ଶ୍ରେୟସଙ୍କ ବିସ୍ଫୋରଣରେ ମୁମ୍ବାଇ ବିଦା : କାଲି ପଞ୍ଜାବ-ବେଙ୍ଗାଲୁରୁ ଫାଇନାଲ
ଅହମ୍ମଦାବାଦ୍ : ‘ଆମେ ଲଢେ଼ଇ ହାରିଛୁ, ଯୁଦ୍ଧ ନୁହେଁ।’ ଆଇପିଏଲ୍-୧୮ର ପ୍ରଥମ କ୍ୱାଲିଫାୟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁଠାରୁ ହାରିବା ପରେ କହିଥିଲେ ପଞ୍ଜାବ କିଙ୍ଗସ ଅଧିନାୟକ ଶ୍ରେୟସ ଆୟର। ଆଉ ଗତକାଲି ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟରରେ ୫ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ପରାସ୍ତ କରି ପଞ୍ଜାବ କିଙ୍ଗ୍ସକୁ ଫାଇନାଲରେ ପ୍ରବେଶ କରାଇବା ପରେ ଆୟର ଏହା ପ୍ରମାଣିତ କରିଛନ୍ତି। ଏହି ବିଜୟ ଫଳରେ ଦୀର୍ଘ ୧୧ ବର୍ଷ ପରେ ପଞ୍ଜାବ ଫାଇନାଲରେ ପ୍ରବେଶ କରିଛି ଓ […]
ଅହମ୍ମଦାବାଦ୍ : ‘ଆମେ ଲଢେ଼ଇ ହାରିଛୁ, ଯୁଦ୍ଧ ନୁହେଁ।’ ଆଇପିଏଲ୍-୧୮ର ପ୍ରଥମ କ୍ୱାଲିଫାୟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁଠାରୁ ହାରିବା ପରେ କହିଥିଲେ ପଞ୍ଜାବ କିଙ୍ଗସ ଅଧିନାୟକ ଶ୍ରେୟସ ଆୟର। ଆଉ ଗତକାଲି ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟରରେ ୫ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ପରାସ୍ତ କରି ପଞ୍ଜାବ କିଙ୍ଗ୍ସକୁ ଫାଇନାଲରେ ପ୍ରବେଶ କରାଇବା ପରେ ଆୟର ଏହା ପ୍ରମାଣିତ କରିଛନ୍ତି। ଏହି ବିଜୟ ଫଳରେ ଦୀର୍ଘ ୧୧ ବର୍ଷ ପରେ ପଞ୍ଜାବ ଫାଇନାଲରେ ପ୍ରବେଶ କରିଛି ଓ ଏଠାରେ ଜୁନ୍ ୩ ତାରିଖ ଦିନ ହେବାକୁ ଥିବା ଟାଇଟଲ ମୁକାବିଲାରେ ବେଙ୍ଗାଲୁରୁକୁ ଭେଟିବ।
ମୋଟେରା ଷ୍ଟାଡିୟମ୍ରେ ରବିବାର ଖେଳାଯାଇଥିବା ମ୍ୟାଚ୍ ବର୍ଷା ଯୋଗୁଁ ୨ ଘଣ୍ଟା ୧୫ ମିନିଟ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ଏଥିରେ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ପ୍ରତିଦ୍ୱନ୍ଦ୍ୱୀ ପଞ୍ଜାବ ଆଗରେ ୨୦୪ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହି ଲକ୍ଷ୍ୟକୁ ପିଛା କରି ପଞ୍ଜାବ ଅଧିନାୟକ ଶ୍ରେୟସ ଆୟର ଦମ୍ଦାର ବ୍ୟାଟିଂ ବଳରେ ଗୋଟିଏ ଓଭର ଖେଳ ବାକିଥାଇ ଏହି ମ୍ୟାଚ୍କୁ ଜିତିନେଇଥିଲା। ଛକା ମାରି ଦଳକୁ ଜିତାଇଥିବା ଆୟର ୪୧ ବଲ୍ରେ ୫ ଚୌକା ଓ ୮ ଛକା ସହ ୮୭ ରନ୍ କରି ଶେଷଯାଏ ଅପରାଜିତ ରହିଥିଲେ। ଜୋଶ ଇଂଲିଶ ୩୮ ଓ ଯୁବ ଖେଳାଳି ନେହାଲ ୱାଧେରା ୨୯ ବଲ୍ରୁ ୪୮ ରନ୍ କରି ଉପଯୋଗୀ ସହାୟତା ଦେଇଥିଲେ। ମୁମ୍ବାଇ ପକ୍ଷରୁ ଅଶ୍ୱିନ କୁମାର ୨ଟି ୱିକେଟ ନେଇଥିଲେ ମଧ୍ୟ ୧୯ତମ ଓଭରରେ ୨୬ ରନ୍ ସହ ୪ ଓଭରରେ ୫୫ ରନ୍ ଦେଇଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୦୩ ରନ୍ କରିଥିଲା। ଦଳ ପକ୍ଷରୁ ଉଭୟ ସୂର୍ଯ୍ୟକୁମାର ଓ ତିଲକ ୪୪ ରନ୍ ଲେଖାଏଁ କରିଥିଲେ। ପୂର୍ବରୁ ମାତ୍ର ୮ ରନ୍ କରି ରୋହିତ ଶର୍ମା ଆଉଟ ହେବା ପରେ ଜନ୍ନି ବେୟାରଷ୍ଟୋ ୨୪ ବଲ୍ରେ ୩୮ ରନ୍ କରି ଭଲ ଆରମ୍ଭ କରିଥିଲେ। ଶେଷଭାଗରେ ନମନ ଧୀରଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ମୁମ୍ବାଇ ଦୁଇ ଶହ ରନ୍ ଅତିକ୍ରମ କରିବାରେ ସମର୍ଥ ହୋଇଥିଲା। ନମନ ୧୮ ବଲ୍ରେ ୭ଟି ଚୌକା ସହ ୩୭ ରନ୍ କରି ଶେଷ ଓଭରରେ ଆଉଟ ହୋଇଥିଲେ। ପଞ୍ଜାବ ପକ୍ଷରୁ ଆଜମତୁଲ୍ଲା ଓମରଜାଇ ସର୍ବାଧିକ ୨ଟି ୱିକେଟ ପାଇଥିଲେ।
ରେକର୍ଡ : ଏହି ମ୍ୟାଚ୍ରେ ସୂର୍ଯ୍ୟକୁମାର ୧୬ ରନ୍ କରିବା ପରେ ଓପନିଂ କରି ନଥିବା ଖେଳାଳିଙ୍କ ମଧ୍ୟରେ ଗୋଟିଏ ସିଜନରେ ସର୍ବାଧିକ ରନ୍ କରିବାର ରେକର୍ଡ ଭାଙ୍ଗିଦେଇଥିଲେ। ପୂର୍ବରୁ ଗୋଟିଏ ସିଜନରେ ୬୮୭ ରନ୍ କରିଥିବା ବେଙ୍ଗାଲୁରୁର ଏବି ଡି ଭିଲିୟର୍ସଙ୍କ ନାମରେ ରହିଥିଲା। ୨୦୧୬ରେ ସେ ଏହି ରେକର୍ଡ କରିଥିଲେ। ଏହାର ୯ ବର୍ଷ ପରେ ସୂର୍ଯ୍ୟକୁମାର ଏହି ରେକର୍ଡକୁ ଭାଙ୍ଗିବାରେ ସମର୍ଥ ହୋଇଥିଲେ।ନାହିଁ। ଏଥର ପ୍ରଥମ ଟାଇଟଲ ଜିତିବାକୁ ଦଳ ନିକଟରେ ସୁଯୋଗ ରହିଛି।






