ଅକ୍ଷୟ ତୃତୀୟା: ଜାଣି ରଖନ୍ତୁ ବାସ୍ତୁ ନିୟମ…

The Sakala Picture
Published On

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ପାଳିତ ହୋଇଥାଏ ପବିତ୍ର ଅକ୍ଷୟ ତୃତୀୟା। ବାସ୍ତୁଶାସ୍ତ୍ର ଅନୁସାରେ, ଅକ୍ଷୟ ତୃତୀୟାର ଅନେକ ମହତ୍ତ୍ବ ରହିଛି। ତେଣୁ ଏହିଦିନ କିଛି ବାସ୍ତୁ ନିୟମ ଆପଣାଇବା ଦ୍ବାରା ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବା ସହିତ ପରିବାରରେ ସୁଖସମୃଦ୍ଧି ଆସିଥାଏ। ତେବେ, ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟାରେ କେଉଁସବୁ ବାସ୍ତୁ ନିୟମ ମାନିବା ଉଚିତ। ଏହି ଦିନ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ବିଧିବଦ୍ଧ ଭାବେ ପୂଜା କରାଯାଏ। ତେଣୁ […]

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ପାଳିତ ହୋଇଥାଏ ପବିତ୍ର ଅକ୍ଷୟ ତୃତୀୟା। ବାସ୍ତୁଶାସ୍ତ୍ର ଅନୁସାରେ, ଅକ୍ଷୟ ତୃତୀୟାର ଅନେକ ମହତ୍ତ୍ବ ରହିଛି। ତେଣୁ ଏହିଦିନ କିଛି ବାସ୍ତୁ ନିୟମ ଆପଣାଇବା ଦ୍ବାରା ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବା ସହିତ ପରିବାରରେ ସୁଖସମୃଦ୍ଧି ଆସିଥାଏ। ତେବେ, ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟାରେ କେଉଁସବୁ ବାସ୍ତୁ ନିୟମ ମାନିବା ଉଚିତ।

ଆହୁରି ପଢ଼ନ୍ତୁ: ନୂଆ ଲେବର କୋଡ୍ ଲାଗୁ: ହାସଲ ହେବାକୁ ଥିବା ଦରମା କମିବ, ଜାଣନ୍ତୁ ₹୫୦ ହଜାର ଦରମା ଥିଲେ କେତେ ହେବ କ୍ଷତି

  • ଏହି ଦିନ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ବିଧିବଦ୍ଧ ଭାବେ ପୂଜା କରାଯାଏ। ତେଣୁ ଏହି ଶୁଭ ଦିନରେ ଘରକୁ ସମ୍ପୂର୍ଣ୍ଣ ପରିଷ୍କାର ରଖିବା ଉଚିତ। ଘରେ ବୁଢ଼ିଆଣୀ ଜାଲ ବା ଅଇଁଠା ବାସନକୁସନ ରଖନ୍ତୁ ନାହିଁ । ବାସ୍ତୁ ଅନୁସାରେ, ଏପରି ଜିନିଷ, ଧନର ରାସ୍ତାରେ ବିଘ୍ନ ସୃଷ୍ଟି କରେ। ତେଣୁ ଅକ୍ଷୟ ତୃତୀୟା ଦିନ ଘରର ସମ୍ପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ।
  • ଯଦି ଘରର ଟ୍ୟାପରୁ ପାଣି ସବୁବେଳେ ଝରୁଛି , ତେବେ ଅକ୍ଷୟ ତୃତୀୟା ଦିନ ଏହାକୁ ଠିକ୍ କରିନିଅନ୍ତୁ। ବାସ୍ତୁ ଅନୁଯାୟୀ, ଟ୍ୟାପରୁ ଲଗାତାର ପାଣି ବୋହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିବେଚନା କରାଯାଏ। ଏହାର ଅର୍ଥ ହେଉଛି, ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି। ତେଣୁ ଘରର ପାଣିକଳକୁ ସଜାଡ଼ି ନିଅନ୍ତୁ।
  • ଅକ୍ଷୟ ତୃତୀୟା ଦିନ, ଘରେ କିମ୍ବା ଦୋକାନରେ ଟଙ୍କା ରଖିବା ପାଇଁ ଉତ୍ତର କିମ୍ବା ପୂର୍ବ ଦିଗ ବାଛନ୍ତୁ। ଏହି ଦିଗଗୁଡ଼ିକ ଧନ ଏବଂ ବୈଭବକୁ ଆକର୍ଷିତ କରେ। ବାସ୍ତୁ ଅନୁଯାୟୀ, ଏହି ଦିଗରେ ଟଙ୍କା ରଖିବା ଦ୍ବାରା ଆର୍ଥିକ ସମସ୍ୟା ସୃଷ୍ଟି ହୁଏ ନାହିଁ। ଯେଉଁ ବ୍ୟବସାୟ କିମ୍ବା ଚାକିରି କରୁଛନ୍ତି, ତାହା ସହିତ ଜଡ଼ିତ ଏକ ଚିତ୍ର ଘରେ ରଖନ୍ତୁ। ଏହା କରିବା ଦ୍ୱାରା ଚାକିରି ଏବଂ ବ୍ୟବସାୟରେ ଉନ୍ନତି ହୁଏ।
  • ଅକ୍ଷୟ ତୃତୀୟା ଦିନ, ଘରର ଈଶାନ କୋଣକୁ ସଫା ରଖନ୍ତୁ ଏବଂ ଏଠାରେ ଜଳଭର୍ତ୍ତି ଏକ ପାତ୍ର ରଖନ୍ତୁ। ଏହାର ଚାରିପାଖରେ କିଛି ସାଜସଜ୍ଜା ମଧ୍ୟ କରନ୍ତୁ। ଏହି ଦିଗରେ ରଖାଯାଇଥିବା ଜଳପାତ୍ର ସୌଭାଗ୍ୟ ବୃଦ୍ଧି କରିବା ସହ ଆରୋଗ୍ୟ ପ୍ରାପ୍ତ ହୋଇଥାଏ। ଈଶାନ କୋଣକୁ ଭଗବାନଙ୍କ ସ୍ଥାନ ଭାବରେ ବିବେଚନା କରାଯାଏ। ତେଣୁ ଏହି ସ୍ଥାନରେ ଜଳପାତ୍ର ରଖିବା ଦ୍ବାରା ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ରହିଥାଏ।
  • ଅକ୍ଷୟ ତୃତୀୟା ଦିନ ସନ୍ଧ୍ୟାରେ ଘରର ମୁଖ୍ୟ ଦ୍ୱାରର ଉଭୟ ପାର୍ଶ୍ୱରେ ଏବଂ ଦକ୍ଷିଣ ଦିଗରେ ଦୀପ ରଖନ୍ତୁ। ଏଭଳି କରିବା ଦ୍ବାରା ଦେବୀ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଏବଂ ପିତୃପୁରୁଷଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୁଏ। ଦକ୍ଷିଣ ଦିଗକୁ ଯମଙ୍କ ଦିଗ ଭାବରେ ବିବେଚନା କରାଯାଏ ଏବଂ ଏହି ଦିଗରୁ ପିତୃପୁରୁଷମାନେ ଘରେ ପ୍ରବେଶ କରନ୍ତି। ଏହି ଦିଗରେ ଦୀପ ରଖିବା ଦ୍ୱାରା ଦୁଃଖକଷ୍ଟ ନାଶ ହୋଇଥାଏ।
22 Apr 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp