IPL 2026 Auction: ଭାଙ୍ଗିଲେ ଆଇପିଏଲ୍ ଇତିହାସର ସବୁ ରେକର୍ଡ, କାମେରନ୍ ଗ୍ରୀନଙ୍କୁ ୨୫.୨୦ କୋଟି ଦେଇ କିଣିଲା KKR

ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କୁ ୭ କୋଟି ଟଙ୍କାରେ କିଣିଲା RCB, ରବି ବିଷ୍ଣୋଇଙ୍କୁ ୭.୨୦ କୋଟି ଟଙ୍କାରେ ଦଳରେ ସାମିଲ କଲା ରାଜସ୍ଥାନ ରୟାଲ୍ସ , ଶ୍ରୀଲଙ୍କାର ଦ୍ରୁତ ବୋଲର ପାଥିରାନାଙ୍କୁ ୧୮ କୋଟି ଟଙ୍କାରେ କିଣିଲା KKR

Deviprasad Mohanty Picture
Published On

ନୂୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ ନିଲାମରେ ଅଷ୍ଟ୍ରେଲିଆ ଅଲରାଉଣ୍ଡର କାମେରନ୍ ଗ୍ରୀନ୍ ନୂଆ ଇତିହାସ ରଚିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ଏହି ନିଲାମ ପ୍ରକ୍ରିୟାରେ କୋଲକାତା ନାଇଟ୍ ରାଇଡର୍ସ (KKR) ତାଙ୍କୁ ଏକ ବିପୁଳ ମୂଲ୍ୟ ଦେଇ ଦଳରେ ସାମିଲ କରିଛି। କେକେଆର୍ ଗ୍ରୀନ୍‍ଙ୍କ ପାଇଁ ୨୫.୨୦ କୋଟି ଟଙ୍କାର ବୋଲି ଲଗାଇଛି, ଯାହା ଫଳରେ ସେ ଆଇପିଏଲ୍ ଇତିହାସର ସବୁଠାରୁ ଦାମୀ ବିଦେଶୀ ଖେଳାଳି ହୋଇପାରିଛନ୍ତି। ପୂର୍ବରୁ ଆଇପିଏଲ୍ ୨୦୨୪ ନିଲାମରେ କେକେଆର୍ ମିଚେଲ୍ ଷ୍ଟାର୍କଙ୍କୁ ୨୪.୭୫ କୋଟି ଟଙ୍କାରେ କିଣି ରେକର୍ଡ କରିଥିଲା, ଯାହାକୁ ଆଜି ଗ୍ରୀନ୍ ଭାଙ୍ଗି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

କାମେରନ୍ ଗ୍ରୀନ୍ ହେଉଛନ୍ତି ତୃତୀୟ ଅଷ୍ଟ୍ରେଲିଆ ଖେଳାଳି ଯିଏକି ନିଲାମରେ ୨୦ କୋଟିରୁ ଅଧିକ ମୂଲ୍ୟ ପାଇଛନ୍ତି। ତାଙ୍କ ପୂର୍ବରୁ ଷ୍ଟାର୍କ ଏବଂ ପ୍ୟାଟ୍ କମିନ୍ସ (୨୦.୫ କୋଟି) ୨୦୨୪ରେ ଏହି କ୍ଲବରେ ସାମିଲ ହୋଇଥିଲେ। ତେବେ ନିୟମ ଅନୁଯାୟୀ, ଗ୍ରୀନ୍ ସର୍ବାଧିକ ୧୮ କୋଟି ଟଙ୍କା ଦରମା ଭାବେ ପାଇବେ ଏବଂ ବାକି ୭.୨୦ କୋଟି ଟଙ୍କା ବିସିସିଆଇ (BCCI) ପାଣ୍ଠିକୁ ଯିବ। ଗତ ଦୁଇ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଆରସିବି ପାଇଁ ଖେଳି ଗ୍ରୀନ୍ ୧୫୩.୬୯ ଷ୍ଟ୍ରାଇକ୍ ରେଟରେ ୭୦୭ ରନ୍ ସଂଗ୍ରହ କରିଛନ୍ତି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଅନ୍ୟପକ୍ଷରେ, ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କ ପାଇଁ କେକେଆର୍ ଏବଂ ଆରସିବି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଶେଷରେ ଡିଫେଣ୍ଡିଂ ଚାମ୍ପିଅନ୍ ଆରସିବି ତାଙ୍କୁ ୭ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି। ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ସେ ୨୩.୭୫ କୋଟି ଟଙ୍କାରେ ବିକ୍ରି ହୋଇଥିଲେ, କିନ୍ତୁ ଏଥର ତାଙ୍କ ମୂଲ୍ୟରେ ବଡ଼ ହ୍ରାସ ଘଟିଛି। ଏବେ ସେ ତାଙ୍କ ମଧ୍ୟପ୍ରଦେଶ ଅଧିନାୟକ ରଜତ ପାଟିଦାରଙ୍କ ନେତୃତ୍ୱରେ ଖେଳିବେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ଶ୍ରୀଲଙ୍କା ଦ୍ରୁତ ବୋଲର ମାଥିଶା ପାଥିରାନାଙ୍କ ପାଇଁ ମଧ୍ୟ ଜୋରଦାର ନିଲାମ ଡାକରା ହୋଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ଲଢ଼େଇ ପରେ କେକେଆର୍ ତାଙ୍କୁ ୧୮ କୋଟି ଟଙ୍କାରେ କିଣି ନେଇଛି। ସେହିପରି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଏନରିକ୍ ନର୍ଟଜେଙ୍କୁ ତାଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କାରେ କିଣିଛି। ରାଜସ୍ଥାନ ରୟାଲ୍ସ ଚେନ୍ନାଇ ଓ ହାଇଦ୍ରାବାଦକୁ ପଛରେ ପକାଇ ସ୍ପିନର ରବି ବିଷ୍ଣୋଇଙ୍କୁ ୭.୨୦ କୋଟି ଟଙ୍କାରେ ଦଳରେ ସାମିଲ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର