ଏସିଆ କପ୍‌ ଲାଗି ଘୋଷଣା ହେଲା ଭାରତୀୟ ଦଳ : ସୂର୍ଯ୍ୟକୁମାର ଅଧିନାୟକ, ଗିଲ୍‌ ଉପଅଧିନାୟକ

The Sakala Picture
Published On

ମୁମ୍ବାଇ : ୟୁଏଇରେ ସେପ୍ଟେମ୍ବର ୯ରୁ ଖେଳାଯିବାକୁ ଥିବା ଏସିଆ କପ୍‌ ଟି-୨୦ ଟୁର୍ଣ୍ଣାମେଣ୍ଟ ଲାଗି ଭାରତୀୟ ଦଳ ଘୋଷଣା ହୋଇଛି। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ଏସିଆ କପ୍ ୨୦୨୫ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ସୂର୍ଯ୍ୟ କୁମାର ଯାଦବ ଅଧିନାୟକ ଭାରତୀୟ ଦଳର ଅଧିନାୟକ ହୋଇଥିବା ବେଳେ ଶୁବମନ ଗିଲ୍‌ ଉପଅଧିନାୟକ ଭାବେ ଦଳରେ ସ୍ଥାନରେ ପାଇଛନ୍ତି। ସେପଟେ ବିସିସିଆଇ ଏସିଆ କପ୍‌ ଲାଗି ଦଳ ଘୋଷଣାରେ କିଛି […]

ମୁମ୍ବାଇ : ୟୁଏଇରେ ସେପ୍ଟେମ୍ବର ୯ରୁ ଖେଳାଯିବାକୁ ଥିବା ଏସିଆ କପ୍‌ ଟି-୨୦ ଟୁର୍ଣ୍ଣାମେଣ୍ଟ ଲାଗି ଭାରତୀୟ ଦଳ ଘୋଷଣା ହୋଇଛି। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ଏସିଆ କପ୍ ୨୦୨୫ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ସୂର୍ଯ୍ୟ କୁମାର ଯାଦବ ଅଧିନାୟକ ଭାରତୀୟ ଦଳର ଅଧିନାୟକ ହୋଇଥିବା ବେଳେ ଶୁବମନ ଗିଲ୍‌ ଉପଅଧିନାୟକ ଭାବେ ଦଳରେ ସ୍ଥାନରେ ପାଇଛନ୍ତି।

ଆହୁରି ପଢ଼ନ୍ତୁ: ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ; ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କୁ ମାଲକାନଗିରି ଜିଲ୍ଲାପାଳ ଦାୟିତ୍ୱ

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ସେପଟେ ବିସିସିଆଇ ଏସିଆ କପ୍‌ ଲାଗି ଦଳ ଘୋଷଣାରେ କିଛି କଠିନ ନିଷ୍ପତ୍ତି ନେଇଛି। ଯଶସ୍ୱୀ ଜୟସୱାଲ, ଶ୍ରେୟସ ଆୟରଙ୍କ ଭଳି ଷ୍ଟାର ବ୍ୟାଟରଙ୍କୁ ଦଳରେ ସାମିଲ କରିନାହିଁ। ଏହା ବ୍ୟତୀତ ତିଲକ ବର୍ମା, ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନଙ୍କୁ ଦଳରେ ସ୍ଥାନ ମିଳିଛି।

ଆହୁରି ପଢ଼ନ୍ତୁ: ଟଳିବ ତୈଳ ସଙ୍କଟ ! ରୁଷ ତେଲ କିଣିବାକୁ ସବୁ ଦେଶଙ୍କୁ ଟ୍ରମ୍ପ୍‌ଙ୍କ ଅନୁମତି

ଟିମ୍ ଇଣ୍ଡିଆର ଓପ୍‌ନର ବ୍ୟାଟର ଯଶସ୍ୱୀ ଜୟସୱାଲ ଏସିଆ କପର ୧୫ ଜଣିଆ ଟିମ୍‌ରୁ ବାଦ ପଡ଼ିଛନ୍ତି। ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ ଦଳ ପାଇଁ ଓପନିଂ କରିବେ। ଶୁଭମାନ ଗିଲଙ୍କୁ ନେଇ ଏକ ସସପେନ୍ସ ଥିଲା, କିନ୍ତୁ ସେ ଦଳର ଉପ-ଅଧିନାୟକ ଭାବେ ସ୍ଥାନ ପାଇଛନ୍ତି। ତିଲକ ବର୍ମା, ଜିତେଶ ଶର୍ମା ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ଭଳି ଯୁବ ଖେଳାଳିଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିଛି।

ଯଶସ୍ୱୀ ଷ୍ଟାଣ୍ଡ ବାଏ ଖେଳାଳି ଭାବରେ ରହିବେ

ଯଶସ୍ୱୀ ଜୟସ୍ୱାଲଙ୍କୁ ଷ୍ଟାଣ୍ଡ ବାଏ ଖେଳାଳି ଭାବରେ ରଖାଯାଇଛି। ଯଶସ୍ୱୀ, ରିୟାନ ପରାଗ, ପ୍ରସିଦ୍ଧ କ୍ରିଷ୍ଣା, ୱାଶିଂଟନ ସୁନ୍ଦର, ଧ୍ରୁବ ଜୁରେଲ ସମେତ ମୋଟ ୫ ଜଣ ଖେଳାଳି ଷ୍ଟାଣ୍ଡ ବାଏ ଅଛନ୍ତି। ଶ୍ରେୟସ ଆୟରଙ୍କୁ ଏସିଆ କପ୍ ଦଳରେ ସ୍ଥାନ ମିଳିନାହିଁ। ଷ୍ଟାଣ୍ଡ ବାଏ ଖେଳାଳିମାନଙ୍କ ମଧ୍ୟରେ ମଧ୍ୟ ତାଙ୍କୁ ଅଗ୍ରାଧିକାର ଦିଆଯାଇ ନାହିଁ।

ଏସିଆ କପ୍ ୨୦୨୫ ପାଇଁ ଭାରତର ଦଳ

ସୂର୍ଯ୍ୟ କୁମାର ଯାଦବ (ଅଧିନାୟକ), ଶୁଭମନ ଗିଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟକିପର), ଜସପ୍ରୀତ ବୁମରାହ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ସଞ୍ଜୁ ସାମସନ (ୱିକେଟକିପର), ହର୍ଷିତ ରାଣା, ରିଙ୍କୁ ସିଂହ।

19 Aug 2025 By The Sakala

ଏସିଆ କପ୍‌ ଲାଗି ଘୋଷଣା ହେଲା ଭାରତୀୟ ଦଳ : ସୂର୍ଯ୍ୟକୁମାର ଅଧିନାୟକ, ଗିଲ୍‌ ଉପଅଧିନାୟକ

ମୁମ୍ବାଇ : ୟୁଏଇରେ ସେପ୍ଟେମ୍ବର ୯ରୁ ଖେଳାଯିବାକୁ ଥିବା ଏସିଆ କପ୍‌ ଟି-୨୦ ଟୁର୍ଣ୍ଣାମେଣ୍ଟ ଲାଗି ଭାରତୀୟ ଦଳ ଘୋଷଣା ହୋଇଛି। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ଏସିଆ କପ୍ ୨୦୨୫ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ସୂର୍ଯ୍ୟ କୁମାର ଯାଦବ ଅଧିନାୟକ ଭାରତୀୟ ଦଳର ଅଧିନାୟକ ହୋଇଥିବା ବେଳେ ଶୁବମନ ଗିଲ୍‌ ଉପଅଧିନାୟକ ଭାବେ ଦଳରେ ସ୍ଥାନରେ ପାଇଛନ୍ତି।

ସେପଟେ ବିସିସିଆଇ ଏସିଆ କପ୍‌ ଲାଗି ଦଳ ଘୋଷଣାରେ କିଛି କଠିନ ନିଷ୍ପତ୍ତି ନେଇଛି। ଯଶସ୍ୱୀ ଜୟସୱାଲ, ଶ୍ରେୟସ ଆୟରଙ୍କ ଭଳି ଷ୍ଟାର ବ୍ୟାଟରଙ୍କୁ ଦଳରେ ସାମିଲ କରିନାହିଁ। ଏହା ବ୍ୟତୀତ ତିଲକ ବର୍ମା, ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନଙ୍କୁ ଦଳରେ ସ୍ଥାନ ମିଳିଛି।

ଟିମ୍ ଇଣ୍ଡିଆର ଓପ୍‌ନର ବ୍ୟାଟର ଯଶସ୍ୱୀ ଜୟସୱାଲ ଏସିଆ କପର ୧୫ ଜଣିଆ ଟିମ୍‌ରୁ ବାଦ ପଡ଼ିଛନ୍ତି। ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ ଦଳ ପାଇଁ ଓପନିଂ କରିବେ। ଶୁଭମାନ ଗିଲଙ୍କୁ ନେଇ ଏକ ସସପେନ୍ସ ଥିଲା, କିନ୍ତୁ ସେ ଦଳର ଉପ-ଅଧିନାୟକ ଭାବେ ସ୍ଥାନ ପାଇଛନ୍ତି। ତିଲକ ବର୍ମା, ଜିତେଶ ଶର୍ମା ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ଭଳି ଯୁବ ଖେଳାଳିଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିଛି।

ଯଶସ୍ୱୀ ଷ୍ଟାଣ୍ଡ ବାଏ ଖେଳାଳି ଭାବରେ ରହିବେ

ଯଶସ୍ୱୀ ଜୟସ୍ୱାଲଙ୍କୁ ଷ୍ଟାଣ୍ଡ ବାଏ ଖେଳାଳି ଭାବରେ ରଖାଯାଇଛି। ଯଶସ୍ୱୀ, ରିୟାନ ପରାଗ, ପ୍ରସିଦ୍ଧ କ୍ରିଷ୍ଣା, ୱାଶିଂଟନ ସୁନ୍ଦର, ଧ୍ରୁବ ଜୁରେଲ ସମେତ ମୋଟ ୫ ଜଣ ଖେଳାଳି ଷ୍ଟାଣ୍ଡ ବାଏ ଅଛନ୍ତି। ଶ୍ରେୟସ ଆୟରଙ୍କୁ ଏସିଆ କପ୍ ଦଳରେ ସ୍ଥାନ ମିଳିନାହିଁ। ଷ୍ଟାଣ୍ଡ ବାଏ ଖେଳାଳିମାନଙ୍କ ମଧ୍ୟରେ ମଧ୍ୟ ତାଙ୍କୁ ଅଗ୍ରାଧିକାର ଦିଆଯାଇ ନାହିଁ।

ଏସିଆ କପ୍ ୨୦୨୫ ପାଇଁ ଭାରତର ଦଳ

ସୂର୍ଯ୍ୟ କୁମାର ଯାଦବ (ଅଧିନାୟକ), ଶୁଭମନ ଗିଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟକିପର), ଜସପ୍ରୀତ ବୁମରାହ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ସଞ୍ଜୁ ସାମସନ (ୱିକେଟକିପର), ହର୍ଷିତ ରାଣା, ରିଙ୍କୁ ସିଂହ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର