ଭାରତର ୧୯ ବର୍ଷୀୟା ଦିବ୍ୟା ଦେଶମୁଖ ହେଲେ ବିଶ୍ବ ଚେସ୍ ଚାମ୍ପିୟନ…

The Sakala Picture
Published On

ନୂଆଦିଲ୍ଲୀ: ଭାରତର ୧୯ ବର୍ଷୀୟା ଚେସ୍ ପ୍ରତିଭା ଦିବ୍ୟା ଦେଶମୁଖ FIDE ମହିଳା ଚେସ୍ ବିଶ୍ୱକପ ୨୦୨୫ର ଫାଇନାଲରେ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି । ସେ ଫାଇନାଲରେ ଭାରତର ଅନ୍ୟତମ ଅଭିଜ୍ଞ ଖେଳାଳି କୋନେରୁ ହମ୍ପିଙ୍କୁ ପରାସ୍ତ କରି ଏହି ଗୌରବ ଅର୍ଜନ କରିଛନ୍ତି । ଏହି ବିଜୟ ସହ ସେ ବିଶ୍ୱ ଚେସ୍ ଚାମ୍ପିୟନ୍ ହେବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି । ଫାଇନାଲକୁ ଦିବ୍ୟାଙ୍କ ଯାତ୍ରା ବେଶ୍ ଚମତ୍କାର ରହିଥିଲା । […]

ନୂଆଦିଲ୍ଲୀ: ଭାରତର ୧୯ ବର୍ଷୀୟା ଚେସ୍ ପ୍ରତିଭା ଦିବ୍ୟା ଦେଶମୁଖ FIDE ମହିଳା ଚେସ୍ ବିଶ୍ୱକପ ୨୦୨୫ର ଫାଇନାଲରେ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି । ସେ ଫାଇନାଲରେ ଭାରତର ଅନ୍ୟତମ ଅଭିଜ୍ଞ ଖେଳାଳି କୋନେରୁ ହମ୍ପିଙ୍କୁ ପରାସ୍ତ କରି ଏହି ଗୌରବ ଅର୍ଜନ କରିଛନ୍ତି । ଏହି ବିଜୟ ସହ ସେ ବିଶ୍ୱ ଚେସ୍ ଚାମ୍ପିୟନ୍ ହେବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଶେଷ ହେଲା ଏକ ସ୍ୱର୍ଣ୍ଣିମ ଯୁଗ: ଆନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କଲେ କ୍ରିଷ୍ଟିଆନୋ ରୋନାଲଡୋ

ଫାଇନାଲକୁ ଦିବ୍ୟାଙ୍କ ଯାତ୍ରା ବେଶ୍ ଚମତ୍କାର ରହିଥିଲା । ସେ ସେମିଫାଇନାଲରେ ପୂର୍ବତନ ବିଶ୍ୱ ଚାମ୍ପିୟନ୍ ଚୀନର ଟାନ୍ ଝୋଙ୍ଗିଙ୍କୁ ୧.୫-୦.୫ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ଏହି ବିଜୟ ପରେ ସେ FIDE ମହିଳା ବିଶ୍ୱକପ୍ ଫାଇନାଲରେ ପହଞ୍ଚିବାରେ ପ୍ରଥମ ଭାରତୀୟ ହୋଇପାରିଥିଲେ। ଏହାସହ ସେ ଆସନ୍ତା ବର୍ଷ ହେବାକୁ ଥିବା କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି ।

କ୍ୱାର୍ଟର ଫାଇନାଲରେ ଦିବ୍ୟା ଚୀନର ଦ୍ୱିତୀୟ ସିଡ୍ ଖେଳାଳି ଜୁ ଜିନର ଏବଂ ଭାରତର ଗ୍ରାଣ୍ଡମାଷ୍ଟର ହାରିକା ଦ୍ରୋଣାଭଲ୍ଲୀଙ୍କୁ ପରାସ୍ତ କରିଥିଲେ । ଏଥରକ ମହିଳା ବିଶ୍ୱକପରେ ପ୍ରଥମ ଥର ପାଇଁ ଅଲ୍-ଇଣ୍ଡିଆନ୍ ଫାଇନାଲ୍ ଦେଖିବାକୁ ମିଳିଥିଲା, ଯେଉଁଥିରେ ଦିବ୍ୟା ଦେଶମୁଖ ଏବଂ କୋନେରୁ ହମ୍ପି ମୁହାଁମୁହିଁ ହୋଇଥିଲେ । ଦୁଇ ଭାରତୀୟ ଖେଳାଳି ଫାଇନାଲରେ ପହଞ୍ଚିବା ଭାରତୀୟ ଚେସ୍ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର