ପାକିସ୍ତାନ କ୍ରିକେଟ୍ କୁ ଲଜ୍ଜା: ସୁରକ୍ଷା କାରଣରୁ ସିରିଜରୁ ଓହରିଲା ନ୍ୟୁଜିଲ୍ୟାଣ୍ଡ ଦଳ

The Sakala Picture
Published On

କରାଚି: ସୁରକ୍ଷା କାରଣରୁ ନ୍ୟୁଜିଲ୍ୟାଣ୍ଡ ଟିମ୍ ପାକିସ୍ତାନ ସହିତ ଥିବା ସିରିଜରୁ ଓହରି ଯାଇଛି । ଆଜିଠାରୁ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବାର ଥିଲା। ଟସ୍‌ର ମାତ୍ର କିଛି ମିନିଟ୍‌ ପୂର୍ବରୁ ହିଁ ପାକିସ୍ତାନରେ ଖେଳାଳିଙ୍କ ଜୀବନ ପ୍ରତି ବିପଦ ଥିବା ଖବର ମିଳିଥିଲା। ଫଳରେ ମ୍ୟାଚ୍‌ ଆରମ୍ଭ ହେବାର ୨୦ ମିନିଟ୍‌ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଟିମ ଖେଳିବା ପାଇଁ ମନାକରିଦେଇଛି। ମ୍ୟାଚ୍ ରଦ୍ଦ ହେବା […]

କରାଚି: ସୁରକ୍ଷା କାରଣରୁ ନ୍ୟୁଜିଲ୍ୟାଣ୍ଡ ଟିମ୍ ପାକିସ୍ତାନ ସହିତ ଥିବା ସିରିଜରୁ ଓହରି ଯାଇଛି । ଆଜିଠାରୁ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବାର ଥିଲା। ଟସ୍‌ର ମାତ୍ର କିଛି ମିନିଟ୍‌ ପୂର୍ବରୁ ହିଁ ପାକିସ୍ତାନରେ ଖେଳାଳିଙ୍କ ଜୀବନ ପ୍ରତି ବିପଦ ଥିବା ଖବର ମିଳିଥିଲା। ଫଳରେ ମ୍ୟାଚ୍‌ ଆରମ୍ଭ ହେବାର ୨୦ ମିନିଟ୍‌ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଟିମ ଖେଳିବା ପାଇଁ ମନାକରିଦେଇଛି। ମ୍ୟାଚ୍ ରଦ୍ଦ ହେବା ପରେ ପାକିସ୍ତାନ କ୍ରିକେଟ୍ ଏବେ ବିଶ୍ୱ ଦରବାରରେ ନିନ୍ଦିତ ହୋଇଛି ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ପାକିସ୍ତାନ କ୍ରିକେଟ୍ ବୋର୍ଡ କହିଛି ଯେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ସିରିଜ୍ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ଏହା ପରେ ଖେଳାଯିବ । ୧୮ ବର୍ଷ ପରେ ନ୍ୟୁଜିଲାଣ୍ଡ ଟିମ୍‌ ଦ୍ବିପାକ୍ଷିକ ସିରିଜ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିଥିଲା। ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ଟି ଦିିନିକିଆ ଓ ୫ଟି ଟି-୨୦ ମ୍ୟାଚ୍‌ ଖେଳାଯିବାର ଥିଲା।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ (ଏନଜେଡସି) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ ହ୍ବାଇଟ୍ କହିଛନ୍ତି ଯେ ନ୍ୟୁଜିଲ୍ୟାଣ୍ଡ ସରକାରଙ୍କ ପରାମର୍ଶକୁ ଦୃଷ୍ଟିରେ ରଖି ଏହି ଗସ୍ତ ଜାରି ରଖିବା ସମ୍ଭବ ନୁହେଁ। ସେ କହିଛନ୍ତି, “ମୁଁ ବୁଝୁଛି ଏହା ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଇଁ ଏକ ଝଟକା ହେବ। କିନ୍ତୁ ଖେଳାଳିଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଏକମାତ୍ର ଦାୟିତ୍ୱବୋଧ ବିକଳ୍ପ ଆମେ ମନେ କରୁଛୁ।”

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ଟି-୨୦ ଓ ଏସିଆନ୍ ଗେମ୍ସରୁ ବାଦ୍ ପଡ଼ିଲେ ହର୍ଷିତ ରାଣା, ଯଶପ୍ରୀତ ବୁମରା ଫିଟ୍ ଘୋଷିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର