ମନୋରଞ୍ଜନ
କମ୍ପାନିର ଅଜବ ନିୟମ, ବିବାହ ନ କଲେ ଚାକିରିରୁ ବିଦା
ସାଧାରଣତଃ ବିବାହ କରିବା ନ କରିବା ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ବ୍ୟାପାର ହୋଇଥାଏ। କିନ୍ତୁ ନିକଟରେ ଚୀନ୍ର ଏକ କମ୍ପାନୀ ତା’ର କର୍ମଚାରୀଙ୍କୁ ବିବାହ କରିବା ପାଇଁ ଚାପ ପକାଉଥିବା ଜଣାପଡ଼ିଛି। ଏଥି ସହିତ ଅବିବାହିତ କର୍ମଚାରୀ ବିବାହ ନ କଲେ ସେମାନଙ୍କୁ ଚାକିରିରୁ ବାହାର କରିଦେବାକୁ ମଧ୍ୟ କମ୍ପାନି ପକ୍ଷରୁ ଫରମାନ୍ ଜାରି କରାଯାଇଛି। ଚୀନ୍ର ସାନ୍ଡଙ୍ଗ୍ ପ୍ରାନ୍ତର ସନ୍ଟିଆନ କେମିକାଲ ଗ୍ରୁପ୍ ଜାନୁଆରୀ ମାସରେ ନିୟମ ଘୋଷଣା କରିଥିଲା। ନିୟମ ଅନୁଯାୟୀ, କମ୍ପାନୀରେ କାର୍ଯ୍ୟ […]
ସାଧାରଣତଃ ବିବାହ କରିବା ନ କରିବା ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ବ୍ୟାପାର ହୋଇଥାଏ। କିନ୍ତୁ ନିକଟରେ ଚୀନ୍ର ଏକ କମ୍ପାନୀ ତା’ର କର୍ମଚାରୀଙ୍କୁ ବିବାହ କରିବା ପାଇଁ ଚାପ ପକାଉଥିବା ଜଣାପଡ଼ିଛି। ଏଥି ସହିତ ଅବିବାହିତ କର୍ମଚାରୀ ବିବାହ ନ କଲେ ସେମାନଙ୍କୁ ଚାକିରିରୁ ବାହାର କରିଦେବାକୁ ମଧ୍ୟ କମ୍ପାନି ପକ୍ଷରୁ ଫରମାନ୍ ଜାରି କରାଯାଇଛି। ଚୀନ୍ର ସାନ୍ଡଙ୍ଗ୍ ପ୍ରାନ୍ତର ସନ୍ଟିଆନ କେମିକାଲ ଗ୍ରୁପ୍ ଜାନୁଆରୀ ମାସରେ ନିୟମ ଘୋଷଣା କରିଥିଲା। ନିୟମ ଅନୁଯାୟୀ, କମ୍ପାନୀରେ କାର୍ଯ୍ୟ କରୁଥିବା ୨୮-୫୮ ବର୍ଷ ବୟସ ମଧ୍ୟରେ ସମସ୍ତ ଅବିବାହିତ କିମ୍ବା ଛାଡ଼ପତ୍ର ପାଇଥିବା କର୍ମଚାରୀଙ୍କୁ ବିବାହ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯଦି ସେପ୍ଟମ୍ବର ପର୍ଯ୍ୟନ୍ତ ଅବିବାହିତ ରହିବେ, ତେବେ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରିବା ପାଇଁ ଧମକ ମଧ୍ୟ ଦିଆଯାଇଥିଲା। ଚୀନ୍ ସରକାର ଦେଶରେ ବିବାହିତଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଅନୁରୋଧ କରିଥିବାରୁ କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ତେବେ ଏହି ନିୟମ ନେଇ ଚୀନ୍ର ଜଣେ ସରକାରୀ କର୍ମଚାରୀଙ୍କ କହିବାନୁଯାୟୀ, ଏହା ଚୀନ୍ ଶ୍ରମ ଆଇନର ଉଲଙ୍ଘନ। ଏନେଇ ସ୍ଥାନୀୟ ମାନବ ସଂସାଧନ ଏବଂ ସାମାଜିକ ସୁରକ୍ଷା ବ୍ୟୁରୋଙ୍କ କହିବାନୁଯାୟୀ, ସେମାନେ ଗତ ୧୩ ଫେବୃଆରୀରେ କମ୍ପାନୀରେ ଯାଞ୍ଚ କରିଥିଲେ। ଏହା ପରଦିନ କମ୍ପାନୀ ଏହି ନିୟମକୁ ଫେରାଇ ନେଇଥିଲା। ଅବଶ୍ୟ ସେ ପର୍ଯ୍ୟନ୍ତ କୌଣସି ଅବିବାହିତ ବ୍ୟକ୍ତିଙ୍କୁ କମ୍ପାନୀ କାର୍ଯ୍ୟରୁ ବାହାର କରିନଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମରେ ଏହି ଖବର ପ୍ରକାଶ ହେବା ପରେ ଲୋକମାନେ ସେମାନଙ୍କ ପ୍ରତିକ୍ରିୟା ଦେବା ସହ କମ୍ପାନିକୁ କଡ଼ା ସମାଲୋଚନା କରିଛନ୍ତି।






