Nitish Rajput: ୟୁଟ୍ୟୁବର ନୀତୀଶ ରାଜପୁତଙ୍କ ବିରୋଧରେ ୨.୫ କୋଟିର ମାନହାନି ମକଦ୍ଦମା, ଜାଣନ୍ତୁ କ’ଣ ରହିଛି ପୂରା ଘଟଣା

Tapas Ranjan Nanda Picture
Published On

ନୂଆଦିଲ୍ଲୀ: ୟୁଟ୍ୟୁବ୍‌ରେ ୮ ମିଲିୟନ୍‌ରୁ ଅଧିକ ସବସ୍କ୍ରାଇବର ଏବଂ ଇନଷ୍ଟାଗ୍ରାମରେ ୩୫ ଲକ୍ଷ ଫଲୋଅର୍ସ ଥିବା ଚର୍ଚ୍ଚିତ ୟୁଟ୍ୟୁବର ନୀତୀଶ ରାଜପୁତ ବର୍ତ୍ତମାନ ଏକ ବଡ଼ ଆଇନଗତ ଲଢେଇର ସମ୍ମୁଖୀନ ହୋଇଛନ୍ତି। ସୋସିଆଲ ମିଡିଆରେ ନିଜର ତଥ୍ୟଭିତ୍ତିକ ଭିଡିଓ ପାଇଁ ଜଣାଶୁଣା ନୀତୀଶଙ୍କ ପାଇଁ ଏସଏସସି (SSC) ପରୀକ୍ଷା ଉପରେ ଏକ ଭିଡିଓ ପ୍ରସ୍ତୁତ କରିବା ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଭିଡିଓକୁ କେନ୍ଦ୍ର କରି ଏକ ଘରୋଇ କମ୍ପାନୀ ତାଙ୍କ ବିରୋଧରେ ୨.୫ କୋଟି ଟଙ୍କାର ମାନହାନି ମକଦ୍ଦମା ଦାୟର କରିଛି।

ଆହୁରି ପଢ଼ନ୍ତୁ: ମୋବାଇଲ ଛାଡ଼, ବହି ପଢ଼; ବହି ପଢ଼଼ିଲେ ଟଙ୍କା ଦେବେ ଏହି ସରକାର...

ରିପୋର୍ଟ ଅନୁଯାୟୀ, ଏଡୁକ୍ୟୁଟି (Eduquity) ନାମକ ଏକ କମ୍ପାନୀ ନୀତୀଶଙ୍କ ବିରୋଧରେ ଏହି ମାମଲା ରୁଜୁ କରିଛି। ନୀତୀଶ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ 'ରିଆଲିଟି ଅଫ୍ SSC ଏକ୍ସାମ୍ସ' ଶୀର୍ଷକ ଏକ ଭିଡିଓ ଅପଲୋଡ୍ କରିଥିଲେ, ଯେଉଁଥିରେ ସେ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଏବଂ ପ୍ରଶ୍ନପତ୍ର ଲିକ୍ ଭଳି ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହି ଭିଡିଓରେ କରାଯାଇଥିବା ଦାବିଗୁଡିକୁ କମ୍ପାନୀ ମିଥ୍ୟା ଓ ଅପମାନଜନକ ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

ଇଞ୍ଜିନିୟରରୁ ୟୁଟ୍ୟୁବର ହେବାର ଯାତ୍ରା

ନୀତୀଶ ରାଜପୁତଙ୍କ କ୍ୟାରିୟର ଯାତ୍ରା ବେଶ୍ ଆକର୍ଷଣୀୟ। ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂ ଶେଷ କରିବା ପରେ ସେ ଆଇଟି ସେକ୍ଟରରେ ଚାକିରି ଆରମ୍ଭ କରିଥିଲେ। ପ୍ରାୟ ୫ ବର୍ଷର କର୍ପୋରେଟ୍ ଚାକିରି ମଧ୍ୟରେ ସେ ମ୍ୟାନେଜର ପଦବୀରେ ପହଞ୍ଚିଥିଲେ। ତେବେ ୨୦୧୮ରେ ସେ ଟିକଟକ୍‌ରେ ସାମାଜିକ ପ୍ରସଙ୍ଗ ଉପରେ ଛୋଟ ଛୋଟ ଭିଡିଓ ବନାଇବା ଆରମ୍ଭ କରିଥିଲେ। ୨୦୨୦ରେ ଭାରତରେ ଟିକଟକ୍ ବ୍ୟାନ୍ ହେବା ପରେ ସେ ୟୁଟ୍ୟୁବ୍ ମୁହାଁ ହୋଇଥିଲେ ଏବଂ ଶିକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭିଡିଓ ପ୍ରସ୍ତୁତ କରି ଲୋକପ୍ରିୟତା ହାସଲ କରିଥିଲେ।

ଆୟ ଏବଂ ସମ୍ପତ୍ତି

ବର୍ତ୍ତମାନ ନୀତୀଶଙ୍କ ପାଖରେ ଆୟର ଏକାଧିକ ଉତ୍ସ ରହିଛି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୀତୀଶ ରାଜପୁତ ମାସକୁ ପ୍ରାୟ ୨୦ରୁ ୨୫ ଲକ୍ଷ ଟଙ୍କା ରୋଜଗାର କରନ୍ତି। ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୧୫ରୁ ୨୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। କେବଳ ଭିଡିଓ ନୁହେଁ, ସେ ଜଣେ ଲେଖକ ଭାବରେ ମଧ୍ୟ ପରିଚିତ। ସେ 'ଦ ବ୍ରୋକେନ୍ ଫୋର୍ଥ ପିଲାର' ଏବଂ 'ଦ ବ୍ରୋକେନ୍ ପିଲାର୍ସ ଅଫ୍ ଡେମୋକ୍ରାସି' ନାମକ ଦୁଇଟି ବହି ଲେଖିଛନ୍ତି, ଯାହାର ରୟାଲଟି ମଧ୍ୟ ତାଙ୍କୁ ମିଳିଥାଏ। ତେବେ ବର୍ତ୍ତମାନର ମାନହାନି ମକଦ୍ଦମା ଯଦି ସେ ହାରନ୍ତି, ତେବେ ତାଙ୍କୁ ଏକ ବଡ଼ ଆର୍ଥିକ କ୍ଷତି ସହିବାକୁ ପଡିପାରେ ବୋଲି ଚର୍ଚ୍ଚା ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp