙ୍କୁ ଦେଶରୁ ପାକିସ୍ତାନକୁ ବିତାଡିତ କରିଛି। ଏମାନଙ୍କୁ ନେଇ ଉଭୟ ପାକିସ୍ତାନ ଏବଂ ସାଉଦି ଆରବ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏମାନେ ଭିକ୍ଷାବୃତ୍ତି ସହିତ ଅନେକ ଅପରାଧିକ କାର୍ଯ୍ୟରେ ମଧ୍ୟ ଲିପ୍ତ ରହୁଛନ୍ତି।

ଘରୋଇ ବିମାନରେ ଉଡାଣ ନିଷେଧ ତାଲିକା ଓ ବିଦେଶୀ ସରକାରଙ୍କ କଡ଼ା ଚେତାବନୀ ସତ୍ତ୍ବେ ହଜାର ହଜାର ପାକିସ୍ତାନୀ କେବଳ ଭିକ୍ଷା ମାଗିବାକୁ ବିଦେଶ ଯାତ୍ରା କରୁଛନ୍ତି। ପାକିସ୍ତାନ ଫେଡେରାଲ ତଦନ୍ତ ଏଜେନ୍ସି (ଏଫ୍‌‌ଆଇଏ) ୨୦୨୫ରେ ଭିକ୍ଷାକାରୀ ଦଳକୁ ବିଦେଶ ଯିବାକୁ ରୋକିବା ପାଇଁ ୬୬, ୧୫୪ ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେଇଥିବା ବେଳେ ଏବେ ଏହି ତଥ୍ୟ ସାମ୍ନାକୁ ଆସିଛି। ଗୋଟିଏ ମାସ ତଳେ ସାଉଦି ଆରବ ଭିକ୍ଷାବୃତ୍ତି ଓ ଆପରାଧିକ ଆଚରଣ ପାଇଁ ଅଧିକାଂଶ ପାକିସ୍ତାନ ନାଗରିକଙ୍କୁ ଭିସା ପ୍ରଦାନ କରିବା ପ୍ରକ୍ରିୟାକୁ ବନ୍ଦ କରିଥିଲା। ଭିକ୍ଷାବୃତ୍ତିକୁ ପେସାରେ ପରିଣତ କରିଥିବା ନାଗରିକମାନେ ପାକିସ୍ତାନର ସମ୍ମାନହାନି କରୁଛନ୍ତି। ଏବେ ସାଉଦିରେ ଯେତେ ଭିକାରି ଅଛନ୍ତି ସେମାନଙ୍କ ମଧ୍ୟରୁ ପାକିସ୍ତାନୀ ହେଉଛନ୍ତି ୯୪ ଭାଗ।

ଉଲ୍ଲେଖଥାଉ କି, ସାଉଦି ଆରବରେ ଇସଲାମ ଧର୍ମର ଦୁଇଟି ସବୁଠାରୁ ପବିତ୍ର ସ୍ଥଳ ମକ୍କା ଓ ମଦିନା ରହିଛି। ଏହି ଦୁଇଟି ସ୍ଥାନରେ ବହୁ ସଂଖ୍ୟାରେ ପାକିସ୍ତାନୀ ଭିକାରିମାନେ ଡେରା ପକାଇଛନ୍ତି। ଗତବର୍ଷ ମଧ୍ୟ ସାଉଦି ଆରବ ପାକିସ୍ତାନକୁ କହିଥିଲା ଯେ, ଭିକାରିମାନଙ୍କୁ ଉମରା ଭିସା ପ୍ରଦାନ କରାଯାଉଛି। ସେମାନେ ଏହାର ଦୁରୁପଯୋଗ କରି ମକ୍କା ଓ ମଦିନା ଭଳି ପବିତ୍ର ସହରରେ ଭିକ୍ଷା ମାଗୁଛନ୍ତି। ତେଣୁ ଏହି ପ୍ରକ୍ରିୟାକୁ ରୋକିବାପାଇଁ ପାକିସ୍ତାନ ପଦକ୍ଷେପ ଗ୍ରହଣ କରୁ ବୋଲି ସାଉଦି ଆରବ ଚେତାବନୀ ଦେଇ କହିଥିଲା। କେବଳ ସେତିକି ନୁହେଁ, ପାକିସ୍ତାନ ଭିକାରିମାନେ ବିଦେଶୀ ତୀର୍ଥଯାତ୍ରୀଙ୍କୁ ସମସ୍ୟାରେ ମଧ୍ୟ ପକାଉଥିବା ଅଭିଯୋଗ ହେଉଛି। ୨୦୨୪ରେ ଗିରଫ ହୋଇଥିବା ମୋଟ ଭିକାରିଙ୍କ ମଧ୍ୟରେ ୯୦ ପ୍ରତିଶତ ପାକିସ୍ତାନ ନାଗରିକ ଥିଲେ ବୋଲି ଜଣାପଡ଼ିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର