ଧନତେରସର ମହତ୍ତ୍ବ: ଜାଣନ୍ତୁ କ’ଣ କିଣିବା ଶୁଭ ଓ ଅଶୁଭ……

The Sakala Picture
Published On

ଦୀପାବଳି ମୁଖ୍ୟତଃ ପାଞ୍ଚଦିନର ଉତ୍ସବ। ଏଥିରୁ ପ୍ରଥମ ଦିନଟି ହେଉଛି ଧନତ୍ରୟୋଦଶୀ। ଏହା ‘ଧନତେରସ୍‌’ ନାମରେ ପ୍ରସିଦ୍ଧ। ଏହା ଦୀପାବଳିର ଦୁଇଦିନ ପୂର୍ବରୁ ପଡ଼େ। ଏହିଦିନ ସୁନା,ରୁପା କିଣାକିଣିକୁ ଶୁଭ ବୋଲି ବିବେଚନା କରାଯାଏ। ଏହିଦିନ ଭଗବାନ ଧନ୍ବନ୍ତରୀଙ୍କ ଜୟନ୍ତୀ ମଧ୍ୟ ପାଳନ କରାଯାଏ। ପୌରାଣିକ କଥା ଅନୁସାରେ, ଧନତରସ୍‌ର ଅନେକ ମହତ୍ତ୍ବ ରହିଛି। ସମୁଦ୍ର ମନ୍ଥନ ଶେଷରେ ଦେବବୈଦ୍ୟ ଧନ୍ବନ୍ତରୀ ଅମୃତ କଳସରେ ପ୍ରକଟ ହୋଇଥିଲେ। ସେ ହିଁ ଦୁନିଆକୁ ଆୟୁର୍ବେଦ ବିଦ୍ୟାର ମୂଲ୍ୟବାନ ଜ୍ଞାନ […]

ଦୀପାବଳି ମୁଖ୍ୟତଃ ପାଞ୍ଚଦିନର ଉତ୍ସବ। ଏଥିରୁ ପ୍ରଥମ ଦିନଟି ହେଉଛି ଧନତ୍ରୟୋଦଶୀ। ଏହା ‘ଧନତେରସ୍‌’ ନାମରେ ପ୍ରସିଦ୍ଧ। ଏହା ଦୀପାବଳିର ଦୁଇଦିନ ପୂର୍ବରୁ ପଡ଼େ। ଏହିଦିନ ସୁନା,ରୁପା କିଣାକିଣିକୁ ଶୁଭ ବୋଲି ବିବେଚନା କରାଯାଏ। ଏହିଦିନ ଭଗବାନ ଧନ୍ବନ୍ତରୀଙ୍କ ଜୟନ୍ତୀ ମଧ୍ୟ ପାଳନ କରାଯାଏ।

ଆହୁରି ପଢ଼ନ୍ତୁ: 'ମୁଁ ଭଲ ବାପା ନୁହେଁ, ସେଥିପାଇଁ ବୋହୂ ତଡ଼ିଦେଲା'; ଜାପୁ ଆରବ ପେଟ୍ ଭ୍ଲଗର ନୂଆ ଭିଡିଓ ଭାଇରାଲ

ପୌରାଣିକ କଥା ଅନୁସାରେ, ଧନତରସ୍‌ର ଅନେକ ମହତ୍ତ୍ବ ରହିଛି। ସମୁଦ୍ର ମନ୍ଥନ ଶେଷରେ ଦେବବୈଦ୍ୟ ଧନ୍ବନ୍ତରୀ ଅମୃତ କଳସରେ ପ୍ରକଟ ହୋଇଥିଲେ। ସେ ହିଁ ଦୁନିଆକୁ ଆୟୁର୍ବେଦ ବିଦ୍ୟାର ମୂଲ୍ୟବାନ ଜ୍ଞାନ ପ୍ରଦାନ କରିଥିଲେ। ଏହି ପର୍ବ ଦୀପାବଳିର ଦୁଇ ଦିନ ପୂର୍ବରୁ ଆସିଥାଏ। ଏହିଦିନ ଧନର ଦେବତା କୁବେରଙ୍କ ପୂଜାର ମହତ୍ତ୍ବ ରଖେ। ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ, ଏହିଦିନ ଯମରାଜାଙ୍କଠାରୁ ରାଜା ହିମଙ୍କ ପୁତ୍ରଙ୍କୁ ତାଙ୍କ ପତ୍ନୀ ରକ୍ଷା କରିଥିଲେ। ସେହିପରି ସନ୍ଧ୍ୟାରେ ଧନ୍ବନ୍ତରୀଙ୍କୁ ଦୀପଦାନ କରିବା ଶୁଭ ବୋଲି କୁହାଯାଇଛି। ଏହାଦ୍ବାରା ଯମରାଜ ଖୁସି ହୁଅନ୍ତି ଏବଂ ଅକାଳ ମୃତ୍ୟୁରୁ ରକ୍ଷା ମିଳେ। ଏହି ଅବସରରେ ଅନେକ ଲୋକ ରଙ୍ଗୋଲି ଆଙ୍କି ଘରକୁ ଆଲୋକମାଳାରେ ସଜାଇଥାନ୍ତି।

ଆହୁରି ପଢ଼ନ୍ତୁ: ଲୋନ୍ ନେଇଥିବା ବ୍ୟକ୍ତି ଟଙ୍କା ନଶୁଝିଲେ ଗ୍ୟାରେଣ୍ଟରଙ୍କର କ'ଣ ହେବ? ଜାଣନ୍ତୁ ନିୟମ

ଏହିଦିନ ମା’ଲକ୍ଷ୍ମୀ ଓ ଶ୍ରୀଗଣେଶଙ୍କ ମୂର୍ତ୍ତି କିଣିବା ଦ୍ବାରା ଘର ଧନଧାନ୍ୟରେ ଭରପୂର ହୋଇଥାଏ। ଏହା ସହିତ ଦକ୍ଷିଣାବର୍ତ୍ତୀ ଶଙ୍ଖ, ରୁଦ୍ରାକ୍ଷ, ଧାର୍ମିକ ପୁସ୍ତକ ଓ ପଦ୍ମମାଳା କିଣିବା ଶୁଭ। ସେହିପରି ଏହିଦିନ ବାସନ କିଣିବା ମଧ୍ୟ ଶୁଭ। ବାସନକୁ ଘରକୁ ଖାଲି କରି ଆଣିବା ଅନୁଚିତ। ଏଥିରେ କିଛି ଶସ୍ୟ, ନଚେତ୍‌ କ୍ଷୀର ଭରି ଆଣିବା ଦ୍ବାରା ଘର ସବୁବେଳେ ଧନଧାନ୍ୟରେ ଭରି ରହିଥାଏ ବୋଲି ବିଶ୍ବାସ କରାଯାଏ। ଅନ୍ୟପକ୍ଷରେ ଷ୍ଟିଲ୍‌, ଆଲୁମିନିୟମ, ପ୍ଲାଷ୍ଟିକ୍‌, କାଚ ବାସନ କିଣିବା ଅଶୁଭ ହୋଇଥାଏ।

ଆହୁରି ପଢ଼ନ୍ତୁ: ବିବାହ ପୂର୍ବରୁ ଆଇଏଏସ୍: 'ଚାକିରି ପରେ ଯାଇ କରିବି ବାହାଘର', ପୂରଣ ହେଲା ଅମନଦୀପଙ୍କ ଶପଥ

କିଣାକିଣିର ପରମ୍ପରା

ପ୍ରାଚୀନକାଳରୁ ହିଁ ଧନତେରସ୍‌ରେ କିଛି ନା କିଛି କିଣିବାର ପରମ୍ପରା ରହିଛି। ଏହିଦିନ କିଣାଯାଉଥିବା ଜିନିଷ ନଷ୍ଟ ହେଉ ନ ଥିବା ବିଶ୍ବାସ ଅଛି। ଅନେକ ଲୋକ ଏହି ଦିନରେ ସୁନା, ରୁପା ଆଦି କିଣିଥାନ୍ତି। କିଛି ଲୋକ ଝାଡ଼ୁ ନିହାତି ଏହିଦିନ କିଣନ୍ତି। ଝାଡ଼ୁକୁ ମା’ ଲକ୍ଷ୍ମୀଙ୍କ ରୂପ ଭାବେ ବିବେଚନା କରାଯାଏ। ଏହା ସୁଖ ସହିତ ଖରାପ ଶକ୍ତି ନାଶ କରୁଥିବା ବିଶ୍ବାସ ଅଛି। ମା’ ଲକ୍ଷ୍ମୀ ସମୃଦ୍ଧି ପ୍ରଦାନ କରନ୍ତି।

28 Oct 2024 By The Sakala

ଧନତେରସର ମହତ୍ତ୍ବ: ଜାଣନ୍ତୁ କ’ଣ କିଣିବା ଶୁଭ ଓ ଅଶୁଭ……

ଦୀପାବଳି ମୁଖ୍ୟତଃ ପାଞ୍ଚଦିନର ଉତ୍ସବ। ଏଥିରୁ ପ୍ରଥମ ଦିନଟି ହେଉଛି ଧନତ୍ରୟୋଦଶୀ। ଏହା ‘ଧନତେରସ୍‌’ ନାମରେ ପ୍ରସିଦ୍ଧ। ଏହା ଦୀପାବଳିର ଦୁଇଦିନ ପୂର୍ବରୁ ପଡ଼େ। ଏହିଦିନ ସୁନା,ରୁପା କିଣାକିଣିକୁ ଶୁଭ ବୋଲି ବିବେଚନା କରାଯାଏ। ଏହିଦିନ ଭଗବାନ ଧନ୍ବନ୍ତରୀଙ୍କ ଜୟନ୍ତୀ ମଧ୍ୟ ପାଳନ କରାଯାଏ।

ପୌରାଣିକ କଥା ଅନୁସାରେ, ଧନତରସ୍‌ର ଅନେକ ମହତ୍ତ୍ବ ରହିଛି। ସମୁଦ୍ର ମନ୍ଥନ ଶେଷରେ ଦେବବୈଦ୍ୟ ଧନ୍ବନ୍ତରୀ ଅମୃତ କଳସରେ ପ୍ରକଟ ହୋଇଥିଲେ। ସେ ହିଁ ଦୁନିଆକୁ ଆୟୁର୍ବେଦ ବିଦ୍ୟାର ମୂଲ୍ୟବାନ ଜ୍ଞାନ ପ୍ରଦାନ କରିଥିଲେ। ଏହି ପର୍ବ ଦୀପାବଳିର ଦୁଇ ଦିନ ପୂର୍ବରୁ ଆସିଥାଏ। ଏହିଦିନ ଧନର ଦେବତା କୁବେରଙ୍କ ପୂଜାର ମହତ୍ତ୍ବ ରଖେ। ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ, ଏହିଦିନ ଯମରାଜାଙ୍କଠାରୁ ରାଜା ହିମଙ୍କ ପୁତ୍ରଙ୍କୁ ତାଙ୍କ ପତ୍ନୀ ରକ୍ଷା କରିଥିଲେ। ସେହିପରି ସନ୍ଧ୍ୟାରେ ଧନ୍ବନ୍ତରୀଙ୍କୁ ଦୀପଦାନ କରିବା ଶୁଭ ବୋଲି କୁହାଯାଇଛି। ଏହାଦ୍ବାରା ଯମରାଜ ଖୁସି ହୁଅନ୍ତି ଏବଂ ଅକାଳ ମୃତ୍ୟୁରୁ ରକ୍ଷା ମିଳେ। ଏହି ଅବସରରେ ଅନେକ ଲୋକ ରଙ୍ଗୋଲି ଆଙ୍କି ଘରକୁ ଆଲୋକମାଳାରେ ସଜାଇଥାନ୍ତି।

ଏହିଦିନ ମା’ଲକ୍ଷ୍ମୀ ଓ ଶ୍ରୀଗଣେଶଙ୍କ ମୂର୍ତ୍ତି କିଣିବା ଦ୍ବାରା ଘର ଧନଧାନ୍ୟରେ ଭରପୂର ହୋଇଥାଏ। ଏହା ସହିତ ଦକ୍ଷିଣାବର୍ତ୍ତୀ ଶଙ୍ଖ, ରୁଦ୍ରାକ୍ଷ, ଧାର୍ମିକ ପୁସ୍ତକ ଓ ପଦ୍ମମାଳା କିଣିବା ଶୁଭ। ସେହିପରି ଏହିଦିନ ବାସନ କିଣିବା ମଧ୍ୟ ଶୁଭ। ବାସନକୁ ଘରକୁ ଖାଲି କରି ଆଣିବା ଅନୁଚିତ। ଏଥିରେ କିଛି ଶସ୍ୟ, ନଚେତ୍‌ କ୍ଷୀର ଭରି ଆଣିବା ଦ୍ବାରା ଘର ସବୁବେଳେ ଧନଧାନ୍ୟରେ ଭରି ରହିଥାଏ ବୋଲି ବିଶ୍ବାସ କରାଯାଏ। ଅନ୍ୟପକ୍ଷରେ ଷ୍ଟିଲ୍‌, ଆଲୁମିନିୟମ, ପ୍ଲାଷ୍ଟିକ୍‌, କାଚ ବାସନ କିଣିବା ଅଶୁଭ ହୋଇଥାଏ।

କିଣାକିଣିର ପରମ୍ପରା

ପ୍ରାଚୀନକାଳରୁ ହିଁ ଧନତେରସ୍‌ରେ କିଛି ନା କିଛି କିଣିବାର ପରମ୍ପରା ରହିଛି। ଏହିଦିନ କିଣାଯାଉଥିବା ଜିନିଷ ନଷ୍ଟ ହେଉ ନ ଥିବା ବିଶ୍ବାସ ଅଛି। ଅନେକ ଲୋକ ଏହି ଦିନରେ ସୁନା, ରୁପା ଆଦି କିଣିଥାନ୍ତି। କିଛି ଲୋକ ଝାଡ଼ୁ ନିହାତି ଏହିଦିନ କିଣନ୍ତି। ଝାଡ଼ୁକୁ ମା’ ଲକ୍ଷ୍ମୀଙ୍କ ରୂପ ଭାବେ ବିବେଚନା କରାଯାଏ। ଏହା ସୁଖ ସହିତ ଖରାପ ଶକ୍ତି ନାଶ କରୁଥିବା ବିଶ୍ବାସ ଅଛି। ମା’ ଲକ୍ଷ୍ମୀ ସମୃଦ୍ଧି ପ୍ରଦାନ କରନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର