ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଅଗଷ୍ଟ ୨ରେ ଅନ୍ଧାର ହୋଇଯିବ ସାରା ଦୁନିଆ, ଜାଣନ୍ତୁ ସତ….

The Sakala Picture
Published On

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ପ୍ରସାରିତ ଭାଇରାଲ୍ ପୋଷ୍ଟ୍ ଅନୁଯାୟୀ, ୨୦୨୫ ଅଗଷ୍ଟ ୨ ତାରିଖରେ ସମ୍ପୂର୍ଣ୍ଣ ସୂର୍ଯୋପରାଗ ଯୋଗୁଁ ସାରା ଦୁନିଆ କିଛି ସମୟ ପାଇଁ ଅନ୍ଧାର ହୋଇଯିବ ବାସ୍ତବରେ ଏହା ଏକ ଗୁଜବ ଚଳିତ ବର୍ଷ ଅଗଷ୍ଟ ୨ ତାରିଖରେ କୌଣସି ସୂର୍ଯ୍ୟୋପରାଗ ହେବ ନାହିଁ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ନିଶ୍ଚିତ କରିଛନ୍ତି। ଏପରି ଘଟଣା ଅଗଷ୍ଟ ୨, ୨୦୨୭ପୂର୍ବରୁ ଘଟିବ ନାହିଁ। ଅନ୍‌ଲାଇନ୍‌ରେ ପ୍ରସାରିତ ଗୁଜବରେ ‘ପୃଥିବୀ ୬ ମିନିଟ୍ ଅନ୍ଧାରରେ ବୁଡ଼ିଯିବ’ ଭଳି ଶବ୍ଦ […]

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ପ୍ରସାରିତ ଭାଇରାଲ୍ ପୋଷ୍ଟ୍ ଅନୁଯାୟୀ, ୨୦୨୫ ଅଗଷ୍ଟ ୨ ତାରିଖରେ ସମ୍ପୂର୍ଣ୍ଣ ସୂର୍ଯୋପରାଗ ଯୋଗୁଁ ସାରା ଦୁନିଆ କିଛି ସମୟ ପାଇଁ ଅନ୍ଧାର ହୋଇଯିବ ବାସ୍ତବରେ ଏହା ଏକ ଗୁଜବ ଚଳିତ ବର୍ଷ ଅଗଷ୍ଟ ୨ ତାରିଖରେ କୌଣସି ସୂର୍ଯ୍ୟୋପରାଗ ହେବ ନାହିଁ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ନିଶ୍ଚିତ କରିଛନ୍ତି। ଏପରି ଘଟଣା ଅଗଷ୍ଟ ୨, ୨୦୨୭ପୂର୍ବରୁ ଘଟିବ ନାହିଁ। ଅନ୍‌ଲାଇନ୍‌ରେ ପ୍ରସାରିତ ଗୁଜବରେ ‘ପୃଥିବୀ ୬ ମିନିଟ୍ ଅନ୍ଧାରରେ ବୁଡ଼ିଯିବ’ ଭଳି ଶବ୍ଦ ଭୁଲ୍ ତାରିଖ ସହ ଯୋଡ଼ି ହୋଇଛି। ବାସ୍ତବରେ ଚନ୍ଦ୍ରଗ୍ରହଣ ସବୁବେଳେ ପୂର୍ଣ୍ଣିମାରେ ଓ ସୂର୍ଯ୍ୟୋପରାଗ ଅମାବାସ୍ୟାରେ ହୋଇଥାଏ। କିନ୍ତୁ ୨୦୨୫ ଅଗଷ୍ଟ ୨ ତାରିଖରେ ସକାଳକୁ ଅଷ୍ଟମୀ ଓ ପରେ ନବମୀ ଅଛି।

ଆହୁରି ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ଫିତନା ଅଲ-ହିନ୍ଦୁସ୍ତାନ' ନାମକରଣକୁ କହିଲା 'ସଂଗଠିତ ଘୃଣାର କାରଖାନା'

ନାସା ଓ ପ୍ରତିଷ୍ଠିତ ପର୍ଯ୍ୟବେକ୍ଷଣାଗାରର ଜ୍ୟୋତିବୈଜ୍ଞାନିକ ରେକର୍ଡ ଅନୁଯାୟୀ ୨୦୨୫ ଅଗଷ୍ଟ ୨ ତାରିଖରେ କୌଣସି ସୂର୍ଯ୍ୟୋପରାଗ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ହେବ ନାହିଁ। ବରଂ ବହୁ ପ୍ରତୀକ୍ଷିତ ସଂପୂର୍ଣ୍ଣ ସୂର୍ଯୋପରାଗ ଅଗଷ୍ଟ ୨, ୨୦୨୭ରେ ହେବାକୁ ଥିବା ବେଳେ ୟୁରୋପ, ଉତ୍ତର ଆଫ୍ରିକା ଓ ମଧ୍ୟପ୍ରାଚ୍ୟର କିଛି ଅଂଶରେ ଏହା ଦୃଶ୍ୟମାନ ହେବା।

ଆହୁରି ପଢ଼ନ୍ତୁ: ପାକିସ୍ତାନ ଅଧିକୃତ କାଶ୍ମୀରରେ ଜଳୁଛି ବିଦ୍ରୋହର ନିଆଁ: ଜେଏଏସି (JAAC)ର ଲଙ୍ଗ୍ ମାର୍ଚ୍ଚ ବେଳେ ହିଂସାତ୍ମକ ସଂଘର୍ଷ

ଅଗଷ୍ଟ ୨, ୨୦୨୭ରେ ଚନ୍ଦ୍ର ପୃଥି ଓ ସୂର୍ଯ୍ୟଙ୍କ ମଝିରେ ଗତି କରିବ ଏବଂ ଦକ୍ଷିଣ ସ୍ପେନ୍‌ରୁ ଉତ୍ତର ଆଫ୍ରିକା ଓ ମଧ୍ୟପ୍ରାଚ୍ୟ ପର୍ଯ୍ୟନ୍ତ ଦିନକୁ କିଛି ସମ ପାଇଁ ରାତିରେ ପରିଣତ କରିବ। କେତେକ ଅଞ୍ଚଳରେ ଏହି ସୂର୍ଯ୍ୟୋପରାଗ ୬ ମିନିଟ୍‌ରୁ ଅଧିକ ସମୟ ଧରି ଚାଲିବ, ଯାହା ଏକବିଂଶ ଶତାବ୍ଦୀର ସବୁଠାରୁ ଲମ୍ବା ସୂର୍ଯୋପରାଗ ମଧ୍ୟରୁ ଅନ୍ୟତମ, ଯାହାକୁ ବୈଜ୍ଞାନିକ ଓ ଗ୍ରହଣ ଅନୁସନ୍ଧାନକାରୀମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ୟୁରୋପ, ଆଫ୍ରିକା ଓ ପଶ୍ଚିମ ଏସିଆର ଅଧିକାଂଶ ଅଞ୍ଚଳ ଛଡ଼ା ଅନ୍ୟ ଅଞ୍ଚଳର ଲୋକମାନେ ଆଂଶିକ ସୂର୍ଯ୍ୟୋପରାଗ ଦେଖି ପାରିବେ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

26 Jul 2025 By The Sakala

ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଅଗଷ୍ଟ ୨ରେ ଅନ୍ଧାର ହୋଇଯିବ ସାରା ଦୁନିଆ, ଜାଣନ୍ତୁ ସତ….

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ପ୍ରସାରିତ ଭାଇରାଲ୍ ପୋଷ୍ଟ୍ ଅନୁଯାୟୀ, ୨୦୨୫ ଅଗଷ୍ଟ ୨ ତାରିଖରେ ସମ୍ପୂର୍ଣ୍ଣ ସୂର୍ଯୋପରାଗ ଯୋଗୁଁ ସାରା ଦୁନିଆ କିଛି ସମୟ ପାଇଁ ଅନ୍ଧାର ହୋଇଯିବ ବାସ୍ତବରେ ଏହା ଏକ ଗୁଜବ ଚଳିତ ବର୍ଷ ଅଗଷ୍ଟ ୨ ତାରିଖରେ କୌଣସି ସୂର୍ଯ୍ୟୋପରାଗ ହେବ ନାହିଁ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ନିଶ୍ଚିତ କରିଛନ୍ତି। ଏପରି ଘଟଣା ଅଗଷ୍ଟ ୨, ୨୦୨୭ପୂର୍ବରୁ ଘଟିବ ନାହିଁ। ଅନ୍‌ଲାଇନ୍‌ରେ ପ୍ରସାରିତ ଗୁଜବରେ ‘ପୃଥିବୀ ୬ ମିନିଟ୍ ଅନ୍ଧାରରେ ବୁଡ଼ିଯିବ’ ଭଳି ଶବ୍ଦ ଭୁଲ୍ ତାରିଖ ସହ ଯୋଡ଼ି ହୋଇଛି। ବାସ୍ତବରେ ଚନ୍ଦ୍ରଗ୍ରହଣ ସବୁବେଳେ ପୂର୍ଣ୍ଣିମାରେ ଓ ସୂର୍ଯ୍ୟୋପରାଗ ଅମାବାସ୍ୟାରେ ହୋଇଥାଏ। କିନ୍ତୁ ୨୦୨୫ ଅଗଷ୍ଟ ୨ ତାରିଖରେ ସକାଳକୁ ଅଷ୍ଟମୀ ଓ ପରେ ନବମୀ ଅଛି।

ନାସା ଓ ପ୍ରତିଷ୍ଠିତ ପର୍ଯ୍ୟବେକ୍ଷଣାଗାରର ଜ୍ୟୋତିବୈଜ୍ଞାନିକ ରେକର୍ଡ ଅନୁଯାୟୀ ୨୦୨୫ ଅଗଷ୍ଟ ୨ ତାରିଖରେ କୌଣସି ସୂର୍ଯ୍ୟୋପରାଗ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ହେବ ନାହିଁ। ବରଂ ବହୁ ପ୍ରତୀକ୍ଷିତ ସଂପୂର୍ଣ୍ଣ ସୂର୍ଯୋପରାଗ ଅଗଷ୍ଟ ୨, ୨୦୨୭ରେ ହେବାକୁ ଥିବା ବେଳେ ୟୁରୋପ, ଉତ୍ତର ଆଫ୍ରିକା ଓ ମଧ୍ୟପ୍ରାଚ୍ୟର କିଛି ଅଂଶରେ ଏହା ଦୃଶ୍ୟମାନ ହେବା।

ଅଗଷ୍ଟ ୨, ୨୦୨୭ରେ ଚନ୍ଦ୍ର ପୃଥି ଓ ସୂର୍ଯ୍ୟଙ୍କ ମଝିରେ ଗତି କରିବ ଏବଂ ଦକ୍ଷିଣ ସ୍ପେନ୍‌ରୁ ଉତ୍ତର ଆଫ୍ରିକା ଓ ମଧ୍ୟପ୍ରାଚ୍ୟ ପର୍ଯ୍ୟନ୍ତ ଦିନକୁ କିଛି ସମ ପାଇଁ ରାତିରେ ପରିଣତ କରିବ। କେତେକ ଅଞ୍ଚଳରେ ଏହି ସୂର୍ଯ୍ୟୋପରାଗ ୬ ମିନିଟ୍‌ରୁ ଅଧିକ ସମୟ ଧରି ଚାଲିବ, ଯାହା ଏକବିଂଶ ଶତାବ୍ଦୀର ସବୁଠାରୁ ଲମ୍ବା ସୂର୍ଯୋପରାଗ ମଧ୍ୟରୁ ଅନ୍ୟତମ, ଯାହାକୁ ବୈଜ୍ଞାନିକ ଓ ଗ୍ରହଣ ଅନୁସନ୍ଧାନକାରୀମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ୟୁରୋପ, ଆଫ୍ରିକା ଓ ପଶ୍ଚିମ ଏସିଆର ଅଧିକାଂଶ ଅଞ୍ଚଳ ଛଡ଼ା ଅନ୍ୟ ଅଞ୍ଚଳର ଲୋକମାନେ ଆଂଶିକ ସୂର୍ଯ୍ୟୋପରାଗ ଦେଖି ପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର