ମେସି ଖେଳିବେ ୨୦୨୬ ବିଶ୍ୱକପ୍‌

The Sakala Picture
Published On

ବୁଏନ୍ସ ଆଇରିସ୍‌: ୨୦୨୬ରେ ଆମେରିକା, ମେକ୍ସିକୋ ଓ କାନାଡାରେ ଆୟୋଜନ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ରେ ଅଂଶ ଗ୍ରହଣ କରିବା ନେଇ ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ମୁହଁ ଖୋଲିଛନ୍ତି। ଏହି ବିଶ୍ୱକପ୍‌ ଖେଳିବା ନେଇ ଚିନ୍ତା କରୁନାହିଁ ବୋଲି କହିଲେ ମୁଁ ମିଛ କହିବି ବୋଲି ମେସି କହିଛନ୍ତି। ଅର୍ଥାତ ପରୋକ୍ଷରେ ସେ ଆଗାମୀ ବିଶ୍ୱକପ୍‌ ଖେଳିବାକୁ ଇଚ୍ଛା ଜାହିର କରିଛନ୍ତି। ଆଗାମୀ ଫିଫା ବିଶ୍ୱକପ୍‌ ଆରମ୍ଭ ହେବାକୁ ଆହୁରି ୧୪ ମାସ ବାକି ରହିଛି। ମେସି ଆର୍ଜେଣ୍ଟିନା […]

ବୁଏନ୍ସ ଆଇରିସ୍‌: ୨୦୨୬ରେ ଆମେରିକା, ମେକ୍ସିକୋ ଓ କାନାଡାରେ ଆୟୋଜନ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ରେ ଅଂଶ ଗ୍ରହଣ କରିବା ନେଇ ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ମୁହଁ ଖୋଲିଛନ୍ତି। ଏହି ବିଶ୍ୱକପ୍‌ ଖେଳିବା ନେଇ ଚିନ୍ତା କରୁନାହିଁ ବୋଲି କହିଲେ ମୁଁ ମିଛ କହିବି ବୋଲି ମେସି କହିଛନ୍ତି। ଅର୍ଥାତ ପରୋକ୍ଷରେ ସେ ଆଗାମୀ ବିଶ୍ୱକପ୍‌ ଖେଳିବାକୁ ଇଚ୍ଛା ଜାହିର କରିଛନ୍ତି। ଆଗାମୀ ଫିଫା ବିଶ୍ୱକପ୍‌ ଆରମ୍ଭ ହେବାକୁ ଆହୁରି ୧୪ ମାସ ବାକି ରହିଛି। ମେସି ଆର୍ଜେଣ୍ଟିନା ତରଫରୁ ଏହି ବିଶ୍ୱକପ୍‌ ଖେଳିବା ନେଇ ଚର୍ଚ୍ଚା ଦୀର୍ଘଦିନରୁ ଚାଲି ଆସୁଛି। ୩୭ ବର୍ଷୀୟ ମେସି ଏପର୍ଯ୍ୟନ୍ତ ମୋଟ୍‌ ଉପରେ ୧୦୯୩ ମ୍ୟାଚ୍‌ ଖେଳିଛନ୍ତି। ସେ ଆର୍ଜେଣ୍ଟିନା ତରଫରୁ ୧୯୧ଟି ମ୍ୟାଚ୍‌ ଖେଳିସାରିଛନ୍ତି।

ଆହୁରି ପଢ଼ନ୍ତୁ: ଫୁଟବଲରୁ ଲିଓନେଲ୍ ମେସିଙ୍କ ଅବସର ଘୋଷଣା: ୨୦ ବର୍ଷର ଐତିହାସିକ କ୍ୟାରିୟରରେ ପଡିଲା ପୂର୍ଣ୍ଣଚ୍ଛେଦ

ଫିଟ୍‌ନେସ୍‌ ଉପରେ ସବୁ କିଛି ନିର୍ଭର କରୁଛି

ଆହୁରି ପଢ଼ନ୍ତୁ: ଭାରତରେ 'ଖୋ ଖୋ' ର ପ୍ରଗତିକୁ ସୁଦୃଢ଼ କରୁଛି ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜୁନିଅର ଖୋ ଖୋ ଚାମ୍ପିଅନସିପ ୨୦୨୬

କିନ୍ତୁ ଆଗାମୀ ବିଶ୍ୱକପ୍‌ ଖେଳିବା ତାଙ୍କ ଫିଟ୍‌ନେସ ଉପରେ ନିର୍ଭର କରୁଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ବର୍ଷ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏବେ ସେ ଇଣ୍ଟର ମିଆମି ତରଫରୁ ପ୍ରତିନିଧିତ୍ୱ କରୁଛନ୍ତି ଓ ଆଶାନୁରୂପ ପ୍ରଦର୍ଶନ କରିଛନ୍ତି। ଦେଢ଼ ବର୍ଷ ହେବ ସେ ବାରମ୍ବାର ଆଘାତ ସମସ୍ୟା ଦେଇ ଗତି କରୁଛନ୍ତି। ଚଳିତ ବର୍ଷ ମେସି ମୋଟ୍‌ ଉପରେ ୭ଟି ମ୍ୟାଚ୍‌ ଖେଳି ୩ଟି ଗୋଲ ଦେବା ସହ ୨ଟି ଆସିଷ୍ଟ କରିଛନ୍ତି। ମେସିଙ୍କ ପ୍ରଦର୍ଶନ ବଳରେ ମିଆମି ୨୦୨୪ରେ ସପୋଟର୍ସ ସିଲ୍ଡ ହାସଲ କରିଥିଲା। କିନ୍ତୁ ଗତ ସେସନରେ ମିଆମି କୌରସି ଟ୍ରଫି ହାସଲ କରିବାରେ ସମର୍ଥ ହୋଇନାହିଁ। ତେଣୁ ବିଶ୍ୱକପ୍‌ ଖେଳିବା ନେଇ ଏବେଠାରୁ କିଛି କହିବା କଷ୍ଟକର। ତେଣୁ ସବୁ କିଛି ଫିଟ୍‌ନେସ୍‌ ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି। ମେସି ୨୦୨୪ ଅକ୍ଟେବାରରେ ଶେଷଥର ପାଇଁ ଆର୍ଜେଣ୍ଟିନା ତରଫରୁ ଗୋଲ ସ୍କୋର କରିଥିଲେ। ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ବିପକ୍ଷ ମ୍ୟାଚ୍‌ରେ ସେ ବଲିଭିଆ ବିପକ୍ଷରେ ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ। ଆଘାତ ସମସ୍ୟା ପାଇଁ ସେ ଗତ ୫ ମାସ ହେବ ଆର୍ଜେଣ୍ଟିନା ତରଫରୁ କୌଣସି ମ୍ୟାଚ୍‌ ଖେଳିନାହାନ୍ତି। ଆଉ ଦୁଇମାସ ପରେ ତାଙ୍କୁ ୩୮ ବର୍ଷ ହେବ ଓ ବିଶ୍ୱକପ୍‌ ବେଳକୁ ୩୯ ବର୍ଷରେ ପଦାର୍ପଣ କରିବେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଖେଳିଛନ୍ତି ୫ଟି ବିଶ୍ୱକପ୍‌

ମେସି ମାତ୍ର ୧୮ ବର୍ଷରେ ୨୦୦୬ରେ ବିଶ୍ୱକପ୍‌ ପଦାର୍ପଣ କରିଥିଲେ। ଏହାପରେ କ୍ରମାଗତ ୪ଟି ବିଶ୍ୱକପ୍‌ ଯଥା ୨୦୧୦, ୨୦୧୪, ୨୦୧୮ ଓ ୨୦୨୨ ବିଶ୍ୱକପ୍‌ରେ ଅଂଶଗ୍ରହଣ କରି ମୋଟ୍‌ ଉପରେ ୫ଟି ବିଶ୍ୱକପ୍‌ ଖେଳିଛନ୍ତି। ତେବେ ସେ ମାତ୍ର ବିଶ୍ୱକପ୍‌ ଟାଇଟଲ ହାସଲ କରିଛନ୍ତି। ୨୦୨୬ ବିଶ୍ୱକପ ଖେଳି ସେ ସେ ୬ଟି ବିଶ୍ୱକପ୍‌ ଖେଳିବେ। କତାରରେ ଅନୁଷ୍ଠିତ ୨୦୨୨ ବିଶ୍ୱକପ୍‌ରେ ଆର୍ଜେଣ୍ଟିନାକୁ ସେ ଚାମ୍ପିଅନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ବିଶ୍ୱକପ୍‌ ଯୋଗ୍ୟତା ଅର୍ଜନ କରି ସାରିଛି ଆର୍ଜେଣ୍ଟିନା 

ଡିଫେଣ୍ଡିଂ ଚାମ୍ପିଅନ ଆର୍ଜେଣ୍ଟିନା ୨୦୨୬ ଫିଫା ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି। ଦକ୍ଷିଣ ଆମେରିକା ଫୁଟବଲ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ଆର୍ଜେଣ୍ଟିନା ୧୪ଟି ମ୍ୟାଚ୍‌ ଖେଳି ୧୦ ବିଜୟ, ୧ ଡ୍ର ଓ ୩ ପରାଜୟ ସହ ମୋଟ୍‌ ୩୧ ପଏଣ୍ଟ ହାସଲ କରି ଅଙ୍କ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଏଥିସହ ଆର୍ଜେଣ୍ଟିନା ତାଲିକାର ଶ୍ରେଷ୍ଠ ୬ଟି ସ୍ଥାନରେ ରହିବା ନିଶ୍ଚିତ କରି ବିଶ୍ୱକପ୍‌ ଖେଳିବାକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର